Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଭାରତ-ଇଂଲଣ୍ଡ ସିରିଜ୍ ପାଇଁ ଗ୍ରୀନ ସିଗନାଲ୍ ଦେଲେ ଗାଙ୍କୁଲି, ଘରୋଇ କ୍ରିକେଟ ଆରମ୍ଭର ଦେଲେ ଆଶା

22/08/2020 at 3:51 PM

ନୂଆଦିଲ୍ଲୀ, ୨୨|୦୮  ଦେଶରେ କରୋନା ପରିସ୍ଥିତି ଯେତେବେଳେ ସୁଧୁରିବ ସେତେବେଳେ ଘରୋଇ ମ୍ୟାଚ୍ ଆୟୋଜନ ହେବ । ଏନେଇ ବିସିସିଆଇ ଅଧ୍ୟକ୍ଷ ସମସ୍ତ ରାଜ୍ୟ କ୍ରିକେଟ ସଙ୍ଘକୁ ଆଶ୍ୱାସନା ଦେଇଛନ୍ତି । ତେବେ କେବେଠାରୁ ମ୍ୟାଚ୍ ଆରମ୍ଭ ହେବ ନିର୍ଦ୍ଦିଷ୍ଟ ତାରିଖ ବାବଦରେ ଗାଙ୍ଗୁଲି ଘୋଷଣା କରିନାହାଁନ୍ତି । ସାଧାରଣତଃ ଘରୋଇ କ୍ୟାଲେଣ୍ଡରରେ ଅଗଷ୍ଟ ମାସରୁ ମ୍ୟାଚ୍ ଆରମ୍ଭ ହୁଏ । କିନ୍ତୁ କରୋନା ମହାମାରୀ ପାଇଁ ତାରିଖ ଘୁଞ୍ଚିବ । ଏବେ ବିସିସିଆଇ ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ ଉପରେ ଅଧିକ ଧ୍ୟାନ ଦେଉଛି ।

ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ନଭେମ୍ବରର ତୃତୀୟ ସପ୍ତାହରୁ ଏହା ଆରମ୍ଭ ହେବର ସମ୍ଭାବନା ରହିଛି । ଗାଙ୍ଗୁଲି ପତ୍ର ଲେଖି କହିଛନ୍ତି ଯେ, ସ୍ଥିତି ଠିକ୍ ହେଲେ ଘରୋଇ ମ୍ୟାଚ୍ ଆରମ୍ଭ ହେବ । ଖେଳାଳିଙ୍କ ବ୍ୟତୀତ ଦଳର ଅନ୍ୟ ସଦସ୍ୟଙ୍କ ସୁରକ୍ଷା ବିସିସିଆଇ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗାମୀ କିଛି ଦିନରେ ସ୍ଥିତି ସୁଧୁରିବ ବୋଲି ଗାଙ୍ଗୁଲି ଆଶା ରଖିଛନ୍ତି । ଏହାସହ ଭାରତୀୟ ଦଳ ଚଳିତ ବର୍ଷ ଶେଷରେ ଅଷ୍ଟ୍ରେଲିଆ ଓ ୨୦୨୧ରେ ଇଂଲଣ୍ଡ ଗସ୍ତ କରିବ ।

ସେ ଆହୁରି କହିଛନ୍ତି ଯେ, ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଓ ୨୦୨୩ ବିଶ୍ୱକପର ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ଅଛି । ଚଳିତ ବର୍ଷ ଡିସେମ୍ବରରେ ଭାରତୀୟ ପୁରୁଷ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହାପରେ ୨୦୨୧ରେ ଫେବ୍ରୁଆରୀ ଗସ୍ତ କରିବ । ଏହାପରେ ଏପ୍ରିଲ ଆଇପିଏଲ ୨୦୨୧ ଆୟୋଜନ କରାଯିବ । ତେବେ ମହିଳା ଟିମ୍‌ର ଗସ୍ତ ବାବଦରେ କୌଣସି ଖେଳସୂଚୀ ହୋଇନଥିବା ଗାଙ୍ଗୁଲି କହିଛନ୍ତି ।

   Related Posts