Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମାର୍ଚ୍ଚ ୧ ପରେ ଦିଲ୍ଲୀରେ କରୋନା ସଂକ୍ରମଣ ସବୁଠାରୁ କମ : ୨୪ ଘଣ୍ଟାରେ ୨୧୩ ନୂଆ ମାମଲା, ୨୮ ଜଣଙ୍କ ମୃତ୍ୟୁ

12/06/2021 at 8:43 PM

ନୂଆଦିଲ୍ଲୀ ୧୨/ ୦୬ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୨୮ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏହା ପୂର୍ବରୁ ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଦିଲ୍ଲୀରେ ୧୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇ ୦.୩ ପ୍ରତିଶତକୁ ଖସି ଆସିଛି ।


ଗତ ୨୪ ଘଣ୍ଟାରେ ଚିହ୍ନଟ ୨୧୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ କେସ୍‌ ୧୪ ଲକ୍ଷ ୩୦ ହଜାର ୮୮୪ରେ ପହଞ୍ଚିଛି । ସେହିଭଳି ୧୪ ଲକ୍ଷ ୨ ଜହାର ୪୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୪ ହଜାର ୮୦୦ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ଆକ୍ଟିଭ କେସ ରହିଛି ୩୬୧୦ । ରାଜଧାନୀ ଦିଲ୍ଲୀରେ ଟେଷ୍ଟି ସଂଖ୍ୟା ମଧ୍ୟ ଅଧିକ ରହିଛି । ଗତ ୨ ଘଣ୍ଟା ମଧ୍ୟରେ ୭୧,୫୧୩ ଟି ଟେଷ୍ଟ ହୋଇଛି । ଏ ଯାଏଁ ମୋଟ ୨ କୋଟି ୧ ଲକ୍ଷ ୯୦ ହଜାର ୮୦୩ ସ୍ବାବ୍ ଟେଷ୍ଟ ହୋଇଛି ।


ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଉଛି । ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅନଲକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ପ୍ରାୟ ରାଜ୍ୟରେ ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବା ନେଇ ଘୋଷଣା କରାଯାଇଛି । ଓଡିଶାରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି । ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ଗ୍ରାଫ୍‌ ବଢୁଛି । ରାଜ୍ୟରେ ଆସନ୍ତା ଜୁନ ୧୭ ତାରିଖରେ ଲକଡାଉନ ଶେଷ ହେଉଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ରାଜ୍ୟ ସରକାର ।

   Related Posts