Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମଜବୁତ ହେବ ବାୟୁସେନା : ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ଲଢୁଆ ବିମାନ ରାଫେଲ

5/05/2021 at 7:53 PM

ନୂଆଦିଲ୍ଲୀ ୦୫/୦୫ : ଭାରତ ଆସୁଛି ଆଉ ୩ ଲଢୁଆ ବିମାନ ରାଫେଲ୍‌ । ବାୟୁସେନାର ତାକତ୍‌ ବଢାଇବା ପାଇଁ ବୁଧବାର ପ୍ରାନ୍ସରୁ ଭାରତ ଆସୁଛି ଆଉ ୩ ଟି ରାଫେଲ ବିମାନ । ଭାରତର ଜାମନଗର ଏୟାରବେସ୍‌ରେ ଅବତରଣ କରିବେ ଏହି ବିମାନ । ସେଠାରୁ ଅମ୍ବାଲା ଏୟାରବେସ୍‌କୁ ଉଡାଣ ଭରିବେ ୩ଟି ଯାକ ରାଫେଲ । ଏହା ପୂର୍ବରୁ ୧୭ଟି ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛନ୍ତି ।

Image

ପ୍ରାନ୍ସରୁ କ୍ରମାନ୍ବୟରେ ଭାରତ ପହଞ୍ଚୁଛନ୍ତି ରାଫେଲ ବିମାନ । ପ୍ରାୟ ୮ ହଜାର କିମି ଯାତ୍ରା କରି ଏଠାରେ ପହଞ୍ଚୁଛନ୍ତି । ତେବେ ଆସିବା ସମୟରେ ଆକାଶମାର୍ଗରେ ହିଁ ପ୍ରାନ୍ସ ଏବଂ ୟୁଏଇ ବାୟୁସେନା ରାଫେଲଗୁଡିକରେ ଇନ୍ଧନ ଭରିବେ ।

୨୦୨୦ ମସିହା ଜୁଲାଇ ୨୯ ତାରିଖରେ ପ୍ରଥମେ ରାଫେଲ ଆସି ଭାରତରେ ପହଞ୍ଚିଥିଲା । ସେପ୍ଟେମ୍ବରରେ ରାଫେଲକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଏହା ପରେ ନଭେମ୍ବର ୩ ତାରିଖରେ ଆଉ କିଛି ରାଫେଲ ଭାରତରେ ପହଞ୍ଚିଥିଲା । ପରେ ୨୦୨୧ ଜାନୁଆରୀ ୨୭ରେ, ମାର୍ଚ୍ଚ ୩୧ ତାରିଖରେ ରାଫେଲ ଆସି ଭାରତରେ ପହଞ୍ଚିଥିଲା ।

Image

ମୋଟ ୩୬ଟି ରାଫେଲ କିଣିବାକୁ ଭାରତ ଏବଂ ପ୍ରାନ୍ସ ମଧ୍ୟରେ ଡିଲ ହୋଇଛି । ଏ ଯାଏଁ ମୋଟ ୨୦ଟି ରାଫେଲ ଭାରତ ଆସିଛନ୍ତି । ୨୦୨୨ ସୁଦ୍ଧା ସମସ୍ତ ବିମାନ ଭାରତରେ ପହଞ୍ଚିବା ନେଇ ଉଦ୍ୟମ ଜାରି ରହିଛି ।  

Image

   Related Posts