Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଣ୍ଟିଲିଆ ମାମଲା: NIA ଖୋଲିଲା ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟା ରହସ୍ୟ, ଜାଣନ୍ତୁ ବୟାନରେ କ’ଣ କହିଛନ୍ତି ଅଭିଯୁକ୍ତ

11/09/2021 at 4:43 PM

ମୁମ୍ବାଇ ୧୧।୯: ଆଣ୍ଟିଲିଆ ପ୍ରକରଣରେ ଜାତୀୟ ତଦନ୍ତକାରୀ ସଂସ୍ଥାନ  (ଏନଆଇଏ) ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟାର ପର୍ଦ୍ଦାଫାସ କରିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚର ତତ୍କାଳୀନ ଏପିଆଇ ସଚ୍ଚିନ ବାଝେ ହିଁ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରମାଣିତ ହୋଇଛି। ତେବେ ମନସୁଖଙ୍କୁ ୪ ଜଣ ହତ୍ୟା କରିଥିବା ଏନଆଇଏ ଚାର୍ଜସିଟ୍‌ରେ ସୂଚିତ କରିଛନ୍ତି। ଏହି ୪ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ଯାଦବ, ସନ୍ତୋଷ ସେଲାର, ମନିଷ ସୋନୀ ଓ ସତୀଶ ମୋତକୁରୀ। ସେମାନେ ପ୍ରଦୀପ ଶର୍ମା ଆଦେଶରେ ଏହି ହତ୍ୟା ଭିଆଇଥିଲେ।  

ତେବେ ସେମାନେ କାହାକୁ ହତ୍ୟା କରିବାକୁ ଯାଉଛନ୍ତି ଶେଷ ପର୍ଯ୍ୟନ୍ତ ମଧ୍ୟ ଜାଣି ନଥିଲେ ବୋଲି ଏନଆଇଏ ପଚରା ଉଚରାରେ କହିଛନ୍ତି। ସେମାନଙ୍କୁ କେବଳ କୁହାଯାଇଥିଲା ଏକ ପାର୍ସଲ ଆସିବ ଓ ତାର କାମ ତମାମ କରି ଠିକଣାରେ ଲଗାଇ ଦେବ। ଷଡ଼ଯନ୍ତ୍ରକାରୀମାନେ ମନସୁଖଙ୍କ କୋଡ ୱାର୍ଡ ପାର୍ସଲ ରଖିଥିଲେ, ଯେପରି ହତ୍ୟାକାରୀମାନେ କାହାକୁ ହତ୍ୟା କରୁଛନ୍ତି ତାହା ଜାଣି ନ ପାରନ୍ତି। ମାମଲାର ତଦନ୍ତ ବେଳେ ମୃତ ବ୍ୟକ୍ତି ଠାଣେର ମୋଟର ପାର୍ଟସ ବ୍ୟବସାୟୀ ମନସୁଖ ହିରେନ ବୋଲି ସେମାନେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି। ଶବକୁ ସେମାନେ ଉପଯୁକ୍ତ ସ୍ଥାନରେ ଫିଙ୍ଗିସାରିବା ପରେ କେବଳ ଫୋନ କରି ଅର୍ଢର ଦେଇଥିବା ବ୍ୟକ୍ତି ପ୍ରଦୀପ ଶର୍ମାଙ୍କୁ ‘ଓକେ’ କହି ଦିଆଯାଇଥିଲା। ଅର୍ଥାତ ଦିଆଯାଇଥିବା କାମ ସଠିକ ଭାବେ କରି ଦିଆଯାଇଛି।

