କରୋନାର ତୃତୀୟ ଲହରକୁ ନେଇ ଦେଶବାସୀଙ୍କୁ ସତର୍କ କରାଇଲା କେନ୍ଦ୍ର, କହିଲା- ଆଗାମୀ ୧୦୦ରୁ ୧୨୫ ଦିନ ବହୁ ଗୁରୁତ୍ବପୂର୍ଣ୍ଣ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬/୭: କରୋନା ମହାମାରୀକୁ ନେଇ ସତର୍କ ରହିବାକୁ ପୁଣି ଥରେ ଦେଶବାସୀଙ୍କୁ କହିଛି କେନ୍ଦ୍ର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଆଗାମୀ ୧୦୦-୧୨୫ ଦିନ ବହୁ ଗୁରୁତ୍ବପୂର୍ଣ୍ଣ। କରୋନା ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ଅପିଲ୍‌ କରିଥିଲେ। ଏବେ କରୋନା ସଂକ୍ରମଣ କମିବା ପ୍ରତିଶତ ଧିମା ପଡ଼ିଥିବା ବେଳେ ଏହାକୁ ଆଗାମୀ ତୃତୀୟ ଲହରର ସଂକେତ ଭାବେ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ନିତୀ ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭିକେ ପଲ୍‌ କହିଛନ୍ତି, ‘କରୋନାର ତୃତୀୟ ଲହର କଥା କୁହାଯାଉଛି କାରଣ ଏବେ ହର୍ଡ ଇମ୍ୟୁନିଟିରେ ପହଞ୍ଚିନାହାନ୍ତି। ବହୁ ଲୋକସଂଖ୍ୟା ପାଇଁ ସଂକ୍ରମଣ ଭୟ ରହିଛି। ଆମେ ସଂକ୍ରମଣ ମାଧ୍ୟମରେ ହର୍ଡ ଇମ୍ୟୁନିଟି ପାଖରେ ପହଞ୍ଚିବାକୁ ଚାହୁଁନାହୁଁ। ସଂକ୍ରମଣ କମିବା ହାର ଧିମା ହୋଇଯାଇଛି। ପରିସ୍ଥିତି ଖରାପ ନେହେଉ ତେଣୁ କୋଭିଡ୍‌ ସମ୍ବନ୍ଧୀୟ ବ୍ୟବହାର ବହୁତ ଜରୁରୀ।’

ଏହା ସହ ସେ କହିଛନ୍ତି ୧୦୦-୧୨୫ ଦିନ  ଗୁରୁତ୍ବପୂର୍ଣ୍ଣ। ତେଣୁ ସମସ୍ତଙ୍କୁ ସତର୍କ ହେବା ସହ ଦାୟିତ୍ବ ନିର୍ବାହ କରିବାକୁ ହେବ ବୋଲି ଭିକେ ପଲ କହିଛନ୍ତି। ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡାଟା ଅନୁଯାୟୀ ଡ. ପଲ୍‌ କହିଛନ୍ତି, ସ୍ପେନ୍‌ରେ ୬୪ ପ୍ରତିଶତ ମାମଲା ଗୋଟିଏ ସପ୍ତାହରେ ବଢ଼ିଛି।  ସେହି ଭଳି ନେଦରଲାଣ୍ଡସ୍‌ରେ ୩୦୦ ପ୍ରତିଶତ

ଏହା ସହ ସେ କହିଛନ୍ତି ୧୦୦-୧୨୫ ଦିନ  ଗୁରୁତ୍ବପୂର୍ଣ୍ଣ। ତେଣୁ ସମସ୍ତଙ୍କୁ ସତର୍କ ହେବା ସହ ଦାୟିତ୍ବ ନିର୍ବାହ କରିବାକୁ ହେବ ବୋଲି ଭିକେ ପଲ କହିଛନ୍ତି। ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡାଟା ଅନୁଯାୟୀ ଡ. ପଲ୍‌ କହିଛନ୍ତି, ସ୍ପେନ୍‌ରେ ୬୪ ପ୍ରତିଶତ ମାମଲା ଗୋଟିଏ ସପ୍ତାହରେ ବଢ଼ିଛି।  ସେହି ଭଳି ନେଦରଲାଣ୍ଡସ୍‌ରେ ୩୦୦ ପ୍ରତିଶତ କରୋନା ସଂକ୍ରମଣ ବଢ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.