Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବାଣ ଫୁଟାଇବା ଉପରେ NGTଙ୍କ ରୋକ୍, ନଭେମ୍ବର ୩୦ଯାଏଁ ଦିଲ୍ଲୀ-ଏନସିଆରରେ ଫୁଟିବନି ବାଣ, ଏହି ସହରରେ ଦୁଇ ଘଣ୍ଟା ଛାଡ

9/11/2020 at 4:16 PM

ନୂଆଦିଲ୍ଲୀ ୯।୧୧: ଦୀପାବଳିରେ ବାଣ ଫୁଟା କଟକଣା ଉପରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏହା ଅନୁଯାୟୀ ଆଜି ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ତାରିଖ ଯାଏଁ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବାଣ ଫୁଟାଇବା ଉପରେ କଟକଣା ଲାଗୁ ରହିବ । ଏଥିସହତି ଦେଶର ଅନ୍ୟ ସହରରେ ଯେଉଁଠାରେ ବାୟୁ ପ୍ରଦୂଷଣ ସ୍ତର ଖରାପ ରହିଥିବ ସେଠାରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । କିନ୍ତୁ ସ୍ଥାନୀୟ ପ୍ରଶାସନ ସ୍ଥିତିକୁ ଦେଖି ବାଣ ଫୁଟାଇବା ଉପରେ ନିର୍ଦ୍ଦେଶ ଦେଇପାରିବେ ।

ଦେଶର ୮ଟି ରାଜ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିବାରୁ ଏହା ଉପରେ ଆଜି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା । ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ, ସିକ୍କିମ, ଚଣ୍ଡୀଗଡ଼ ବାଣ ଫୁଟା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି । ହରିୟାଣା ସରକାର ଯଦିଓ ବାଣ ଫୁଟାଇବା ଓ ବିକ୍ରି ଉପରେ ପ୍ରଥମ କଟକଣା ଲଗାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ।

ଓଡ଼ିଶାରେ ନଭେମ୍ବର ୩ ତାରିଖରେ ରାଜ୍ୟ ସରକାର ଦୀପାବଳୀରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି ।  କରୋନା ସ୍ଥିତିକୁ ଦେଖି ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି । ଏଥିସହିତ ବାଣ ବିକ୍ରି ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ନଭେମ୍ବର ୧୦ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଛି। ଏହାକୁ ଉଲ୍ଲଂଘନ କଲେ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ ଦଣ୍ଡିତ ହେବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି।

ସେପଟେ କିନ୍ତୁ ଯେଉଁମାନେ ବାଣ କିଣି ନିଜର ଷ୍ଟକ୍ ରଖିଥିଲେ ସେମାନେ ବାଣ ବିକ୍ରି ଉପରେ ଥିବା କଟକଣା କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ଏନଜିଟିଙ୍କ ନିର୍ଦ୍ଦେଶ ପରେ ଦେଶରେ କେଉଁ କେଉଁ ସ୍ଥାନରେ ବାଣ କଟକଣା ବଳବତ୍ତର ରହିବ ଏବଂ କେଉଁ କେଉଁ ସ୍ଥାନରେ ଅନୁମତି ଦିଆଯିବ ସେନେଇ ଏକ ସାନି ନିର୍ଦ୍ଦେଶାନାମାକୁ ଅପେକ୍ଷା କରାଯାଇଛି।

   Related Posts