ହତ୍ୟା ଓ ପରବର୍ତ୍ତି କାଳରେ ଶବକୁ ଠିକଣାରେ ଲଗାଇବାକୁ କରିଥିଲେ ରେକି
ଏକ ପାର୍ସଲର କାମ ତମାମ କରିବା ଲାଗି ସନ୍ତୋଷ ସେଲରକୁ ଅର୍ଡର ମିଳିଥିଲା। ଏଥିଲାଗି ସେ  ଆନନ୍ଦ ଯାଦବ, ମନିଷ ସୋନୀ ଓ ସତୀଶ ମୋତକୁରୀଙ୍କୁ ନିଜ ସହ ସାମିଲ କରିଥିଲା। ମାର୍ଚ୍ଚ ୪ ତାରିଖ ଦିନ ମନସୁଖକୁ ହତ୍ୟା କରାଯାଇଥିଲା। ତେବେ ୩ ତାରିଖ ଦିନ ଯାଦବ ଓ ସେଲାର ଯେଉଁଠାରେ ହତ୍ୟା କରିବେ ସେହି ସ୍ଥାନର ରେକି କରିଥିଲେ। ପରେ ଢାବାକୁ ଯାଇ ପେଟପୁରା ଭୋଜନ କରି ଫେରିଥିଲେ। ସେମାନେ ଘୋଡ଼ବନ୍ଦର ରୋଡ ଓ କାଶେଲୀ ବ୍ରିଜ ଉପରେ ରେକି କରିଥିଲେ।

ସାଢେ ୩ଟା ବେଳେ ନିଜକୁ ନିଜେ ଆସିଥିଲା ପାର୍ସଲ
ଏହି ହତ୍ୟାକାଣ୍ଡ ଲାଗି ମନିଷ ସୋନୀ ଗାଡି ଯୋଗାଡ କରିଦେଇଥିଲା। ସେ ତାଙ୍କ ସାଙ୍ଗ ନିକଟରୁ ଏକ ନାଲିରଙ୍ଗର ଟ୍ରାଭେରା ନେଇଆସିଥିବା ବେଳେ ପାର୍ସଲ ପହଞ୍ଚିବାର ଠିକଣାରେ ସେମାନେ ଅପେକ୍ଷା କରି ରହିଥିଲା। ଅପରାହ୍ନ ଠିକ୍ ସାଢେ ୩ଟା ବେଳେ ଧଳାରଙ୍ଗର କୌଣସି ଏକ କାରରେ ଆସି ପାର୍ସଲ ଓହ୍ଲାଇଥିଲା। ତାକୁ ଦିଆଯାଇଥିବା ସୂଚନା ମୁତାବକ ସେ ନିଜେ ଚାଲିଚାଲି ଟ୍ରେଭେରା ଗାଡି ନିକଟକୁ ଆସିଥିଲା। ପାର୍ସଲ ପହଞ୍ଚିବା ମାତ୍ରେ ସେଲାର ଗାଡିରୁ ଓହ୍ଲାଇ ତା ଲାଗି ଦ୍ୱାର ଖୋଲି ଦେଇଥିଲା। ସେ ଯେମିତି ଗାଡି ଭିତରେ ପଶିଛି ସେଲାର ବସି ଡୋର ପକାଇ ଦେଇଥିଲା। ପାର୍ସଲର ପରବର୍ତ୍ତି ସିଟ୍‌ରେ ଯାଦବ ବସିଥିଲା।

ପାର୍ସଲ ଗାଡିରେ ବସିବାମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମୋତକୁରୀ ତା ପାଟି ମେଲା କରି ରୁମାଲ ପୁରାଇ ମୁହଁକୁ ବାନ୍ଧି ଦେଇଥିଲା। ୪ ଜଣ ମିଶି ଗାଡିରେ ତାକୁ ଶ୍ୱାସରୁଦ୍ଧ କରି ମାରିବା ପରେ ସମୁଦ୍ରରେ ଫିଙ୍ଗି ଚାଲିଆସିଥିଲେ। ଏନଆଇଏ ଚାର୍ଜସିଟ୍‌ରେ ଅଭିଯୁକ୍ତମାନଙ୍କର ଏହି ସ୍ୱୀକାରୋକ୍ତି ଉଲ୍ଲେଖ କରିଥିବା ବେଳେ କୋର୍ଟଙ୍କୁ ଦିଆଯାଇଛି।   

   Related Posts