ନ୍ୟୁଜିଲ୍ୟାଣ୍ଡ ମସଜିଦ ଉପରେ ଗୁଳିମାଡ ଘଟଣା : ମୃତ୍ୟୁସଂଖ୍ୟା ୪୯କୁ ବୃଦ୍ଧି, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଖେଳାଳି

Published By : Prameya-News7 Bureau | March 15, 2019 IST

ନ୍ୟୁଜିଲ୍ୟାଣ୍ଡ ଖ୍ରୀଷ୍ଟଚର୍ଚ୍ଚ  ସ୍ଥିତ ୨ଟି ମସଜିଦ ଉପରେ ଆଖିବୁଜା ଗୁଳିମାଡ ଘଟଣାରେ ମୃତ୍ୟୁସଂଖ୍ୟା ୪୯କୁ ବୃଦ୍ଧି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଷ୍ଟ୍ରେଲିୟ ନାଗରିକଙ୍କ ସମେତ ୪ଜଣଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଛି ନ୍ୟୁଜିଲ୍ୟାଣ୍ଡ ପୋଲିସ  ।

{"id":93963}

ଘଟଣାକୁ ସାରା ବିଶ୍ବ ନିନ୍ଦା କରିଛନ୍ତି ।  ଏହି ବିଭତ୍ସ ଗୁଳିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଦେଶର ଇତିହାସରେ ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ।

{"id":93964}

ବୀଭତ୍ସ …ହୃଦୟବିଦାରକ…ନରଦାନବର କ୍ରୁର କାଣ୍ଡରେ ସାରା ନ୍ୟୁଜିଲ୍ୟାଣ୍ଡ ସ୍ତବ୍ଦ । ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ୨ଟି ମସଜିଦ ଉପରେ ଦାନବର ଆଖିବୁଜା ଗୁଳି ମାଡରେ ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି । ସନ୍ଦେହରେ ଜଣେ ଅଷ୍ଟ୍ରେଲିଆ ନାଗରିକ ସମେତ ୪ଜଣକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ । ଆତଙ୍କୀର ଅନ୍ଧାଧୁନ୍ ଗୁଳିମାଡରେ ମସଜିଦ୍‌ରେ ଥିବା ଜଣେ ପରେ ଜଣେ ଟଳି ପଡିଥିଲେ । 

{"id":93965}

ଏଭଳି ହୃତୟ ବିଦାରକ ଗୁଳିକାଣ୍ଡ ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି । ଦେଶର ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି । ସାରା ବିଶ୍ବ ଘଟଣାକୁ ନିନ୍ଦା କରିବା  ସହ ନ୍ୟୁଜିଲାଣ୍ଡକୁ ବିଭିନ୍ନ ମହଲରୁ ସମବେଦନା ଛୁଟିବାରେ  ଲାଗିଛି ।

{"id":93966}

ଏହି ଗୁଳିକାଣ୍ଡର ଭିଡିଓ ସକାଳୁ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭଳି ଲୋମଟାଙ୍କୁରା  ଭିଡିଓକୁ ଟିଭି ପରଦାରେ ସଂପୂର୍ଣ୍ଣ ଭାବେ ଦେଖାଇବା ସମ୍ଭବ ପର ନୁହେଁ। ତେବେ ଭିଡିଓରେ ଗନମ୍ୟାନ ଜଣକ ନିଜ କାରରେ ଏକାଧିକ ଗନ୍ ରଖିଥିବା ଦେଖିବାକୁ ମିଳିଛି  ।  ଗୋଟିକ ପରେ ଗୋଟିଏ ଛକ ପାର ହୋଇ କାର୍ ଚାଲିଛି । ବେଶ ସତର୍କତାର ସହ ସେ କାର ଚଳାଇ ଚାଲିଛି । ଅଚାନକ ଗାଡି ଅଟକାଇ କାରରୁ ବାହାରି ଆସୁଛି। ତାପରେ ମସ୍‌ଜିଦରେ ପଶି ଲୋଡେଡ ମେସିନ୍‌ ଗନ ସହିତ ପ୍ରବେଶ କରୁଛି ଆତଙ୍କବାଦୀ । ମୁଣ୍ଡରେ ରହିଛି ହେଲ୍‌ମେଟ । ହେଲମେଟରେ ଲାଗିଥିଲା ଗୋ ପ୍ରୋ କ୍ୟାମେରା ଅନ୍ଧାଧୁନ ଗୁଳିଚାଳନା   ଗନମ୍ୟାନ ଜଣଙ୍କ ନିଜେ କ୍ୟାମେରାରେ କଏଦ କରିବା ସହ ଏହି ଭିଡିଓକୁ  ଇଣ୍ଟରନେଟରେ ଲାଇଭଷ୍ଟ୍ରିମିଙ୍ଗ କରିଛି । ୧୭ମିନିଟ ଭିଡିଓରେ ଦେଖିବାକୁ ମିଳୁଛି କିଭଳି ଗନମ୍ୟାନ ସେମି ଅଟୋମାଟିକ ରାଇଫଲରୁଆଖିବୁଜା ଗୁଳି ମାଡ କରି ଚାଲିଛି। ଆଉ ମସଜିଦରେ ନମାଜ ପାଇଁ ଆସିଥିବା ଲୋକଙ୍କ ଭିତରୁ ଜଣଙ୍କ ପରେ ଜଣେ ଟଳି ପଡୁଛନ୍ତି ।

{"id":93967}

ସେପଟେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ ଟିମ୍‌ର ଖେଳାଳି ମାନେ ଏହି ଗୁଳିକାଣ୍ଡରୁ ଅଳ୍ପକେ ବର୍ତି ଯାଇଛନ୍ତି । ନେଟ୍ ପ୍ରାକ୍ଟିସ ପରେ ମସଜିଦକୁ ନମାଜ ପାଠ କରିବାକୁ ଯାଇଥିଲେ ଖେଳାଳି ।  ତେବେ ଗୁଳିକାଣ୍ଡ ବେଳେ ଖେଳାଳିମାନେ ପାର୍କ ରାସ୍ତା ଦେଇ ଦୌଡି ଦୌଡି ନିଜକୁ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ।

{"id":93968}

ଏଭଳି ଘଟଣା ପରେ ଖ୍ରୀଷ୍ଟଚର୍ଚ୍ ଆଖପାଖରେ ଥିବା ସମସ୍ତ ମସଜିଦକୁ ଖାଲି କରିଦିଆଯାଇଛି । ଘଟଣାରେ ସଂପୃକ୍ତ ଅଭିଯୋଗରେ ୪ଜଣଙ୍କୁ ଗିରଫ କରି ପୋଲିସ ଛାନଭିନ୍ ଚଳାଇଛି  । ଅଟକ ୪ ଜଣଙ୍କ ଭିତରେ ଜଣେ ମହିଳାଙ୍କ ସହ ଜଣେ ଜଣେ ଅଷ୍ଟ୍ରେଲିୟ ନାଗରିକ ରହିଛନ୍ତି । ଗୁଳିକାଣ୍ଡର ପ୍ରକୃତ ରହସ୍ୟ ଏବେ ବି ସନ୍ଦେହ ଘେରରେ ରହିଛି  । ଏଯାଏ ଗୁଳିକାଣ୍ଡ ପାଇଁ କେହି ବି ନିଜକୁ ଦାୟୀ କରିନାହାନ୍ତି । 

{"id":93969}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.