ଜମି ଅଧିଗ୍ରହଣ ୮୮ ଲକ୍ଷ ଟଙ୍କା ହେରଫେର, ଗିରଫ ହେଲେ ଏନଜିଓ ଡାଇରେକ୍ଟର ଓ ଟ୍ରେଜରର

Published By : Prameya-News7 Bureau | July 19, 2020 IST

ଢେଙ୍କାନାଳ ୧୯।୦୭: ଟଙ୍କା ହେରଫେର ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଜନ ଜାଗରଣ କେନ୍ଦ୍ର ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ(ଏନଜିଓ)ର ନିର୍ଦ୍ଦେଶକ ଓ କୋଷାଧ୍ୟକ୍ଷଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇ ଅଧିକାରୀ  ୮୮ଲକ୍ଷ ୧୬ହଜାର ୮୧୨ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।  

{"id":302728,"sizeSlug":"large"}

ଏ ସଂକ୍ରାନ୍ତରେ ଏହି ଏନଜିଓର ନିର୍ଦେଶକ ରତିକାନ୍ତ ନାୟକ ଓ ବର୍ତମାନର କୋଷାଧକ୍ଷ ଉପେନ୍ଦ୍ର ନାୟକଙ୍କୁ ଢେଙ୍କାନାଳ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନଜିଓର ପୂର୍ବତନ କୋଷାଧକ୍ଷଙ୍କ  ଅଭିଯୋଗକୁ ଭିତ୍ତି କରି  ଢେଙ୍କାନାଳ ଏସଡିଜେଏମ କୋର୍ଟଙ୍କ ନିର୍ଦେଶ ମୁତାବକ ଟାଉନ ପୁଲିସ ତଦନ୍ତ କରି ଗିରଫ କରିଥିବା ଜଣାପଡ଼ିଛି ।

{"id":302730,"sizeSlug":"large"}

ବିଭିନ୍ନ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ତାଲିମ ଦେବାପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ସଦର ଥାନା ଅନ୍ତର୍ଗତ ମୁଲିସିଙ୍ଗ ଠାରେ  ନିର୍ମିତ ଟ୍ରେନିଂ ସେଣ୍ଟର ଓ ଅଫିସ ଏନଏଚ ସଂପ୍ରସାରଣ ଜମି ଅଧିଗ୍ରହଣ ବାବଦକୁ ଏହି ଟଙ୍କା ମିଳିଥିଲା । ମାତ୍ର ଉକ୍ତ ଟଙ୍କାକୁ ପୁନର୍ବାର ଘର ଓ ଟ୍ରେନିଂ ସେଣ୍ଟର ନିର୍ମାଣ ବଦଳରେ ଜାଲିଆତି କରି ସଂସ୍ଥାର ନିର୍ଦେଶକ ବ୍ୟକ୍ତିଗତ ଭାବେ ପୁଅ ଓ ନିଜ ଆକାଉଣ୍ଟକୁ ନେଇ ହେରଫେର କରିଥିବା ତଦନ୍ତରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.