ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା: ୨୦୧୯ରେ ଟିଭି ହୋଷ୍ଟ କ୍ଲାର୍କ ସହ କରିଥିଲେ ନିର୍ବନ୍ଧ

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୦୬/୦୫ : ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନ୍ୟୁଜିଲ୍ୟାଣ୍ଡ ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ ଜେସିଣ୍ଡା ଗ୍ରୀଷ୍ମ କାଳରେ ବାହାହେବାକୁ ଯୋଜନା କରୁଛନ୍ତି । କିନ୍ତୁ ବାହାଘର ତାରିଖ ଖୁଲାସା ହୋଇନାହିଁ ।

ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡ ଏକ ରିପୋର୍ଟରେ କହିଛି ଯେ, ଜେସିଣ୍ଡା ଶୀଘ୍ର ବାହାହେବାକୁ ଯାଉଛନ୍ତି । ସେ ଟିଭି ହୋଷ୍ଟ କ୍ଲାର୍କ ଗେଫୋର୍ଡ଼ଙ୍କୁ ବିବାହ କରିବେ । ଜେସିଣ୍ଡା କୋଷ୍ଟ ରେଡ଼ିଓ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ବିବାହ ତାରିଖ ମିଳିଯାଇଛି । କିନ୍ତୁ ସେ ବାହାଘର ତାରିଖ ଖୁଲାସା କରିନାହାନ୍ତି । ଜେସିଣ୍ଡା କହିଛନ୍ତି ଯେ ବାହାଘରରେ କିଛି ଅତିଥିଙ୍କୁ ଆମନ୍ତ୍ରଣ କରିବାକୁ ସେ ବିଚାର କରୁଛନ୍ତି । 

{"id":449173,"sizeSlug":"large","linkDestination":"none"}

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା (୪୦) ୨୦୧୯ରେ ଇଷ୍ଟର ଛୁଟିରେ ୪୪ ବର୍ଷୀୟ ଗେଫୋର୍ଡ଼ଙ୍କ ସହ ନିର୍ବନ୍ଧ କରିଥିଲେ । ଗେଫୋର୍ଡ଼ଙ୍କର ଦୁଇ ବର୍ଷର ଝିଅ ବି ଅଛି । ସେ ଏଥର ଗ୍ରୀଷ୍ମ ଋତୁରେ ବିବାହ କରିବାକୁ ଯୋଜନା କରୁଛନ୍ତି । ନ୍ୟୁଜିଲାଣ୍ଡରେ ଗ୍ରୀଷ୍ମ ଋତୁ ଡିସେମ୍ବରରୁ ଫେବୃଆରୀ ଯାଏଁ ରହେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଜେସିଣ୍ଡା କହିଛନ୍ତି ଯେ, ବାହାଘର ଆୟୋଜନ ପାରମ୍ପରିକ ତରିକାରେ ଓ ବଡ ସ୍ଥରରେ କରାଯିବ ନାହିଁ । ତାଙ୍କୁ ବୟସ ହୋଇଯାଇଥିବାରୁ ସେ ବ୍ରାଇଡାଲ୍ ପାର୍ଟି ବି ଆୟୋଜନ କରିବେ ନାହିଁ ।

{"id":449176,"width":775,"height":517,"sizeSlug":"large","linkDestination":"none"}

ଜେସିଣ୍ଡା ୨୦୧୭ ରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ କମ ବୟସ୍କ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ ଗର୍ଭବତୀ ଥିଲେ । ଗର୍ଭବତୀ ଥାଇ କାର୍ଯ୍ୟାଳୟ ସମ୍ଭାଳୁଥିବା କିଛି ବଛା ନେତାଙ୍କ ମଧ୍ୟରେ ସେ ଜଣେ । ଗତ ଅକ୍ଟୋବରରେ ସେ ପୁଣି ଶାସନକୁ ଫେରି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ସରକାର କରୋନାକୁ କାବୁ କରିବାରେ ସଫଳ ହୋଇଥିଲା ଓ ଦୃଢତାର ସହ କରୋନା ମୁକାବିଲା କରିଥିଲେ । ସେ ନିଜ ଲେବର ପାର୍ଟିକୁ ଅର୍ଦ୍ଧ ଶତାବ୍ଦୀର ସର୍ବ ବୃହତ ନିର୍ବାଚନ ବିଜୟ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.