Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ ଅପିଲ୍ ପାଇଁ ପ୍ରସ୍ତୁତି, କୋର୍ଟରେ ହେଲା ଆବେଦନ

10/01/2020 at 10:37 AM

ନୂଆଦିଲ୍ଲୀ ୧୦।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀ ଅକ୍ଷୟ ଠାକୁର, ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା ଏବଂ ମୁକେଶକୁ ଆସନ୍ତା ୨୨ତାରିଖରେ ଦିଆଯିବ ଫାଶୀ । ୪ ଅଭିଯୁକ୍ତକୁ ଅଙ୍ଗଦାନ କରିବା ପାଇଁ ସେମାନଙ୍କ ସହ ପରାମର୍ଶ କରିବା ଲାଗି ଯୋଜନା କରାଯାଉଛି । ଏନେଇ ଆଇନଜୀବୀ ଆର୍ କପୁର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ମଧ୍ୟ ଆବେଦନ କରିସାରିଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ଫାଶୀ ପୂର୍ବରୁ ଭେଟିବାକୁ ଆଇନଜୀବୀ ଆର୍ କପୁର କୋର୍ଟରେ ଆବେଦନ କରିବା ସହ ଅନୁମତି ମାଗିଛନ୍ତି । ଫାଶୀ ପୂର୍ବରୁ ଅଙ୍ଗଦାନ କରିବାକୁ ସେ ୪ ଦୋଷୀଙ୍କ ସହ ପରାମର୍ଶ କରିବେ ବୋଲି କହିଛନ୍ତି ।

ଆଇନଜୀବୀ ଆର୍ କପୁର କହିଛନ୍ତି ଯେ, ସେ ଡିସେମ୍ବର ୧୯ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ ନେଇ ପରାମର୍ଶ କରିବା ଲାଗି ଜେଲ୍ ଅଧିକାରୀଙ୍କ ସହ ସଂପର୍କ କରିଥିଲେ । ମାତ୍ର ଜେଲ୍ ଅଧିକାରୀ ତାଙ୍କୁ କୋର୍ଟରୁ ଅନୁମତି ନେବା ପାଇଁ କହିଥିଲେ । ଫଳରେ ଆଇନଜୀବୀ ଆର୍ କପୁର ଗୁରୁବାର ଦିନ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ଏନଜିଓ ରାକୋ ତରଫରୁ ଆବେଦନ କରିଛନ୍ତି । ଆବେଦନରେ ଦର୍ଶାଯାଇଛି ଯେ, ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ସେମାନଙ୍କ ଅଙ୍ଗଦାନ କରିବା ପାଇଁ ସେମାନଙ୍କ ସହ ପରାମର୍ଶ କରିବା ଲାଗି ଅନୁମତି ଦିଆଯାଉ ।

   Related Posts