Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଟୋକିଓ ଅଲମ୍ପିକ୍ସରେ ଲେଖା ହେବ ନୂଆ ଇତିହାସ, ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଭାଗ ନେବେ ଲାଉରେଲ୍‌

21/06/2021 at 8:26 PM

ନୂଆଦିଲ୍ଲୀ, ୨୧/୦୬: ନ୍ୟୁଜିଲ୍ୟାଣ୍ଡ ଅଲମ୍ପିକ୍ କମିଟି ଟୋକିଓ ଅଲମ୍ପିକ୍ସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୋମବାର କମିଟି ଭାରତ୍ତୋଳକ ଲାଉରେଲ୍‌ ହବାର୍ଡଙ୍କୁ ୮୭ କେଜି ବର୍ଗରେ ଭାଗ ନେବା ପାଇଁ ଚୟନ କରିଛି । ଏଥିସହିତ ପ୍ରଥମ ଟ୍ରାନ୍ସଜେଣ୍ଡର ଅର୍ଥାତ ତୃତୀୟ ଲିଙ୍ଗୀ ଭାବେ ଲାଉରେଲ୍‌ ଏହି ଅଲମ୍ପିକ୍‌ରେ ଭାଗ ନେବେ । ତାଙ୍କୁ ମହିଳା କ୍ୟାଟେଗୋରୀରେ କମିଟି ଚୟନ କରିଛି ।

ପୂର୍ବରୁ କୌଣସି ବି ଟ୍ରାନ୍ସଜେଣ୍ଡର ଅଲମ୍ପିକ୍ସରେ ଭାଗ ନେଇନାହାନ୍ତି । ପ୍ରଥମ ଥର ପାଇଁ ଲାଉରେଲ୍‌ଙ୍କୁ କମିଟି ମହିଳା ବର୍ଗରେ ଅଲମ୍ପିକ୍‌କୁ ପଠାଉଛି । ୪୩ ବର୍ଷୀୟ ଲାଉରେଲ୍‌ ୨୦୧୩ ମସିହାରେ ପୁରୁଷ ବିଭାଗରେ ଭାରତ୍ତୋଳନରେ ଭାଗ ନେଇଥିଲେ । ସେ ଏ ନେଇ କହିଛନ୍ତି ଯେ, ମୁଁ ଭାଗ୍ୟବାନ ଯେ, ମତେ ଦେଶ ପାଇଁ କିଛି କରିବାକୁ ସୁଯୋଗ ମିଳିଛି । ଏହା ପଛରେ ନ୍ୟୁଜିଲ୍ୟାଣ୍ଡବାସୀଙ୍କ ସପୋର୍ଟ ଏବଂ ଭଲପାଇବା ରହିଛି । କମିଟିକୁ କୃତଜ୍ଞତା ଦେବା ସହିତ ସେ ଏହି ଷ୍ଟେଟ୍‌ମେଣ୍ଟ୍‌ ଦେଇଛନ୍ତି ।

ଲାଉରେଲ୍‌ ୨୦୧୫ ମସିହାରୁ ଅଲମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି ଏନେଇ କୌଣସି ଗାଇଡ୍‌ଲାଇନ୍‌ ଜାରି କରିନଥିଲା । କମିଟି ପରେ ଏନେଇ ନିଷ୍ପତ୍ତି ନେଇଥିଲେ ଯେ, ଜଣେ ଟ୍ରାନ୍ସଜେଣ୍ଡର ଆଥଲେଟ୍‌ ମହିଳା କ୍ୟାଟେଗୋରୀରେ ଭାଗ ନେଇପାରିବେ । ଏଥିପାଇଁ ତାଙ୍କ ଟେଷ୍ଟୋଷ୍ଟିରେନ୍‌ ଲେଭେଲ୍‌ ୧୦ ନାନୋମେଲ୍ ଲି. ତଳକୁ ରହିଥିବା ଆବଶ୍ୟକ । ଏହି ନିୟମକୁ ନେଇ ନ୍ୟୁଜିଲାଣ୍ଡ ଆଥଲେଟ୍‌ କମିଟି ତାଙ୍କୁ ଚୟନ କରିଥିବା ଜଣାପଡ଼ିଛି ।

   Related Posts