Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟଭାବେ ପରାସ୍ତ ହୋଇ ବିଶ୍ବ କପ୍ ରୁ ବିଦାୟ ନେଲା ଭାରତ, ମଉଳି ଗଲା ଚାମ୍ପିଅନ ହେବାର ଆଶା

10/07/2019 at 6:56 PM

ମାଞ୍ଚେଷ୍ଟର୧୦|୭: ଲିଗ୍‌ ପର୍ଯ୍ୟାୟରେ ବିଚକ୍ଷଣ ପ୍ରଦର୍ଶନ କରିଆସିଥିବା ଭାରତ ଆଜି ସେମିଫାଇନାଲରେ ନ୍ୟୁଜଲାଣ୍ଡ ଠାରୁ ଶୋଚନାୟଭାବେ ପରାସ୍ତ ହୋଇ ବିଶ୍ବକପରୁ ବିଦାୟ ନେଇଛି । ବିଶ୍ବକପ ଟାଇଟଲର ଦବରଦସ୍ତ ଦାବିଦାର ବୋଲି କୁହାଯାଉଥିବା ଭାରତର ଏଭଳି ଦୟନୀୟ ପରାଜୟକୁ କେହି ଗ୍ରହଣ କରିପାରୁନାହାନ୍ତି । ପ୍ରଶଂସକମାନେ ନିରାଶ ହୋଇଛନ୍ତି । ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୨୩୯ରନ କରିଥିବାବେଳେ ଭାରତ ୨୨୧ରେ ଅଲ ଆଉଟ ହୋଇଥିଲା ।

ଗତକାଲି ବର୍ଷାଯୋଗୁଁ ନ୍ୟୁଜଲାଣ୍ଡ ୪୬.୧ ଓଭର ବେଟିଂ କରିଥିବାବେଳେ ବର୍ଷା ହୋଇଥିଲା । ସେଥିପାଇଁ ଖେଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଆଜି ରିଜର୍ଭ ଡେ ରେ ଖଳ ଆରମ୍ଭ ହୋଇଥିଲା । ଗତକାଲି ୫ଟି ୱିକେଟ ହରାଇଥିବା ନ୍ୟୁଜିଲାଣ୍ଡ ଆଜି ଆଉ ୩ଟି ୱିକେଟ ହରାଇବା ସହ ୫୦ ଓଭରରେ ଦଳର ରନ ୨୩୯ରେ ପହଞ୍ଚାଇଥିଲେ । ଭାରତ ଆଗରେ ୨୪୦ରନର ଲକ୍ଷ୍ୟ ରହିଥିଲା ।

ଏହି ଲକ୍ଷ୍ୟ ଅତ୍ୟନ୍ତ ସହଜ ଲାଗୁଥିଲା । ଭାରତ ଫାଇନାଲରେ ପ୍ରବେଶ କରିବା ଏକ ପ୍ରକାର ସୁନିଶ୍ଚିତ ବୋଲି ସମସ୍ତଙ୍କ ଧାରଣା ହୋଇଥିଲା । ପଡିଆକୁ ଚିରାଚରିତଭାବେ କେ. ଏଲ ରାହୁଲ ଏବଂ ରୋହିତ ଶର୍ମା ପ୍ରବେଶ କରିଥିଲେ । ରୋହିତ ଶର୍ମା ଆଜିର ମ୍ୟାଚରେ ଆଉ ମାତ୍ର ୨୭ ରନ କଲେ ବିଶ୍ବକପରେ ସର୍ବାଧିକ ରନ ସଂଗ୍ରହ କରିବା କ୍ଷେତ୍ରରେ ବିଶ୍ବ ରେକର୍ଡ କରିବେ ବୋଲି ଆଗରୁ ବହୁବାର ଆଲୋଚନା ମଧ୍ୟ ହୋଇଥିଲା ।

