ପାନ ମସଲା ବିଜ୍ଞାପନ ନକରିବାକୁ ବିଗ୍ ବିଙ୍କୁ ନିବେଦନ କଲା NGO, କହିଲା-ତମାଖୁ ବିରୋଧି ଆନ୍ଦୋଳନକୁ ସମର୍ଥନ କରନ୍ତୁ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯: ତମାଖୁ ବିରୋଧୀ ଏକ ଜାତୀୟ ସଂଗଠନ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ପାନ ମସାଲାକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନରୁ ହଟିବାକୁ ଅନୁରୋଧ କରିଛି। ସେ ବିଗ୍ ବିଙ୍କୁ ନିବେଦନ କରିଛନ୍ତି ଯେ ଯଦି ସେ ଏହା କରନ୍ତି, ତେବେ ତାଙ୍କର ଏହି ପଦକ୍ଷେପ ଯୁବକମାନଙ୍କୁ ତମାଖୁ ସେବନରୁ ଦୂରେଇ ରଖିବାରେ ସାହାଯ୍ୟ କରିବ।

ଏହି ମାମଲାରେ ଏନଓଟିଇର ଅଧ୍ୟକ୍ଷ ଡକ୍ଟର ଶେଖର ସାଲ୍କର୍ ବିଗ୍ ବିଙ୍କୁ ଏକ ଚିଠି ଲେଖି କହିଛନ୍ତି, ‘ଭେଟେରାନ୍ ଅଭିନେତା ନିଜକୁ 'ସରୋଗେଟ୍' ପାନ ମସଲା ବିଜ୍ଞାପନରୁ ଦୂରେଇ ରଖିବା ଉଚିତ ଏବଂ ଏହା ସହିତ ସେ ଯୁବକମାନଙ୍କୁ ମଧ୍ୟ ଏହି ନିଶା ଠାରୁ ଦୁରେଇ ରଖିବା ପାଇଁ ତମାଖୁ ବିରୋଧୀ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିବା ଉଚିତ୍। ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସୁପାରୀ ପଦାର୍ଥ ଶରୀରରେ କର୍କିନୋଜେନରେ ପରିଣତ ହୋଇପାରେ ଯାହା ପାଟି କର୍କଟ ରୋଗର କାରଣ ହୋଇପାରେ।’

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତମାଖୁ ବନ୍ଦ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ଅଙ୍କୋଲୋଜିଷ୍ଟ ତଥା ଏନଜିଓର ସଦସ୍ୟ ଭାବରେ ମୁଁ ଶାହାରୁଖ ଖାନ, ଅଜୟ ଦେବଗନ, ରଣଭୀର ସିଂଙ୍କ ଭଳି ବଲିଉଡର ବିଭିନ୍ନ ପ୍ରଭାବଶାଳୀ ତଥା ପ୍ରସିଦ୍ଧ ଅଭିନେତାଙ୍କ ବିଜ୍ଞାପନ ବିରୁଦ୍ଧରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.