ଭୁବନେଶ୍ବରରେ ଏନଆଇଏ ଡିଜି : ଯୋଗ ଦେବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ
3/10/2019 at 9:54 AM

ଭୁବନେଶ୍ବର ୩/୧୦: ଭୁବନେଶ୍ବରରେଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି । ତାଙ୍କ ସହ ଅଛନ୍ତିଏ ନଆଇଏ ଡିଜି ଜିପି ସିଂ । ଆଜି ପୋଲିସ ଭବନରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୋଲିସକୁ ଦେବେ ପ୍ରଶିକ୍ଷଣ ।

ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ବ ଦିଆଯିବ, ଦଫା ଓ ଆଇନ ବ୍ୟବସ୍ଥା କଣ ରହିଛି ସେସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ । ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ କାର୍ଯ୍ୟକ୍ରମ ହେଉଛି।