ପୁଣି ବଦଳିବ ପାଗ : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ଘନ କୁହୁଡି

Published By : Prameya-News7 Bureau | March 01, 2020 IST

ଭୁବନେଶ୍ବର ୦୧।୦୩: ରାଜ୍ୟରେ ପୁଣି ପାଗ ବଦଳିବାର ସମ୍ଭାବନା ରହିଛି। ସୋମବାର (ଆସନ୍ତାକାଲି)ଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। 

{"id":206178,"sizeSlug":"large"}

ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଜପତି, ରାୟଗଡ଼ାରେ ସ୍ବଳ୍ପରୁ ମଧ୍ୟମ ବର୍ଷାର ସମ୍ଭାବନା ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଗଜପତି ଆଦି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ୩ ତାରିଖରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଏବଂ ୪ରେ ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକର ଅଳ୍ପ କିଛି ସ୍ଥାନରେ ଏବଂ ରାୟଗଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ବର୍ଷାର ସମ୍ଭାବନା ରହିଛି।

{"id":230996,"sizeSlug":"large"}

ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର ଓ ଭଦ୍ରକରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.