ନିର୍ଭୟା ଦୋଷୀଙ୍କ ଭାଗ୍ୟର ନିଷ୍ପତ୍ତି ରବିବାର, ଫାଶୀ ଲାଗି ଦିନ ଚୂଡାନ୍ତ କରିବେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କ ମଧ୍ୟରୁ ୨ଜଣଙ୍କ ଦଣ୍ଡବିଧାନ ଲାଗି ଦାଖଲ ହୋଇଥିବା ସରକାରଙ୍କ ଆବେଦନ ଉପରେ ୨ ଫେବୃଆରୀ ରବିବାର ଶୁଣାଣି ହେବ।  ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ମାମଲା ପରିଚାଳନା କରିବେ। ଏଥିରେ ଦଣ୍ଡ ବିଳମ୍ବିତ କରିବାକୁ ନିର୍ଭୟା ଅପରାଧୀମାନେ ଆପଣାଇଥିବା ରଣନୀତି ଦେଶର ଧୈର୍ଯ୍ୟକୁ ପରୀକ୍ଷା କରୁଛି  ବୋଲି ମେହେଟା କୋର୍ଟଙ୍କୁ ଜଣାଇଛନ୍ତି। 

{"id":218946,"sizeSlug":"large"}

ଅପରାଧୀମାନେ ଏପରି ଜଘନ୍ୟ କାଣ୍ଡ କରିଥିଲେ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି ଦଣ୍ଡକୁ ବିଳମ୍ବିତ କରୁଥିବା ସୋଲିଲିଟର ଜେନେରାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଶୁକ୍ରବାର ଦିଲ୍ଲୀକୋର୍ଟ ନିର୍ଭୟାଦୋଷୀଙ୍କ ଦଣ୍ଡ ଉପରେ ରହିତାଦେଶ ଜାରି କରିଥିଲେ। ଏହାକୁ ସରକାର ଦିଲ୍ଲୀ କୋର୍ଟରେ ବିରୋଧ କରିଥିଲେ।

{"id":218947,"width":579,"height":366,"sizeSlug":"large"}

କୋର୍ଟ ଦଣ୍ଡ ଟାଳିଥିବା ବେଳେ କୌଣସି ପରବର୍ତ୍ତି ତିଥି ଘୋଷଣା କରି ନାହାନ୍ତି। ଏଣୁ ମାମଲାରେ ତିହାର କର୍ତ୍ତୃପକ୍ଷ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଇଛନ୍ତି। ଏଥିଲାଗି ଜେଲ କର୍ତ୍ତୃପକ୍ଷ ପାଟିଆଲା ହାଉସ୍ କୋର୍ଟରେ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.