Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପୁଲବାମା ଆତଙ୍କବାଦ ଆକ୍ରମଣ ଉପରୁ ଖୁବ୍ ଶୀଘ୍ର ଉଠିବ ପର୍ଦ୍ଦା, NIAକୁ ମିଳିଛି ଠୋସ୍ ପ୍ରମାଣ

27/02/2020 at 10:32 PM

ନୂଆଦିଲ୍ଲୀ ୨୭।୨:  ଗତବର୍ଷ ପେବୃଆରୀ ୧୪ ତାରିଖରେ କଶ୍ମୀର ପୁଲବାମାରେ ଘଟିଥିଲା ଲୋମହର୍ଷକ ଘଟଣା। ବିସ୍ଫୋରକ ବୋଝେଇ ଏକ କାର ଧକ୍କା ଦେଇଥିଲା ସିଆରପିଏଫ ଜବାନଙ୍କ ବାହନକୁ। ଫଳରେ ଜବାନଙ୍କୁ ନେଇ ଯାଉଥିବା ବାହନଗୁଡିକ ଧ୍ୱଂସ୍ତ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ୪୦ ଜଣ ଜବାନ ପ୍ରାଣ ହରାଇଥିଲେ। ତେବେ ସିଆରପିଏଫ ଜବାନଙ୍କ ହତ୍ୟା ଷଡଯନ୍ତ୍ରର ଖୁବ୍ ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଜଣାପଡିଛି।

ସିଆରପିଏଫ କାରକେଡ ଉପରକୁ ଆକ୍ରମଣ ଷଡଯନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ସୁରାଗ ତଦନ୍ତକାରୀ ସଂସ୍ଥାନ ଏନଆଇଏକୁ ମିଳିଥିବାର ଜଣାପଡିଛି। ଏନଆଇଏ ଅନୁସାରେ ମିଳିଥିବା ପ୍ରମାଣରୁ ପୁରା ପ୍ରକରଣରେ ସାମିଲ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଛି। ସେମାନଙ୍କୁ ପରବର୍ତ୍ତି ପଚରା ଉଚରା କରାଯାଉଛି। ସୂଚନାଯୋଗ୍ୟଯେ  ଏହି କାଣ୍ଡରେ ଜଡିତ ଆକ୍ରମଣକାରୀ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ପୁରା ଘଟଣା ଉପରୁ ପରଦା ହଟିପାରି ନାହିଁ।

ପୁଲବାମା ଘଟଣାରେ ଜଣେ ବି ଅଭିଯୁକ୍ତ ଜୀବିତ ଧରାପଡି ନାହିଁ। ସେହିପରି ଘଟଣାର ବର୍ଷକ ପରେ ବି ଏନଆଇଏ ମାମଲାର ଚାର୍ଜସିଟ୍ ଦାଖଲ କରିନାହିଁ। ଆକ୍ରମଣକାରୀ ଆଦିଲ ଅହମ୍ମଦ ଡାର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲା। ଷଡଯନ୍ତ୍ରର ମୁଖ୍ୟ ନାୟକ ମୁଦାସିର ଅହମ୍ମଦ ଖାନ ଘଟଣାର ୨୫ ଦିନ ପରେ ମାର୍ଚ୍ଚ ୧୦ ତାରିଖ ଦିନ ଏକ ସଂଘର୍ଷରେ ପ୍ରାଣ ହରାଇଥିଲା। ସେହିପରି ଷଡଯନ୍ତ୍ରରେ ସାମିଲ କମରାନ ୨୯ ମାର୍ଚ୍ଚ ଓ ସଜାଦ ଭଟ  ଜୁନ ୧୮ ତାରିଖରେ ସଂଘର୍ଷରେ ପ୍ରାଣ ହରାଇଛି। ସେହିପରି ଗତ ଜାନୁୟାରୀ ୨୫ ତାରିଖରେ ପୁଲବାମା ଷଡଯନ୍ତ୍ରର ଅନ୍ୟତମ ଅଭିଯୁକ୍ତ କାରୀ ୟାସରର ବି ମୃତ୍ୟୁ ହୋଇଛି।

ତେବେ ଏନଆଇଏର ଜନୈକ ଅଧିକାରୀଙ୍କ ଅନୁସାରେ ଏତେ ସବୁ ପରେ ବି ମାମଲାର ଅନେକ କିଛି ତଦନ୍ତ ବାକିଥିଲା। ଯେଉଁଥିରେ ଏତେମାତ୍ରାରେ ବିସ୍ଫୋରକ ଆସିଲା କେଉଁଠୁ, ଅର୍ଦ୍ଧସାମରିକ ବଳଙ୍କ ଗତିବିଧିର ସୂଚନା ସେମାନେ ପାଉଥିଲେ କିପରି ଆଦି ଅନେକ ପ୍ରଶ୍ନ ରହିଯାଇଥିଲା। ଯେଉଁଥିରୁ ଘଟଣା ପଛରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିବା ବେଳେ ବିନା ପ୍ରମାଣ ଓ ସାକ୍ଷରେ ସେମାନଙ୍କ ନିକଟକୁ ପହଞ୍ଚିବା ସମ୍ଭବ ନଥିଲା। ତେବେ ଏବେ ତଦନ୍ତକାରୀ ସଂସ୍ଥାନକୁ ଏପରି କିଛି ପ୍ରମାଣ ମିଳିଛି ଯାହା ୪୦ ଜଣ ସିଆରପିଏଫ ଜବାନଙ୍କ ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବ।   

   Related Posts