NHAI ମାଗଣାରେ ଉପଲବ୍ଧ କରୁଛନ୍ତି Fastag, ୧ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ନିଶୁଳ୍କ

Published By : Prameya-News7 Bureau | February 20, 2021 IST

ନୂଆଦିଲ୍ଲୀ ୨୦।୨: ସାରା ଦେଶର ଟୋଲ ପ୍ଲାଜାରେ ଫେବୃଆରୀ ୧୫-୧୬ ମଧ୍ୟରାତ୍ରରୁ ‘ଫାସଟାଗ୍’ ଅନିବାର୍ଯ୍ୟ କରିଦିଆଯାଇଛି। ଯେଉଁ ଗାଡି ଏହି ଟ୍ୟାଗ୍‌ ନେଇ ନାହାନ୍ତି ସେମାନଙ୍କଠାରୁ ଟୋଲ ପ୍ଲାଜାମାନଙ୍କରେ ୨ଗୁଣ ଫି ଅସୁଲ କରାଯାଉଛି। ଏହା ଛଡା ଯାତ୍ରା ମଧ୍ୟ ବିଳମ୍ବିତ ହେଉଛି। ଏଣୁ ଅସୁବିଧାକୁ ଦୃଷ୍ଟିରେ ରଖି ଲୋକେ ଏବେ ଫାସଟାଗ୍‌ ଆବେଦନ କରିବାରେ ଲାଗିଛନ୍ତି।

ତେବେ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ବିଭିନ୍ନ ଟୋଲ ପ୍ଲାଜାରେ ବାହାନ ଲାଗି ଫାସଟ୍ୟାଗ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ନିଶୁଳ୍କ ପ୍ରଦାନ କରୁଛନ୍ତି। ଏଣୁ ଯେଉଁମାନେ ଏପର୍ଯ୍ୟନ୍ତ ଫାସଟ୍ୟାଗ୍ ଗାଡିରେ ଲଗାଇନାହାନ୍ତି ସେମାନେ ଟୋଲ ପ୍ଲାଜା ନିକଟରେ ଏଥିଲାଗି ସ୍ଥାପିତ କାଉଣ୍ଟରରୁ ସଂଗ୍ରହ କରିନେବାକୁ କୁହାଯାଇଛି। ଏହି ସୁବିଧା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଏନଏଚଏଆଇ ପୂର୍ବରୁ ଫାସଟ୍ୟାଗ୍‌ ଲାଗି ୧୦୦ ଟଙ୍କା ଶୁଳ୍କ ଅସୁଲ କରୁଥିଲେ। ହେଲେ ଏବେ ତାହା ବି ଅସୁଲ ହେଉ ନଥିବା ଜଣାପଡିଛି। ସେହିପରି ଫାସଟ୍ୟାଗ୍‌ ରିଚାର୍ଜ କରିବାକୁ ସାରା ଦେଶରେ ପ୍ରଧିକରଣ ୪୦ ହଜାରରୁ ଅଧିକ ବୁଥ ସ୍ଥାପନା କରିଛନ୍ତି। ଏହା ଛଡା ଏହାକୁ ଅନଲାଇନ ପ୍ଲାଟଫର୍ମରେ ମଧ୍ୟ ରିଚାର୍ଜ କରାଯାଇପାରୁଛି।

ଆପଣ ଫାସଟାଗ ନେଉଥିଲେ ଆପଣଙ୍କ ମୋବାଇଲରେ ଏହାର ଆପ୍‌ ଡାଉନଲୋଡ କରିବାକୁ ହେବ। ଏଥିରେ ଅନେକ ଫିଚର ରହିଛି। ଏଠାରେ ଆପଣ ବାଲାନ୍ସ ଯାଞ୍ଚ କରିବା ସହ ଆଗାମୀ ରିଚାର୍ଜ ଲାଗି ଆଗୁଅ ସୂଚନା ମଧ୍ୟ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.