Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ନ୍ୟୁଜିଲାଣ୍ଡକୁ ବଡ ଝଟକା ! ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆହତ ହେଲେ ଷ୍ଟାର ବ୍ୟାଟସମ୍ୟାନ୍

28/10/2021 at 10:51 AM

ଭୁବନେଶ୍ୱର ୨୮/୧୦:  ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ । ୫ ଓ୍ୱିକେଟରେ ପାକିସ୍ତାନ କିଓ୍ୱି ଟିମ୍‌କୁ ପରାସ୍ତ କରିଛି । ଦଳ ଆସନ୍ତା ୩୧ ତାରିଖରେ ଭାରତକୁ ଭେଟିବ । ଭାରତ ମଧ୍ୟ ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି । ଏହି କାରଣରୁ ଆଗାମୀ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପାଇଁ ଏକ ଖରାପ ଖବର ଆସିଛି । ଦଳର ଷ୍ଟାର ବ୍ୟାଟସମ୍ୟାନ୍ ମାର୍ଟିନ ଗୁପ୍ଟିଲ ମଙ୍ଗଳବାର ପାକ୍ ବିପକ୍ଷ ମୁକାବିଲାରେ ଆହତ ହୋଇଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ।

ଏହାପୂର୍ବରୁ ଦଳର ଦ୍ରୁତ ବୋଲର ଲକି ଫର୍ଗ୍ୟୁସନ୍ ମାଂସପେଶୀ ଆଘାତ ପାଇଁ ବିଶ୍ୱକପରୁ ବାଦ୍ ପଡିଛନ୍ତି । ଫର୍ଗ୍ୟୁସନ୍ ବାଦ୍ ପଡିବା ପରେ ଆଡାମ ମିଲନେଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ  ଆଇସିସି ଦ୍ୱାରା ବିଳମ୍ବରେ  ଖେଳାଳି ଅଦଳବଦଳିକୁ ମଞ୍ଜୁରି ମିଳିଥିଲା । ତେଣୁ ସେ ପାକ୍ ବିପକ୍ଷ ମ୍ୟାଚ୍ ଖେଳି ପାରିନଥିଲେ ।

ଗୁପ୍ଟିଲଙ୍କୁ ନେଇ ଦଳର ମୁଖ୍ୟ କୋଚ୍ ଗେରୀ ଷ୍ଟଡି କହିଛନ୍ତି ଯେ, ଗୁପ୍ଟିଲ କିପରି ଅନୁଭବ କରୁଛନ୍ତି ତାକୁ ନଜରରେ ରଖାଯାଇଛି । ଖେଳିବା ସମୟରେ ସେ ସାମାନ୍ୟ ଅସହଜ ଲାଗୁଥିଲେ । ୪୮ ଘଣ୍ଟା ପାଇଁ ତାଙ୍କୁ ନଜରରେ ରଖାଯାଇଛି । ତେବେ ତାଙ୍କ ଦଳ ହାରିବା ସତ୍ତ୍ୱେ ପାକିସ୍ତାନ ବିପକ୍ଷରେ କଡା ମୁକାବିଲା କରିଥିବା କାରଣରୁ ସେ ଖୁସି ଥିବା କହିଛନ୍ତି ।

   Related Posts