Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା : ୬ ମାସରେ ଗଡ଼ିଲାଣି ୧୮ ମୁଣ୍ଡ, ଅଣ୍ଡର ପାସ୍ ନିର୍ମାଣ ପାଇଁ ଦାବି

4/11/2020 at 11:02 PM

ପାଟଣା, ୦୪/୧୧:  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ  ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର  ରାଜପଥର ଏବେ ସାଜିଛି ମୃତ୍ୟୁର ପଥ । ଦୈନନ୍ଦୀନ ଉକ୍ତ ରାଜପଥରେ ଛୋଟବଡ଼  ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିବା ବେଳେ ୬ ମାସ ମଧ୍ୟରେ ୧୮ ରୁ ଉର୍ଦ୍ଧ୍ୱ ମୁଣ୍ଡ ନେଲାଣି ରାଜପଥ। ୪୯ ନମ୍ବର ଜାତୀୟ ରାଜପଥ ମୁମ୍ବାଇ- କଲିକତା ରୋଡ଼ର ସମ୍ପ୍ରସାରଣ ପାଈଁ  ବର୍ତ୍ତମାନ ୪ ଲେନ୍ କାର୍ଯ୍ୟ  ଜାରି ରହିଛି ।

ପାଟଣା ବ୍ଲକର ଖିରେଇଟାଙ୍ଗିରି ଠାରୁ ତୁରୁମୁଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସମ୍ପ୍ରସାରଣ କାର୍ଯ୍ୟ ମୋଣ୍ଟେକାର୍ଲ ନାମକ ଏକ ସଂସ୍ଥା ଏହି କାର୍ଯ୍ୟ କରୁଛି। ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଦୈନନ୍ଦୀନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସେପଟେ  ତୁରୁମୁଙ୍ଗା ଠାରେ  ମେଡିକାଲ ଛକ ଓ ଝାରବେଡା  ଛକରେ ୨ଟି  ଅଣ୍ଡର ପାସ୍ ନିର୍ମାଣ କରିବାକୁ  ତୁରୁମୁଙ୍ଗା ସରପଞ୍ଚ ଉମେଶ ଚନ୍ଦ୍ର ଦେହୁରୀ    ଏନ,ଏଚ,ଏ,ଆଇ ପ୍ରଜେକ୍ଟ ଡ଼ାଇରେକ୍ଟର ଙ୍କୁ ପତ୍ର ଲେଖିବା ସହିତ ସାଂସଦ ଚନ୍ଦ୍ରାଣୀ ମୂର୍ମୁ ଓ ପାଟଣା ବିଧାୟକଙ୍କୁ ଦରଖାସ୍ତ ଜରିଆରେ ଦାବି ପତ୍ର ଦେଇଥିଲେ କିନ୍ତୁ ବିଡ଼ମ୍ବନା ର ବିଷୟ ଉକ୍ତ ଦାବିପତ୍ର ପରେ ଏନ, ଏଚ,ଏ,ଆଇ ପକ୍ଷରୁ ଯନ୍ତ୍ରୀ ଘଟଣାର ତଦନ୍ତ କରି ତୁରୁମୁଙ୍ଗା ଠାରେ ରାସ୍ତା କାମ ୮୦ ପ୍ରତିଶତ କାମ ସରି ଯାଇଥିବାରୁ ଅଣ୍ଡରପାସ ନିର୍ମାଣ ସମ୍ଭବ ପର ନୁହେଁ ବୋଲି ଚିଠି ଦ୍ୱାରା ପ୍ରକାଶ ପରେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ତୁରୁମୁଙ୍ଗା ରାଜନଗର, ଚେମେଣା,ବୁଢୀ କାପୁଡି, ଆଦି ପଞ୍ଚାୟତର ଜନପ୍ରତିନିଧି ଙ୍କ ମିଳିତରେ ତୁରୁମୁଙ୍ଗା ମେଡିକାଲ ଛକ ଓ ଝାରବେଡା ଠାରେଏବେ ଅଣ୍ଡରପାସ ନିର୍ମାଣ ପାଇଁ ଦାବି ଜୋର ଧରିଛି।  ଆଗାମୀ ଦିନରେ ଅଣ୍ଡରପାସ ନିର୍ମାଣ କରାନଗଲେ ତୁରୁମୁଙ୍ଗା ଓ ଆଖପାଖ ଅଞ୍ଚଳର ୨୦ ଟି ଗ୍ରାମର ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାଜପଥ ସମ୍ପ୍ରସାରଣ ସମୟରେ ଏଭଳି ଅସୁବିଧା ହେବା ନେଇ ସ୍ଥାନୀୟ ଲୋକେ ଜାଣି ପାରିନଥିଲେ ଉକ୍ତ  ରାଜପଥ  ପାର୍ଶ୍ୱ  ଦଧିବାମନ ଉଚ୍ଚବିଦ୍ୟାଳୟ,ଦଧିବାମନ ମହାବିଦ୍ୟାଳୟ,  ବିଦ୍ୟୁତ କାର୍ଯ୍ୟାଳୟ , ବ୍ୟାଙ୍କ,ହସ୍ପିଟାଲ ବ୍ୟାଙ୍କ୍  ଭଳି ଅନେକ  କାର୍ଯ୍ୟାଳୟ ରହିଛି । ତେଣୁ ଅଣ୍ଡରପାସ୍ ନିର୍ମାଣ ନହେଲେ  ରାସ୍ତା ପାର ସମୟରେ  ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ଲୋକେ  ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନେକ ଧନ  ଜୀବନ ହାନି ଘଟିବା ଆଶଙ୍କା କରାଯାଉଛି।ଏଥିପ୍ରତି ଏନ୍,ଏଚ,ଏ,ଆଇ କତ୍ତୃପକ୍ଷ ଓ ଜିଲାପାଳ ଦୃଷ୍ଟିଦେବା ଜରୁରୀ ହୋଇପଡିଛି।

   Related Posts