ହେଲେ ଭାଗ୍ୟ ଆଜି ଭାରତର ସାଥ ଦେଇନଥିଲା । ମାତ୍ର ୧ ରନ କରିଥିବାବେଳେ ହେନେରୀଙ୍କ ବଲରେ କଟ ଆଉଟ ହୋଇଥିଲେ ରୋହିତ । ଭାରତକୁ ବଡ ଝଟକା ଲାଗିଥିଲା । ହେଲେ କେ. ଏଲ ରାହୁଲ ଏବଂ କୋହଲିଙ୍କୁ ଉପରେ ସମସ୍ତଙ୍କ ଭରସା ଥିଲା । କିନ୍ତୁ  କୋହଲି ମଧ୍ୟ ମାତ୍ର ୧ରନ କରି ଫାଭିଲିୟନକୁ ଫେରିଯାଇଥିଲେ । ଏମିତିକି କୋହଲି ଆଉଟ ହେବାର ଅଳ୍ପ ସମୟ ମଧ୍ୟରେ କେ. ଏଲ ରାହୁଲ ମଧ୍ୟ ମାତ୍ର ୧ରନ କରି ଆଉଟ ହୋଇଯାଇଥିଲେ ।

ଭାରତୀୟ ଇନିଂସକୁ ସମ୍ଭାଳିବା ପାଇଁ ଋଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ମିଦାନକୁ ଓହ୍ଲାଇଥିଲେ । ହେଲେ ନ୍ୟୁଜଲାଣ୍ଡ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଦିନେଶ ବହୁତ ସମୟ ତିଷ୍ଠି ପାରିନଥିଲେ । ୨୫ ବଲ ଖେଳି ମାତ୍ର ୬ରନ କରି ହେନେରୀଙ୍କ ବଲରେ କଟ ଆଉଟ ହୋଇଥିଲେ । ଏହାପରେ ଅବଶ୍ୟ ଋଷଭ ପନ୍ଥଙ୍କୁ ବେଶ ଭଲ ସାଥ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଋଷଭ ପନ୍ଥ ୫୬ ବଲ ଖେଳି ୪ଟି ଚୌକା ସହାୟତାରେ ୩୨ରନ କରିଥିବାବେଳେ ସାଣ୍ଟନେରଙ୍କ ସ୍ପିନ ବୋଲିଂକୁ ଛକା ମାରିବାକୁ ଯାଇ କଟ ଆଉଟ ହୋଇଥିଲେ ।

 ଏହାପରେ ପଡିଆକୁ ଓହ୍ଲାଇଥିଲେ ମହେନ୍ଦ୍ର ସିଂ ଧୋନୀ । କିନ୍ତୁ ଧୋନୀ ଆସିବାପରେ  ୬୨ ବଲରେ ୨ଟି ଚୌକା ସହାୟତାରେ ପାଣ୍ଡ୍ୟା ୩୨ରନ କରିଥିବାବେଳେ ସାଣ୍ଟନେରଙ୍କ ବଲରେ କଟ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଧୀମା ବ୍ୟାଟିଂ ପାଇଁ ବିଭିନ୍ନ ସମାଲୋଚନାର ଶରବ୍ୟ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଆଜି ମଧ୍ୟ ଧୀମା ଖେଳିଥିଲେ । ଧୋନୀ ଓ ରବିନ୍ଦ୍ର ଜାଡେଜା ବେଶ ସମୟ ଧରି କ୍ରିଚରେ ରହିଥିଲେ ମଧ୍ୟ ଧୋନୀ ମନ୍ଥର ବ୍ୟାଟିଂ କରିଥିଲେ ।

