Space flightରେ ଯିବେ ବେଜୋସ, ଜାଣନ୍ତୁ ପାଖ ସିଟ୍ ନିଲାମ କରି ପାଇଲେ କେତେ?

Published By : Prameya-News7 Bureau | June 13, 2021 IST

ୱାସିଂଟନ: ବିଶ୍ୱର ସବୁଠୁ ଧନିକ ତଥା ଆମାଜନର ସଂସ୍ଥାପକ ଜେଫ ବେଜୋସ ତାଙ୍କ କମ୍ପାନୀ ‘ବ୍ଲୁ ଓରିଜିନ’ ପକ୍ଷରୁ ଆଗାମୀ ମାସରେ ହେବାକୁ ଯାଉଥିବା ପ୍ରଥମ ସ୍ପେସ୍‌ ଫ୍ଲାଇଟ୍‌ରେ ଅନ୍ତରୀକ୍ଷ ଯାତ୍ରା କରିବେ। ଏଣୁ ଅନ୍ତରୀକ୍ଷ ଯାନରେ ତାଙ୍କ ପାଖ ସିଟ୍‌କୁ ନିଲାମ କରାଯାଇଛି। ଏଥିରେ ଆମେରିକୀୟ କମ୍ପାନୀ ବ୍ଲୁ ଓରିଜିନର ପ୍ରଥମ ଅନ୍ତରୀକ୍ଷ ଯାତ୍ରାରେ ବେଜୋସଙ୍କ ସହଯାତ୍ରୀଙ୍କୁ ମନୋନୀତ କରାଯାଇଛି। ବେଜୋସଙ୍କ ସହ ଅନ୍ତରୀକ୍ଷ ଯାତ୍ରା ଲାଗି ଏହି ବ୍ୟକ୍ତି ୨୮ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨୦୫କୋଟି ଟଙ୍କା ଦେଇଛନ୍ତି।

{"id":465635,"sizeSlug":"large","linkDestination":"none"}

ତେବେ ବେଜୋସ୍‌ଙ୍କ ସହ ମହାକାଶ ଯାତ୍ରାରେ ସହଯତ୍ରୀ ହେବାକୁ ଯାଉଥିବା ବ୍ୟକ୍ତିଙ୍କ ନାମ ଏବେ ଗୋପନ ରଖାଯାଇଛି। ତେବେ ସିଟ୍‌ ନିଲାମରୁ ମିଲିଥିବା ଅର୍ଥ ବ୍ଲୁ ଓରିଜିନ ଫାଉଣ୍ଡେସନକୁ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ଏକ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରାଯାଇଛି। ତେବେ ଏହି ଯାତ୍ରାରେ ବେଜୋସଙ୍କ ସହଯାତ୍ରୀଙ୍କ ଖୁବ୍‌ ଶୀଘ୍ର ସାର୍ବଜନିକ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। କମ୍ପାନୀ ଅନୁସାରେ ବେଜୋସଙ୍କ ପାଖ ସିଟ୍‌ ଲାଗି ୧୪୦ ଜଣ ଲୋକେ ଆଗ୍ରହ ପ୍ରକାଶ କରିଥିଲେ।

{"id":465636,"sizeSlug":"large","linkDestination":"none"}

ଅନ୍ତରୀକ୍ଷ ଯାତ୍ରା ନେଇ ବେଜୋସ ନିକଟରେ ତାଙ୍କ ଇଂଷ୍ଟାରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ସାଙ୍ଗରେ ତାଙ୍କ ଭାଇ ଓ ନିଲାମରେ ବିଜେତା ବ୍ଲୁ ଓରିଜିନର ନ୍ୟୁ ସେଫାର୍ଡ ମହାକାଶ ଯାନରେଯାତ୍ରୀ ହେବେ, ଯାହା ଜୁଲାଇ ୨୦ ତାରିଖରେ ମହାକାଶ ଅଭିମୁଖେ ଯାତ୍ରା କରିବ। ଏହି ଯାତ୍ରା ଟେକ୍ସାସରୁ ଅନ୍ତରୀକ୍ଷକୁ ଏକ ସଂକ୍ଷିପ୍ତ ଯାତ୍ରା ହେବ।  ଗତ ଫେବୃଆରୀରେ ବେଜୋସ୍‌ ଅନ୍ୟ କାର୍ଯ୍ୟରେ ଓ ତାଙ୍କ କମ୍ପାନୀ ବ୍ଲୁ ଓରିଜିନ ଉପରେ ଅଧିକ ଧ୍ୟାନ ଦେବା ଲାଗି ସେ ଆମାଜନର ସିଇଓ ପଦବୀ ଛାଡିବାକୁ ଚାହାନ୍ତି ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.