ରାଫେଲ ସମ୍ପର୍କରେ ମାର୍ଚ୍ଚ ୧୪ରେ ସୁପ୍ରିମକୋର୍ଟରେ ପରବର୍ତ୍ତି ଶୁଣାଣୀ

Published By : Prameya-News7 Bureau | March 06, 2019 IST

ନୂଆଦିଲ୍ଲୀ୬|୩: ଥମୁନି ରାଫେଲ ଚର୍ଚ୍ଚା। ମାର୍ଚ୍ଚ ୧୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଆଜି ରାଫେଲ ଡିଲ ନେଇ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ କେ କୌଲ ବିଚାରପତି କେ ଏମ ଜୋସେଫ  ଓପନର କୋର୍ଟରେ ରାଫଲେ ଡିଲ ନେଇ ରିଭ୍ୟୁ ପିଟିସନର  ଓପନ କୋର୍ଟରେ ଶୁଣାଣି କରିଥିଲେ।

ରାଫଲେ ମାମଲାର କେନ୍ଦ୍ର ସରକାର କୋର୍ଟଙ୍କୁ ସବୁ ତଥ୍ୟ ଦେଇନଥିଲେ। ତେଣୁ ମାମଲାର ପୁଣି ଥରେ ବିଚାର କରିବାକୁ ଦୁଇ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା,ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଆବେଦନ କରିଥିଲେ।ସରକାରଙ୍କ ପକ୍ଷରୁ ଓକିଲାତି କରିଥିଲେ ଅଟୋର୍ଣ୍ଣି ଜେନେରାଲ କେ ବେଣୁଗୋପାଳ।

ଶୁଣାଣି ସମୟରେ ରାଫେଲ ମାମଲାର ଆସିଥିଲା ନୂଆ ମୋଡ। ରାଫେଲ ସମ୍ପର୍କିତ ଜରୁରୀ କାଗଜପତ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଥିବା କୋର୍ଟକୁ ଜଣାଇଥିଲେ ଅଟୋର୍ଣ୍ଣି ଜେନେରାଲ। ରାଫେଲ ଡିଲ ନେଇ ଅଭିଯୋଗକାରି ରଖିଥିବା ଯୁକ୍ତି ଚୋରି ହୋଇଥଇବା ତଥ୍ୟ ଆଧାର ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଟୋର୍ଣ୍ଣି  ଜେନେରାଲ। ଏହା ଅଫିସିଆଲ ସିକ୍ରଟେସ ଆକ୍ଟର ଉଲ୍ଲଂଙ୍ଘନ ବୋଲି ବେଣୁଗୋପାଳ କହିଛନ୍ତି।

ସେପଟେ ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯଦି ଆବେଦନକାରଙ୍କ ପାଖରେ ବଳିଷ୍ଠ ପ୍ରମାଣ ଅଛି ଏବେ ଡିଲରେ ଦୁର୍ନୀତି ହୋଇଛି ତେବେ ଏହାର ନିହାତି ଯାଞ୍ଚ ହେବା ଜରୁରୀ। ଚୋରି ହୋଇଥିବା କାଗଜପତ୍ରର ସମ୍ପର୍କରେ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ଆଟର୍ଣ୍ଣି ଜେନେରାଲକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.