ଅପରପକ୍ଷରେ ଜାଡେଜା କିନ୍ତୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଭାରତୀୟ ଟପ ଅର୍ଡର ଓ ମିଡିଲ ଅର୍ଡର ନ୍ୟୁଜଲାଣ୍ଡ ବୋଲରଙ୍କ ପାଖରେ ଆତ୍ମ ସମର୍ପଣ କରିଥିବାବେଳେ ରବିନ୍ଦ୍ର ଜାଡେଜା ଏକମାତ୍ର ଖେଳାଳିଭାବେ କିୱି ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ମାତ୍ର୩୯ ବଲରେ ରବିନ୍ଦ୍ର ଜାଡେଜା ଅର୍ଦ୍ଦ ଶତକ ହାସଲ କରିଥିଲେ । ଏଥିରେ ୪ଟି ଛକା ଓ ତିନୋଟି ଚୌକା ସାମିଲ ଥିଲା । ରବିନ୍ଦ୍ର ଜାଡେଜା ଭାରତକୁ ବିଜୟ ଆଡକୁ ଅଗ୍ରସର କରାଇବାରେ ସକ୍ଷମ ହେବେ ବୋଲି ବୋଧ ହେଉଥିଲା । ଧୋନୀ ଏବଂ ଜାଡେଜାଙ୍କ ଜୋଡି  ଦଳକୁ ଏକ ସମ୍ମାନଜନକ ସ୍ଥିତି ରେ ପହଞ୍ଚାଇ ପାରିଥିଲେ । ତେବେ ହାତରେ କମ ଓଭର ଥିବାରୁ ଆସ୍କିଂ ରନ ରେଟ ଧୀରେ ଧୀରେ ବଢି ଓଭର ପିଛା ୧୦.୫ ହୋଇସାରିଥିଲା । ତେଣୁ ବିଜୟ ସମ୍ଭାବନା ପ୍ରାୟ ମଉଳି ଆସିଥିଲା ।୫୯ ବଲରେ ୪ଟି ଚୌକା ଓ ୪ଟି ଛକା ସହାୟତାରେ ଲଢୁଆ ୭୭ ରନ କରି ବୋଲ୍ଟଙ୍କ ବଲରେ କଟ ଆଉଟ ହୋଇଥିଲେ ରବିନ୍ଦ୍ର ଜାଡେଜା ।

ଜାଡେଜାଙ୍କ ପରେ ୪୮ତମ ଓଭରରେ ଭୁବନେଶ୍ବର କୁମାର ବ୍ୟାଟିଂ କରିବାକୁ ଆସିଥିଲେ । ସେତେବେଳକୁ ବିଜୟ ପାଇଁ ୨ ଓଭରରେ ୩୦ ରନ ଆବଶ୍ୟକ ହେଉଥିଲା । ଧୋନୀ ୪୮ତମ ଓଭରର ପ୍ରଥମ ବଲରେ ଛକା ମାରିଥିଲେ । ତେବେ ଦ୍ବିତୀୟ ବଲରେ ୨ ରନ ନେବା ଉଦ୍ୟମ କରି ରନ ଆଉଟ ହୋଇଥିଲେ ଧୋନୀ । ବ୍ୟକ୍ତିଗତ ଭାବେ ୭୦ ବଲରେ ୫୦ ରନ କରିଥିଲେ ଧୋନୀ ।

ଧୋନୀ ଆଉଟ ହେବା ପରେ ୟୁଜବେନ୍ଦ୍ର ଚହଲ ମୈଦାନକୁ ଓହ୍ଲାଇଥିଲେ । ଧୋନୀ କ୍ରିଚରେ ଥିବା ପର୍ଯ୍ୟନ୍ତ ଭାରତର ବିଜୟ ଆଶା ଉଜ୍ଜୀବୀତ ରହିଥିଲା । କିନ୍ତୁ ଧୋନୀ ଆଉଟ ହେବାପରେ ପରେ କୌଣସି ରନ ନକରି ଭୁବନେଶ୍ବର କୁମାର ଫର୍ଗୁସନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ । ୪୯ତମ ଓଭର ଆରମ୍ଭରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଯଶପ୍ରିତ ବୁମରାହ ଆସିଥିଲେ । ଶେଷ ଓଭର ଆରମ୍ଭରେ ୟୁଜବେନ୍ଦ୍ର ଚହଲ ଗୋଟିଏ ଚୌକା ମାରି ଦଳର ରନକୁ ୨୨୧ରେ ପହଞାଇଛିଲେ । ତେବେ ପରବର୍ତ୍ତି ବଲରେ ୟୁଜବେନ୍ଦ୍ର କଟ ଆଉଟ ହୋଇଥିଲେ ଏବଂ ଭାତର ପରାଜୟ ହୋଇଥିଲା ।

   Related Posts