Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ପୋଲାଭରମ୍ ପ୍ରକଳ୍ପ ମାମଲା : ବିଶେଷଜ୍ଞ କମିଟିର ୮ଟି ସୁପାରିଶକୁ ଗ୍ରହଣ କଲେ ଏନଜିଟି

19/09/2020 at 5:47 PM

ନୂଆଦିଲ୍ଲୀ ୧୯।୯: ଏନଜିଟିରେ ପୋଲାଭରମ୍ ପ୍ରକଳ୍ପ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି । କମିଟିର ୮ଟି ସୁପାରିଶକୁ ଗ୍ରହଣ କରିଛନ୍ତି ଏନଜିଟି । ଆନ୍ଧ୍ର ପ୍ରଦେଶ ଗୋଦାବରୀ ନଦୀରେ ଇନ୍ଦିରା ସାଗର ବହୁମୁଖୀ ଜଳ ପ୍ରକଳ୍ପ ପୋଲାଭରମ୍ ମାମଲାରେ ୪ ଜଣିଆ ବିଶେଷଜ୍ଞ କମିଟିର ସୁପାରିଶକୁ ଏନଜିଟି ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୮ ତାରିଖରେ କମିଟି ନିଜର ରିପୋର୍ଟ ଦାଖଲ କରିଥିଲା । ରିପୋର୍ଟରେ ୯ଟି ସୁପାରିଶ ହୋଇଥିଲା । ଏହା ମଧ୍ୟରୁ ୮ଟି ସୁପାରିଶକୁ ଗ୍ରହଣ କରାଯାଇଛି । ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରିବା ସୁପାରିଶକୁ ଗ୍ରହଣ କରିନାହାନ୍ତି ।

ତେବେ ଗ୍ରହଣ ହୋଇଥିବା ସୁପାରିଶ ଗୁଡିକ ହେଲା

୧. ଆନ୍ତଃ ରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ୍ କର୍ତ୍ତୃପକ୍ଷ କାର୍ଯ୍ୟ କରିବେ।

୨. ଗୋଦାବରୀ ଜଳ ବିବାଦ ନେଇ ଟ୍ରିୂବ୍ୟୁନାଲ୍ ଦେଇଥିବା ୧୯୮୦ ରାୟକୁ ମାନିବେ ।

୩. ଜଳମଗ୍ନ ହେଉଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ ।

୪. ପ୍ରକଳ୍ପର ବ୍ୟାକ୍ ଓ୍ବାଟର ଷ୍ଟଡି ହେବ ।

୫. ଏହି ପ୍ରକଳ୍ପ ଯୋଗୁଁ କୌଣସି ପ୍ରଭାବ ପଡିଲେ ଏଥିପାଇଁ ପ୍ରକଳ୍ପ ଅଧିକାରୀ ଦାୟୀ ରହିବେ ।

୬. ପ୍ରକଳ୍ପ ନେଇ ତେଲେଙ୍ଗାନା, ଓଡିଶା, ଆନ୍ଧ୍ର, ଛତିଶଗଡ ଆଲୋଚନା କରିବେ ।

୭. ଓଡ଼ିଶାର ୬୩୧୬ ଲୋକଙ୍କୁ ଥଇଥାନ କରାଯାଉ ବୋଲି କମିଟି ସୁପାରିଶ କରିଛି ।

୮. ଦୁଇ ମାସ ମଧ୍ୟରେ କେନ୍ଦ୍ର ସରକାର, ପ୍ରକଳ୍ପ କର୍ତ୍ତୃପକ୍ଷ  ଏବଂ ସିଡବ୍ଲୁସି ମିଶି  ଆନ୍ଧ୍ର, ଓଡିଶା, ଛତିଶଗଡ଼ , ତେଲେଙ୍ଗାନା ସହ ବୈଠକ କରିବେ ।

ତେଲେଙ୍ଗାନାର ସୁଧାକର ରେଡ୍ଡୀଙ୍କ ପିଟିସନର ଶୁଣାଣି କରି ଏନଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଏନଜିଟି କେନ୍ଦ୍ର ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts