ଭିଜିଲାନ୍ସ ପଞ୍ଝାରେ ଏନଏଚ ଏଇଇ, ପେଟ୍ରୋଲ ପମ୍ପ୍ କ୍ଲିଅରାନ୍ସ ପାଇଁ ନେଉଥିଲେ ୨୦ହଜାର ଟଙ୍କା

Published By : Prameya-News7 Bureau | October 09, 2020 IST

ନୂଆପଡା ୯।୧୦: ଭିଜିଲାନ୍ସ ପଞ୍ଝାରେ ଏନଏଚ ଏଇଇ ସଂଯୋଗ ମେହେର । ଜାତୀୟ ରାଜପଥ କଡ ପେଟ୍ରୋଲ ପମ୍ପ କ୍ଲିଅରାନ୍ସ ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ପେଟ୍ରୋଲ ପମ୍ପ ମାଲିକ ଖରିଆର ରୋଡ ବାସିନ୍ଦା ସୁଶାନ୍ତ କୁମାର ୨୦ ହଜାର ଲାଞ୍ଚ ଦେବା ସମୟରେ ଖରିଆର ରୋଡରୁ ତାଙ୍କୁ ଧରିଲା ନୂଆପଡା ଭିଜିଲାନ୍ସ । କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଚଢଉରେ ସାମିଲ ହୋଇଥିଲେ । ଗତ ନଭେମ୍ବର ମାସରୁ ଟଙ୍କା ଲାଞ୍ଚ ବାହାନାରେ ଏନଓସି ଦେଉ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.