ଆଗାମୀ ୪ସପ୍ତାହ ଗୁରୁତ୍ବପୂର୍ଣ୍ଣ , ରାଜଧାନୀରେ ସଟ୍‌ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି

Published By : Prameya-News7 Bureau | June 29, 2020 IST

ଭୁବନେଶ୍ବର ୨୯।୦୬: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ବିଶେଷ କରି ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ନେଇ ବିଏମ୍‌ସି କମିଶନର ।

କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଏବେ ଲୋକେ ନିଜେ ସଚେତନତା ହେବା ଆବଶ୍ୟକ ରହିଛି । ଯଦି ଆମେ ସଚେତନତା ନେହବା , ତେବେ ଆଗକୁ ପରିସ୍ଥିତି ଚିନ୍ତାଜନକ ରହିବ ।

ସେହିପରି କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ରାଜଧାନୀର ବିଭିନ୍ନ ମେଡିକାଲରେ ଅନୁଧ୍ୟାନ କରାଯାଇଛି । କିଛି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଅନ୍ୟ କିଛି ମେଡିକାଲଙ୍କ  ପକ୍ଷରୁ ରିପୋର୍ଟ ମିଳିଛି । ଅନ୍ୟ ଆଉ କିଛି ମେଡିକାଲଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ନମିଳିଲେ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.