ଭାରତ ଆଗରେ ୨୪୦ ରନର ଟାର୍ଗେଟ, ନ୍ୟୁଜିଲାଣ୍ଡ ୨୩୯/୮

Published By : Prameya-News7 Bureau | July 10, 2019 IST

ମାଞ୍ଚେଷ୍ଟର୧୦|୭;  ବିଶ୍ବକପ ସେମିଫାଇନାଲରେ ଭାରତ ଆଗରେ ୨୪୦ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ । ୫୦ ଓଭରରେ ୮ ୱିକେଟ ହରାଇ ନ୍ୟୁଜିଲାଣ୍ଡ ୨୩୯ରନ କରିଛି । ଗତକାଲି ବର୍ଷା ଯୋଗୁଁ ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ବାକି ଥିବା ଖେଳ ନିର୍ଦ୍ଧାରିତ ସମୟ ଦିନ ୩ଟାରେ ଆରମ୍ଭ ହୋଇଥିଲା । ରସ ଟେଲର ୭୪ ରନ କରି ରନ ଆଉଟ ହୋଇଥିଲେ । ସେହିଭଳି ଗତକାଲିଠାରୁ କ୍ରିଚରେ ଥିବା ଲଥାମଙ୍କୁ ଭୁବନେଶ୍ବର କୁମାର ଆଉଟ କରିଥିଲେ । ପରେ ପରେ ଖେଳିବାକୁ ଆସିଥିବା ହେନେରୀଙ୍କୁ ମଧ୍ୟ ଭୁବନେଶ୍ବର କୁମାର ଆଉଟ କରି ପେଭିଲିଅନ ପଠାଇ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପର ପ୍ରଥମ ସେମିଫାଇନାଲ ଆରମ୍ଭ ହୋଇଥିଲା । ଟସ ଜିତି ନ୍ୟୁଜିଲାଣ୍ଡ  ପ୍ରଥମେ ବେଟିଂ କରିଥିଲା । ୪୬. ୧ ଓଭରରେ ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ୨୧୧ରନ କରିଥିବାବେଳେ  ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ଗତାଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ନଛାଡିବାରୁ ମ୍ୟାଚକୁ ଆଜି ପାଇଁ ସ୍ଥଗିତ ରଖାଯାଇଥିଲା । ଆଜି ଭାରତୀୟ ସମୟ ଦିନ ୩ଟା ବେଳେ ମ୍ୟାଚ ୪୬.୨ ଓଭରରୁ ଆରମ୍ଭ ହୋଇଥିଲା ।

ଏହା ମ୍ୟାଚରେ ଭୁବନେଶ୍ବର କୁମାରଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିବାବେଳେ ଅନ୍ୟ ୪ଜଣ ବୋଲର ଯଶପ୍ରିତ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ସହିଭଳି ନ୍ୟୁଜଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଗୁପଟିଲ-୦୧, ଏଚ୍‌. ନିକୋଲ୍ସ-୨୮, କେ. ୱିଲିମସନ୬୭, ରସ ଟେଲର-୭୪, ଜେ. ନିଶାମ-୧୨, ଗ୍ରାଣ୍ଡହୋମେ-୧୦, ଟି. ଲାଥାମ-୧୦, ଏମ.ଶାଣ୍ଟନେର-୯, ଏମ ହେନେରୀ-୦୧ ଏବଂ ଟି ବୋଲ୍ଟ-୦୩ ରନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.