Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆସନ୍ତା ସପ୍ତାହରେ ବାତ୍ୟା ! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେବ ବାତ୍ୟାର ରୂପ, ୧୩-୧୪ରେ ଛୁଇଁପାରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ

1/05/2021 at 7:02 PM

ଭୁବନେଶ୍ଵର ୦୧।୦୫: ମେ ମାସରେ ପୁଣି ବାତ୍ୟା ଆଶଙ୍କା । ମେ ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୁଳ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ  ଘୂର୍ଣିବଳୟ। ଏହା ପରେ ବାତ୍ୟାର ରୂପ ନେବ। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।  ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ  । ଆଉ ଏହା ଘନୀଭୂତ ହୋଇ ମେ ୧୩ ରୁ ୧୪ ତାରିଖ ମଧ୍ୟରେ  ବାତ୍ୟା ସମ୍ଭାବନା ରହିଛି । ବଡ କଥା ହେଉଛି  ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

ବିଶ୍ବର କେତେକ ପ୍ରମୁଖ ପାଣିପାଗ ଗବେଷଣା ସଂସ୍ଥା ଏଭଳି ଆକଳନ କରୁଛନ୍ତି ।  କେବଳ ଓଡିଶା ଓ ପଶ୍ଚିମବଙ୍ଗ ନୁହେଁ ବିହାର ଓ ଝାଡଖଣ୍ଡକୁ ମଧ୍ୟ ଏହି ବାତ୍ୟା ଛୁଇଁପାରେ ।  ଏହାସହ ମେ ୯ ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଆକଳନ କରାଯାଉଛି। ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ସେନେଇ ଏବେଠୁ ଆକଳନ କରାଯାଇ ପାରିବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।  

ଚଳିତ ବର୍ଷ ଏପ୍ରିଲ ମାସରେ ବଙ୍ଗୋପ ସାଗରରେ କୌଣସି ଘୁର୍ଣ୍ଣିବଳୟ ସୃଷ୍ଟି ହୋଇନାହିଁ । ତେଣୁ ମେ ମାସରେ ଏଭଳି ସମ୍ଭାବନା ଅଧିକ ରହିଥିବା ଆକଳନ କରାଯାଉଛି। ୨୦୨୦ ମେ ମାସରେ  ଅମ୍ଫାନ ବାତ୍ୟା ଆସିଥିଲା। ତାପୂର୍ବରୁ ୨୦୧୯ରେ ମଧ୍ୟ ମେ ମାସରେ ଫନି ବାତ୍ୟା ଓଡିଶା ଉପକୂଳରେ ତାଣ୍ଡବ ରଚିଥିଲା । ଯେହେତୁ  ମେ ମାସରେ  ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ସହ  ବଙ୍ଗୋପ ସାଗରରେ ସାଇକ୍ଲୋନ ହେବା ପୂର୍ବ ନଜିର ରହିଛି ତେଣୁ ଏଭଳି ଆକଳନ କରାଯାଉଛି ।  ଏହାସହ ମେ ମାସରେ ଆସୁଥିବା ସବୁ ସାଇକ୍ଲୋନ୍  ବାଙ୍ଗଲାଦେଶ, ପଶ୍ଚିମବଙ୍ଗ କିମ୍ବା ଓଡିଶାକୁ ମଧ୍ୟ  ହିଟ୍ କରୁଥିବାରୁ ଏଭଳି ଭୟ ସଂଚାର ହୋଇଛି।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି  ଏବର୍ଷ ସି-ସର୍ଫେସ ତାପମାତ୍ରା  ସ୍ବାଭାବିକରୁ ଅଧିକ ଉଷ୍ମ ରହିବ। ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । 

   Related Posts