ଅଧିକ ଟେଷ୍ଟିଂ ଯୋଗୁଁ ବେଶୀ କରୋନା ପଜିଟିଭ୍ ଧରାପଡୁଛନ୍ତି , ଭରସା ଦେଇ ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଲେ- ଆଗାମୀ ୧୫ଦିନ ଗୁରୁତ୍ୱପୂର୍ଣ୍ଣ

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର ୨୮।୦୮: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଟେଷ୍ଟିଂ ସଂଖ୍ୟା ବଢିବା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି । ରାଜ୍ୟରେ ଆଗାମୀ ୧୫ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ କହିଛନ୍ତି ।

ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ କହିଛନ୍ତି ଯେ, ଆଗାମୀ ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ବର୍ତ୍ତମାନ ସଂଖ୍ୟକ ଟେଷ୍ଟ ହେଉଥିବାରୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଦେଖିବାକୁ ଗଲେ ପୂର୍ବ ଅନୁପାତ ତୁଳନାରେ ପଜିଟିଭ୍‌  ସଂଖ୍ୟା କମ୍‌ ରହିଛି। ବର୍ତମାନ କରୋନା ସଂକ୍ରମଣ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବଢୁଛି । ତେଣୁ ସେହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରଣନୀତି ସହିତ କଟକଣା ବଢିବାର ଆବଶ୍ୟକତା ରହିଛି । ସବୁ ଠିକଠାକ୍‌ ରହିଲେ  ଡିସେମ୍ବର ସୁଦ୍ଧା ଭ୍ୟାକ୍‌ସିନ୍‌ ଆସିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.