ନ୍ୟୁୟର୍କରେ କରୋନା ନେଲାଣି ୧୨୦୦ ଜୀବନ, ସହଯୋଗ ପାଇଁ ପ୍ରାର୍ଥନା କଲେ ଗଭର୍ଣ୍ଣର

Published By : Prameya-News7 Bureau | March 31, 2020 IST

ନ୍ୟୁୟର୍କ, ୩୧|୦୩: ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଆମେରିକାର ନ୍ୟୁୟର୍କରେ ଏହା ମୃତ୍ୟୁପ ବିଭୀଷିକା ରଚିଛି । ଗୋଟିଏ ଦିନରେ ଏଠାରେ ୨୫୦ ଜଣ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ପରେ ସରକାର ସାହାଯ୍ୟ ପ୍ରାର୍ଥନା କରିଛନ୍ତି । ନ୍ୟୁୟର୍କ ଗଭର୍ଣ୍ଣର୍ ଏହି ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ମାଗିଛନ୍ତି ।

ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ କହିଛନ୍ତି ଯେ, ଏଠାରେ ମୃତ୍ୟୁସଂଖ୍ୟା ୧୨୦୦ ଟପିଲାଣି । ସହରରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାର ମୁକାବିଲା ପାଇଁ ୧୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ ।

{"id":246723,"width":760,"height":427,"sizeSlug":"large"}

ବର୍ତ୍ତମାନ ନ୍ୟୁୟର୍କରେ ୮୦ ହଜାରରୁ ଅଧିକ ଡାକ୍ତର, ନର୍ସ ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ଏହାସହ ନାଭି ହସ୍ପିଟାଲକୁ ମଧ୍ୟ କରୋନା ଓ୍ୱାର୍ଡରେ ପରିଣତ କରାଯାଇଛି । ଏହି ହସ୍ପିଟାଲରେ  ୧୦୦୦ଟି ଆଇସୋଲେସନ ଓ୍ୱାର୍ଡ ରହିଛି ।

ଦେଶକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆଗାମୀ ୩୦ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ଦେଶବାସୀ ସଚେତନ ନହେଲେ ବିପଦ ଆହୁରି ଘନେଇବ ବୋଲି ସେ ସତର୍କ କରାଇଛନ୍ତି ।

ସୂଚନାଯୋଗ୍ୟ, ଆମେରିକାରେ ପ୍ରାୟ ୧ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୯୦୦ ଟପିଛି । ନ୍ୟୁୟର୍କ ସହରରେ କରୋନା ଅଧିକ ଜୀବନ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.