Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଅନ୍ଧାରରେ ଡୁବିଲା ଆମେରିକୀୟ ସହର ୟୁଟିଗବିକ୍, ୨୦୨୧ରେ ହେବ ସକାଳ

21/11/2020 at 11:06 PM

ୟୁଟିଗବିକ : ବିଭିନ୍ନ ଦେଶର ଭୌଗଳିକ ପରିସ୍ଥିତି ଭିନ୍ନ। ସେହି ଅନୁସାରେ ସେଠାରେ ଦିନ ଓ ରାତି ସାଙ୍ଗକୁ ଋତୁ ମଧ୍ୟ ବଦଳେ। ତେବେ ଆମେରିକୀ ଆଲାସ୍କାର ୟୁଟିଗବିକ୍‌ ସହର ବିଶ୍ୱରେ ବିରଳ। ଏଠାରେ ବର୍ଷର ୨ ମାସ ରାତି ରହେ। ଚଳିତବର୍ଷ ନଭେମ୍ବର୧୮ ତାରିଖରୁ ଏଠାରେ ସୂର୍ଯ୍ୟାସ୍ତ ହୋଇସାରିଲାଣି। ଏବେ ଲୋକେ ଏଠାରେ ୨୪ ଘଣ୍ଟା ଷ୍ଟ୍ରିଟ୍‌ ଲାଇଟ୍‌ ସାହାରାରେ ଜୀବନଯାପନ କରୁଛନ୍ତି। ଘରମାନଙ୍କରେ ମଧ୍ୟ ଦିନରାତି ୨୪ ଘଣ୍ଟା ଆଲୋକ ଜଳି ରହୁଛି। ୨ମାସ ୫ ଦିନ ପରେ ଏଠାରେ ନୂଆ ସକାଳ ଆସିବ।

ପୃଥିବୀର ଘୂର୍ଣ୍ଣନ ଯୋଗୁ ଏଠାକାର ଭୌଗଳିକ ପରିସ୍ଥିତି ଏପରି। ପୃଥିବୀକୁ ନିଜ କକ୍ଷ ଚତୁପାର୍ଶ୍ୱରେ ବୁଲିବାକୁ ୨୪ ଘଣ୍ଟା ଲାଗିଥାଏ। ସେହି ଅନୁସାରେ ବିଶ୍ୱର ବିଭିନ୍ନ ସ୍ଥାନରେ ଦିନ ଓ ରାତି ହୋଇଥାଏ। ହେଲେ ଆଲାସ୍କାର ୟୁଟିଗବିକ କଥା କିନ୍ତୁ ଭିନ୍ନ। ଏଠାରେ ଲଗାତାର ଦିନ ୨ ମାସ ଧରି ରହେ ଏହା ପରେ ୨ ମାସ ରାତି ହୁଏ।

ଆର୍କଟିକ୍‌ ସର୍କଲରେ ରହୁଥିବା ଯୋଗୁ ୨ମାସ ରାତି
ପୃଥିବୀ ନିଜ କକ୍ଷପଥରେ ତେର୍ଛା ବୁଲୁଛି। ଏହି କାରଣ ଯୋଗୁ ଦକ୍ଷିଣ ମେରୁ ଓ ଉତ୍ତର ମେରୁରେ ସୂର୍ଯ୍ୟଙ୍କ କିରଣ ଫରକ ହୋଇଥାଏ। ଉଭୟ ମେରୁରେ ସୂର୍ଯ୍ୟଙ୍କ କିରଣ ସମାନ ନ ପଡିବା ଯୋଗୁ ଦକ୍ଷିଣ ମେରୁରେ ୬ ମାସ ଦିନ ରହୁଥିବା ବେଳେ ଉତ୍ତରମେରୁ ୬ ମାସ ରାତିରେ କଟାଏ। ଉତ୍ତରମେରୁକୁ ଆର୍କଟିକ୍‌ ସର୍କଲ କୁହାଯାଏ, ସେହିପରି ଦକ୍ଷିଣମେରୁ ଆଣ୍ଚାର୍କଟିକ୍‌ ସର୍କଲ। ୟୁଟିଗବିକ୍ ଆର୍କଟିକ୍‌ ସର୍କଲରେ ରହୁଥିବାରୁ ନଭେମ୍ବର ୧୮ ତାରିଖରୁ ଏଠାରେ ସଞ୍ଜ ନଇଁବା ସହ ରାତିର ଆଗମନ ହୁଏ ଯାହା ୨ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଘନ ଅନ୍ଧାରରେ ଆଚ୍ଛାଦିତ କରିରଖେ।

   Related Posts