ପଶ୍ଚିମବଙ୍ଗ ଏବଂ କେରଳରୁ ୯ ଅଲ୍-କାଏଦା ଆତଙ୍କୀ ଗିରଫ
19/09/2020 at 9:51 AM

ନୂଆଦିଲ୍ଲୀ ୧୯/୦୯ : ଗିରଫ ହୋଇଛନ୍ତି ୯ ଅଲ-କାଏଦା ଆତଙ୍କୀ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପଶ୍ଚିମବଙ୍ଗ ଏବଂ କେରଳରେ ଚଢ଼ାଉ କରି ୯ ଜଣ ଆତଙ୍କୀମାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ୬ ଜଣ ଆତଙ୍କୀ ଏବଂ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କୀଙ୍କୁ ଗିରଫ କରିଛି NIA । ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଟ୍ରାକ କରିବା ପରେ ଏହି ଆତଙ୍କୀ ମାନଙ୍କୁ ଗିରଫ କରାଯାଇଛି ।

ସେହିପରି ଉଭୟ ପଶ୍ଚିମବଙ୍ଗ ଏବଂ କେରଳର ବିଭିନ୍ନ ସ୍ଥାନରେ ରେଡ କରାଯାଉଥିବା ଜଣାପଡ଼ିଛି । କିଛି ଦିନ ତଳେ ଦିଲ୍ଲୀରୁ ଆତଙ୍କୀ ଗିରଫ ହେବା ଓ ପରେ ଜମ୍ମୁ-କାଶ୍ମୀରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା । ଆଉ ଏବେ ଏତେ ସଂଖ୍ୟକ ଆତଙ୍କୀ ଗିରଫ ହେବା ଦ୍ବାରା ନିଶ୍ଚିତ ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021
କୃଷକଙ୍କ ଉପଦ୍ରବ ପରେ ଦିଲ୍ଲୀ ଲାଲ କିଲ୍ଲା ପର୍ଯ୍ୟଟକଙ୍କ ପାଇଁ ବନ୍ଦ
28 January 2021