Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ବର୍ଷାରେ ଭାସିଲା ପିଆଜ, ଦରବୃଦ୍ଧିକୁ ନେଇ ଦେଶରେ ହଇଚଇ

15/09/2019 at 9:05 PM

ନୂଆଦିଲ୍ଲୀ : ମୌସୁମୀକୁ ନେଇ ଚଳିତବର୍ଷ ଚାଷୀ ବେଶ ଆଶାବାଦୀ ଥିଲେ। ହେଲେ ଅତ୍ୟାଧିକ ବର୍ଷା ଏବେ ଚାଷ ବୁଡାଇ ଦେଇଛି। ଏଥିରୁ ପିଆଜ ଚାଷବି ବାଦ ପଡିନାହାନ୍ତି। ସେପଟେ ଷ୍ଟୋର ପିଆଜ ଏବେ ବଜାର ଆବଶ୍ୟକତା ପୁରଣ କରିପାରୁନି। ବଜାରକୁ ସାଧାରଣ ପିଆଜ ଆସୁଥିବା ବେଳେ ଭଲମାନର ପିଆଜ ଆଉ ମିଳୁ ନାହିଁ। ଗୋଟିଏ ପଟେ ଚାହିଦା ଥିବା ବେଳେ ଯୋଗାଣ ନଥିବାରୁ ଗତ ଶନିବାର ପିଆଜର ପାଇକାରୀ ଦର ପ୍ରତି କେଜି ୨୮ରୁ ୩୩ଟଙ୍କାକୁ ପହଞ୍ଚିଛି।

ପାଇକାରୀ ଦରବୃଦ୍ଧି ଖୁଚୁରା ବଜାରକୁ ବି ପ୍ରଭାବିତ କରିଛି। ଏବେ ପିଆଜମୂଲ୍ୟ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଥିବା ବେଳେ ଖୁଚୁରା ବଜାରରେ ପ୍ରତି କେଜି ୪୦ଟଙ୍କାରେ ବିକ୍ରି ହେଉଛି। ମହାରାଷ୍ଟ୍ରରେ ଏବେ ମାତ୍ର ୧୫ ପ୍ରତିଶତ ଉତ୍ତମମାନର ପିଆଜ ଷ୍ଟକ ଥିବା ଜନୈକ ବ୍ୟବସାୟୀ କହିଛନ୍ତି। ବାକି ୮୫ ପ୍ରତିଶତ ବର୍ଷା ଯୋଗୁ ଆଂଶିକ ଅଥବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଣୁ ଦେଶରେ ପିଆଜ ଦରବୃଦ୍ଧିକୁ ନେଇ ଉପୁଜିଥିବା ପରିସ୍ଥିତିରେ ପାଇକାରୀ ବଜାରରେ ପାଣିରୁ ଛଣା ପିଆଜ ବି କିଲୋପ୍ରତି ୨୫ରୁ ୨୬ ଟଙ୍କା ଦରରେ ବିକ୍ରୟ ହେଉଛି।

ମଣ୍ଡିକୁ ପିଆଜ ଗାଡି ଆସିବା ହ୍ରାସ ହୋଇଛି। ରବିବାର ୧୪୦ଟି ଗାଡି ଆସିଥିଲା। ୨ ଓ ୩ନମ୍ବର ସ୍ତରର ପିଆଜ ଦର ବି ଉଚ୍ଚ ରହୁଥିବା ବ୍ୟବସାୟୀ କହିଛନ୍ତି । ଯଦି ମଣ୍ଡିରେ ପ୍ରତି କେଜି ୫୦ରୁ ୬୦ ଟଙ୍କା ଦରରେ ପିଆଜ ମିଳେ ତେବେ ଖୁଚୁରା ବଜାରରେ ଦର ୮୦ରୁ ଶହେ ଟଙ୍କାକୁ ଚଢିବ ବୋଲି ବ୍ୟବସାୟୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ପିଆଜ ଲାଗି କେବଳ ଅକ୍ଟୋବର ମାସଟି ସମସ୍ୟା କରିପାରେ ବୋଲି ବ୍ୟବସାୟୀ କହିଛନ୍ତି। କାରଣ ନଭେମ୍ବରରେ ନାସିକ ଓ ପୁଣେରୁ ବାଜରକୁ ପିଆଜ ଆସିବାରେ ଲାଗିବ। ଏଣୁ ଦେଶରେ ପୁଣି ପିଆଜ ଦର ନିୟନ୍ତ୍ରଣକୁ ଆସିଯିବ। ତେବେ ସେପ୍ଟେମ୍ବର ୧୫ ଦିନ ଓ ଅକ୍ଟୋବର ମାସଟି ଦେଶରେ ପିଆଜ ମୂଲ୍ୟ ତାର ସର୍ବକାଳୀନ ସ୍ତରରେ ପହଞ୍ଚିବ ବୋଲି ବ୍ୟବସାୟୀ ଆଶଙ୍କା ପ୍ରକାଶ କରିଛନ୍ତି।

   Related Posts