Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ୍ : ୪ ଗିରଫ, ଆତଙ୍କୀଙ୍କୁ କରୁଥିଲେ ସହଯୋଗ

13/10/2021 at 1:48 PM

ନୂଆଦିଲ୍ଲୀ ୧୩।୧୦: ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାମ୍ମୁ-କାଶ୍ମୀରର ୧୬ ଜାଗାରେ ରେଡ୍‌ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଏହି ଚଢାଉରେ ୪ଜଣଙ୍କୁ ଗିରଫ ମଧ୍ୟ କରିଛି NIA । ଗିରଫ ସମସ୍ତେ ପାକିସ୍ତାନର ନିର୍ଦ୍ଦେଶରେ କାଶ୍ମୀର ଘାଟିରେ ଥିବା ଆତଙ୍କୀ ସଂଗଠନକୁ ସହଯୋଗ କରୁଥିଲେ ।

ଖବର ଅନୁଯାୟୀ, ଘାଟିରେ ଏବେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପ୍ରତିଦିନ ଘାଟିରୁ ହିଂସାର ଖବର ସାମ୍ନାକୁ ଆସିଛି । ତେବେ ଏହି ଆତଙ୍କୀ କାର୍ଯ୍ୟକଳାପକୁ ନେଇ ତଦନ୍ତକାରୀ ସଂସ୍ଥା ତତ୍ପରତା ଦେଖାଇଛି । ଏହି ପ୍ରରିପେକ୍ଷୀରେ ଆଜି NIA ଜାମ୍ମ-କାଶ୍ମୀରର ୧୬ଟି ସ୍ଥାନରେ ରେଡ଼୍‌ କରିଛି । ଆତଙ୍କୀ କାର୍ଯ୍ୟକଳାପ ନେଇ ଶ୍ରୀନଗର, ପୁଲଓ୍ୱାମା ଓ ସୋପିଆନ୍‌ ସମେତ ୧୬ଟି ସ୍ଥାନରେ ଚଢାଉ କରିଛି NIA । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହାସହିତ ଘଟଣାରେ ୪ଜଣଙ୍କ ଗିରଫ ମଧ୍ୟ କରାଯାଇଛି ।

ତେବେ NIA ଗିରଫ କରିଥିବା ଅଭିଯୁକ୍ତଙ୍କ ନାମ- ବସିମ୍‌ ଅହମ୍ମଦ ସୋଫି, ତାରିକ ଅହମ୍ମଦ ଡାର, ବିଲାଲ ଅହମ୍ମଦ ମୀର ଏବଂ ବିଲାଲ ପୁପୁ ବୋଲି ଜଣାପଡିଛି । ସମସ୍ତେ ଘାଟିରେ ଥିବା ଆତଙ୍କୀଙ୍କୁ ସହଯୋଗ କରୁଥିଲେ । ପାକିସ୍ତାନରୁ ମିଳୁଥିବା ଆଦେଶରେ ଏମାନେ କାମ କରୁଥିବାର ଖୁଲାସା କରିଛି NIA। ଆଗକୁ ଏପରି ଅନେକ ସ୍ଥାନରେ NIA ରେଡ୍‌ କରିବାର ଯୋଜନା କରୁଛି ।

   Related Posts