ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ନୂଆ ବିଧାୟକଙ୍କ ଶପଥ ଗ୍ରହଣ

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧: ଆଜି ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଶପଥ ନେଲେ ନବ ନିର୍ବାଚିତ ବିଧାୟକ । ପ୍ରୋଟେମ ସ୍ପିକର କାଳିଦାସ କୋଲବଙ୍କର  ନବନିର୍ବାଚିତ ୨୮୮ ଜଣ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଅଜିତ ପୱାର ପୁଣି ଥରେ ଶପଥ ନେଇଛନ୍ତି । ସେମାନେ ବିଧାୟକ ଭାବେ ଶପଥ ପାଠ କରିଛନ୍ତି । ସେପଟେ ମହାରାଷ୍ଟ୍ର ରାଜନୀତିରେ ଆରମ୍ଭ ହେଉଛି ନୂତନ ଅଧ୍ୟାୟ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମକୁଟ ପିନ୍ଧିବାକୁ ଯାଉଛନ୍ତି । ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । 

wp:html /wp:html

ମଙ୍ଗଳବାର ଶିବସେନା, ଏନସିପି ଏବଂ କଂଗ୍ରେସର ମିଳିତ ବିଧାୟକ ଦଳ ବୈଠକରେ ଉଦ୍ଧବ ଠାକରେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଉଦ୍ଧବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତାକାଲି ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ସରକାର ଗଠନ ପାଇଁ ଏନସିପି-କଂଗ୍ରେସ-ଶିବସେନା ମେଣ୍ଟ ଏବେ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟପାଳ ଭଗତ ସିଂହ କୋଶିଆରିକୁ ମେଣ୍ଟର ନେତାମାନେ ଏକାଠି ଭେଟିଥିଲେ । ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ମେଣ୍ଟର ନାଁ ରଖାଯାଇଛି ମହାରାଷ୍ଟ୍ର ବିକାଶ ଅଘାଦି । ଏବଂ ଏମଭିଏର ନେତା ନିର୍ବାଚିତ ହୋଇଛନ୍ତି ଉଦ୍ଧବ ଠାକରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.