Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟି-୨୦ ବିଶ୍ବକପ : ଟିମ ଇଣ୍ଡିଆର ସେମି ଫାଇନାଲ ଆଶା ଧୂଳିସାତ୍‌, ଆଫଗାନିସ୍ତାନକୁ ୮ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

7/11/2021 at 6:36 PM

ଶାରଜାହା ୦୭/୧୧ : ଟିମ ଇଣ୍ଡିଆର ସେମି ଫାଇନାଲ ଆଶା ଧୂଳିସାତ୍‌ । ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ୮ ଓ୍ବିକେଟ ହରାଇ ୧୨୪ ରନ କରିଥିଲା । ଜବାବରେ ୧୮.୧ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୧୨୫ରନ ହାସଲ କରିନେଇଛି ନ୍ୟୁଜିଲାଣ୍ଡ । ଯାହା ଫଳରେ ଦଳ ସିଧାସଳଖ ସେମି ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ସେମିରେ ପହଞ୍ଚିଛି କିଓ୍ବି ଟିମ । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ୍‌ ଗପଟିଲ ୨୮ ରନ କରି ଆଉଟ ହୋଇଥିବା ବେଳେ, ଡାରିଲ ମିଚେଲ ୧୭ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ କେନ୍‌ ଓ୍ବିଲିୟମସନ ୪୦ ଏବଂ ଡେଭୋନ୍‌ କୋନଓ୍ବେ ୩୬ ରନକରି ଅପରାଜିତ ଅଛନ୍ତି । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ୪ ଓଭରରେ ୨୬ ରନ ଦେଇଥିବା ବେଳେ, ମୁଜିବ ଉର ରେହମାନ ୪ ଓଭରରେ ୧ ଓ୍ବିକେଟ, ନବୀନ ଉଲ ହକ୍ ୨ ଓଭରରେ ୧୬ରନ, ହମିଦ ହସନ ୩ ଓଭରରେ ୧୪ରନ, ରାସିଦ ଖାନ ୪ ଓଭରରେ ୨୭ରନ ୧ ଓ୍ବିକେଟ ଏବଂ ଗୁଲାବୁଦ୍ଧିନ ନଇବ ୧.୧ ଓଭରରେ ୯ରନ ଦେଇଛନ୍ତି ।

ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦଳ ଭାବେ ଟି ୨୦ ବିଶ୍ବକପର ସେମି ଫାଇନାଲରେ ପ୍ରବେଶ କରିଛି । ଯାହା ଫଳରେ ଭାରତ ଏବଂ ଆଫଗାନିସ୍ତାନ ଉଭୟଙ୍କର ସେମି ଫାଇନାଲ ଆଶା ମଉଳି ଯାଇଛି । ଆଜି ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲେ ଭାରତ ସେମି ଖେଳିବା ନେଇ ଆଶା ଉଜ୍ଜୀବିତ ଥିଲା । କିନ୍ତୁ କିଓ୍ବି ଟିମ ସହଜରେ ଆଫଗାନିସ୍ତାନକୁ ପରାସ୍ତ କରି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ସେମି ଫାଇନାଲକୁ ପ୍ରବେଶ କରିଛି । ଭାରତ ମୋଟ ୨ଟି ବିଜୟ ସହ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ ନାମ୍ବିଆ ସହ ଖେଳିବ ଟିମ ଇଣ୍ଡିଆ । ଯାହାକି ଆସନ୍ତାକାଲି ଅର୍ଥାତ ସୋମବାର କେବଳ ଔପଚାରିକ ଭାବେ ଖେଳାଯିବ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆକୁ ଭେଟିବାକୁ ଥିବାବେଳେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ ।

   Related Posts