Hydrabad update: ପୋଲିସ ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତ ବିରୋଧରେ ମୋକଦ୍ଦମା ରୁଜୁ

Published By : Prameya-News7 Bureau | December 07, 2019 IST

ହାଇଦ୍ରାବାଦ ୭।୧୨:  ପ୍ରାଣୀ ଧନ ଚିକିତ୍ସକ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ପୋଲିସ ସେମାନଙ୍କ ବିରୋଧରେ ଏତଲା ରୁଜୁ କରିଛି। ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୭, ୧୭୬ ଓ ଅସ୍ତ୍ରଶସ୍ତ୍ର ଅଧିନିୟମ ଧାରରେ ପୋଲିସ ଏତଲା ରୁଜୁ କରିଥିବା ଶନିବାର ଜଣାପଡିଛି।  ସେପଟେ ମାମଲାର ତଦନ୍ତ ଲାଗି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ଙ୍କ ଏକ ଟିମ ହାଇଦ୍ରାବାଦରେ ପହଞ୍ଚିଛନ୍ତି।

{"id":194982,"sizeSlug":"large"}


ଏନଏଚଆରସି ଟିମ୍ ପ୍ରଥମେ ଏନକାଉଣ୍ଟର ସ୍ଥଳ ଓ ପରେ ଅଭିଯୁକ୍ତମାନଙ୍କ ଶବ ରଖାଯାଇଥିବା ମେହେବୁବ ନଗର ସରକାରୀ ହସ୍ପିଟାଲ ଗସ୍ତ କରିଛନ୍ତି। ମାମଲାରେ କେନ୍ଦ୍ର ସରକାର ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ସଂସଦର ଶୀତ ଅଧିବେଶ ଚାଲିଥିବା ବେଳେ ହୋଇଥିବା ଏହି ସମ୍ବେଦନଶୀଳ ଘଟଣାରେ ସରକାର ତଥ୍ୟ ସମେତ ନିଜକୁ ପ୍ରସ୍ତୁତ ରଖିବା ଲାଗି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

{"id":194986,"sizeSlug":"large"}

ପୋଲିସକୁ ବିଶ୍ୱାସକୁ ନେଉ ନାହାନ୍ତି ଅନେକ
ସାଦନଗର ଥାନା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟରକୁ ଅନେକ ସମର୍ଥନ କରିଛନ୍ତି। ତେବେ ଦେଶରେ ଆଇନର ଶାସନ ଥିବା ବେଳେ ଅନେକ ଏହାକୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଏଣୁ ସାମାଜିକ କାର୍ଯ୍ୟକର୍ତ୍ତାମାନେ ତେଲେଙ୍ଗାନା ହାଇକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶଙ୍କୁ ପତ୍ର ଲେଖୁଛନ୍ତି। ଏଥିରେ ଜନୈକା ମହିଳା ଏଭଳି ଘୃଣ୍ୟ ଅପରାଧ କରିଥିବା ଅପରାଧୀଙ୍କ ଲାଗି ଆମେ କଠିନରୁ କଠିନ ଦଣ୍ଡବିଧାନ ଦାବି କରୁଛୁ। ତେବେ ପୋଲିସ ଯେଉଁମାନଙ୍କୁ ଏନକାଉଣ୍ଟର କରିଛି ସେମାନେ ହିଁ ଘଟଣାର ଅସଲ ଅପରାଧୀ ଥିଲେ କି ନା ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ପୋଲିସ ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଣୁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପ୍ରମାଣ ଏକାଠି କରିନଥିବା ବେଳେ ସେମାନଙ୍କୁ ତରବରିଆ ଭାବେ ହତ୍ୟା କରିବା ନେଇ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.