ନିର୍ଭୟା ଅପରାଧୀଙ୍କୁ ଭେଟିବା ଲାଗି ତିହାର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଲେ ସାମାଜିକ ସଂସ୍ଥା, ଜାଣନ୍ତୁ କାହିଁକି

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨:  ନିର୍ଭୟା ଅପରାଧୀଙ୍କ ହାତରେ ଜୀବନର ଆଉ ମାତ୍ର କିଛି ସମୟ ବାକି ଅଛି। ତେବେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସେମାନଙ୍କୁ ଜେଲରେ ଭେଟିବା ନିମନ୍ତେ  ତିହାର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିବା ଜଣାପଡ଼ଛି। ଏଥିରେ ସ୍ୱେଚ୍ଛାସେବୀ ସଂସ୍ଥା ସେମାନଙ୍କୁ ଅଙ୍ଗଦାନ ଲାଗି ପ୍ରେରିତ କରିବାକୁ ଇଛା ବ୍ୟକ୍ତ କରିଛନ୍ତି। ସେମାନେ ଯାହା କରିଛନ୍ତି ସେଥିଲାଗି ଦଣ୍ଡପାଇବାକୁ ଯୋଗ୍ୟ।  ତେବେ କିଛି ଭଲ କରିବା ଲାଗି ସେମାନଙ୍କ ନିମନ୍ତେ ଏହା ଶେଷ ସୁଯୋଗ। ସେମାନେ ଯଦି ଅଙ୍ଗଦାନ ଲାଗି ଆଗ୍ରହୀ ହୁଅନ୍ତି ତେବେ ମୃତ୍ୟୁପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଲୋକଙ୍କ କାମରେ ଆସିଯିବ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଭେଟିବା ଲାଗି ତିହାର କର୍ତ୍ତୃପକ୍ଷଙ୍କୁ ସ୍ୱେଛାସେବୀ ସଂସ୍ଥା 'ରୋଡ ଆଣ୍ଟି କର୍ପସନ ଅର୍ଗାନାଇଜେସନ' ପତ୍ର ଲେଖିଛନ୍ତି। ଏହି ସଂସ୍ଥାରେ ଡାକ୍ତର, ମନଚିକିତ୍ସକ, ଧର୍ମଗୁରୁ ଏବଂ ଓକିଲ ଆଦି ସଦସ୍ୟ ଅଛନ୍ତି। ନିର୍ଭୟା ଅପରାଧୀଙ୍କୁ ଭେଟି କିଛି ଭଲ କରିବା ଲାଗି ସେମାନଙ୍କ ନିକଟରେ ଏବେବି ସୁଯୋଗ ଥିବା ଜଣାଇବା ସଙ୍ଗଠନର ଅସଲ ଉଦ୍ଦେଶ୍ୟ। ସେମାନେ କୌଣସି ଉପାୟରେ କାହାର ଭଲ କରିପାରିବେନି। ହୁଏତ ଅଙ୍ଗଦାନ ଲାଗି ଯଦି ୪ ଅପରାଧୀ ରାଜି ହୁଅନ୍ତି ତେବେ କିଛି ଲୋକେ ନିଶ୍ଚିତ ଉପକୃତ ହୋଇପାରନ୍ତେ।

ସଂସ୍ଥାର ମୁଖ୍ୟ ରାହୁଲ ଶର୍ମା ସଦସ୍ୟଙ୍କ ସହ ଆଲୋଚନା କରି ଜେଲ କର୍ତ୍ତୃପକ୍ଷଙ୍କୁ ଏହି ପତ୍ର ଲେଖିଛନ୍ତି। ତେବେ ଏ ନେଇ ଜେଲ ପକ୍ଷରୁ କୌଣସି ଜବାବ ମିଳି ନାହିଁ। ଅନ୍ୟପକ୍ଷରେ ତିହାରରେ ବନ୍ଦୀଙ୍କୁ ଭେଟିବା ଲାଗି କୌଣସି ସଂସ୍ଥାକୁ ଏମିତି ଅନୁମତି ମିଳେ ନାହିଁ। ଏଥିରେ ନିର୍ଭୟା ଅପରାଧୀମାନେ ମୃତ୍ୟୁଦଣ୍ଡ ଅପେକ୍ଷାରେ ରହିଛନ୍ତି। ଏଣୁ ଏଥିଲାଗି ସଂସ୍ଥାକୁ କୋର୍ଟଙ୍କ ଅନୁମତି ନେବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.