ଟୋଲ ଗେଟରୁ ମାସିକ ୭୨ ଲକ୍ଷ ଟଙ୍କା ଆଦାୟ, ହେଲେ ରାସ୍ତା ମେଣ୍ଟେନାନ୍ସ ଓ ଜରୁରୀ ସୁବିଧା ପାଇଁ ଆଖି ବୁଜଦଇଛି ଏନଚଏଆଇ
4/11/2019 at 7:51 PM

ବାଲେଶ୍ବର ୪|୧୧: ଜାତୀୟ ରାଜପଥ ଉପରେ ଥିବା ଟୋଲ ଗେଟ୍ , ଟଙ୍କା ତ ଗଣି ନେଉଛି , ହଲେ ଯାତ୍ରୀମାନଙ୍କୁ ଯେଉ ସୁବିଧା ଦେବା କଥା , ତାକୁ ଭୁଲି ଯାଇଛି । ଆମେ କହୁଛୁ ଷୋହଳ ଜାତୀୟ ରାଜପଥ ଉପରେ ଥିବା ସେରଗଡ ଟୋଲ୍ ଗେଟ କଥା । ଆମ୍ବଲାନ୍ସ ନାହିଁ ,କି କ୍ରେନ ନାହିଁ । ଡାକ୍ତର ନାହିଁ , କି ଫାଷ୍ଟ ଏଡ୍ ନାହିଁ । ଏଭଳି ମୌଳିକ ସୁବିଧା ଯୋଗାଇ ଦେଉ ନଥିବା ଟୋଲ୍ ଗେଟ୍ ଦିନକୁ କୋଡିଏ ଲକ୍ଷ ଟଙ୍କା ଗଣି ନେଉଛି ।

ବାଲେଶ୍ବର ଜିଲ୍ଲା ଷୋହଳ ନମ୍ବର ଜାତୀୟ ରାଜପଥର ଶେରଗଡ ନିକଟରେ ଥିବା ଏହି ଟୋଲ୍ ଗେଟ୍ ବାର୍ଷିକ ୭୨କୋଟି ଟଙ୍କା ଆଦାୟ କରୁଛି । ହଲେ ଜାତୀୟ ରାଜପଥ ନିୟମ ପାଳନ କରୁ ନାହିଁ । ଏକ ବର୍ଷ ହେଲା କେହି ମଂଟେନାନ୍ସ ଏଜେନ୍ସି ନାହିଁ । ଫଳରେ ରୋଡ୍ ଡିଭାଇଡର ଉପରେ ଥିବା ଗଛ କଟାଯାଉ ନାହିଁ । ସେହିପରି ଜାତୀୟ ରାଜପଥ ଉପରେ ଦୁର୍ଘଟଣାରେ ମରି ପଡୁଥିବା କୁକୁର ଗୋରୁକୁ କେହି ଉଠାଇବାକୁ ନାହିଁ । ସେହିପରି ଟୋଲଗେଟ୍ ରେ କ୍ରେନ ନାହିଁ କି ଆମ୍ବୁଲାନ୍ସ ନାହିଁ ।

ଟୋଲ ଗେଟ୍ ରେ ଯଦି କୌଣସି ଗାଡି ଖରାପ ହୁଏ , ତବେ ଅବସ୍ଥା କଣ ହେବ । ପଛକୁ ପଛ ଶହ ଶହ ଗାଡି ଲାଗିଯିବ । କ୍ରେନ ତ ନାହିଁ , ବ୍ରେକ ଡାଉନ ଗାଡିକୁ ବାହାର କରାଯିବ କେମିତି । ତବେ ଜାତୀୟ ରାଜପଥ ଉପରେ ଥିବା ଟୋଲ ଗେଟ ପକ୍ଷରୁ ସମସ୍ତ ମୌଳିକ ସୁବିଧା ରହିବା କଥା ।
