ଟେଷ୍ଟ୍ ରାଙ୍କିଂରେ ଶୀର୍ଷରେ ନ୍ୟୁଜିଲାଣ୍ଡ, ପଛରେ ପଡିଗଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ,୦୬/୦୧: ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛି । ରାଙ୍କିଂ ଇତିହାସରେ ପ୍ରଥମ ଥର ପାଇଁ ଏହି ଉପଲବ୍ଧ ହାସଲ କରିଛି କିଓ୍ୱି ଟିମ୍ । ବୁଧବାର ଦଳ ଖ୍ରୀଷ୍ଟଚର୍ଚ୍ଚରେ ପାକିସ୍ତାନକୁ ଗୋଟିଏ ଇନିଂସ ଓ ୧୭୬ ରନରେ ମାତ୍ ଦେଇଥିଲା । ଏହାସହ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ୍ କରିଥିଲା ।

କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ଦଳ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୧୦୧ ରନରେ ହରାଇଥିଲା । ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ବିଶେଷ । ଏବେ ନ୍ୟୁଜିଲାଣ୍ଡର ପଏଣ୍ଟ ହେଉଛି ୧୨୦ । ସେହିପରି ଦଳର ରେଟିଂ ଅଙ୍କ ହେଉଛି ୧୧୮ । ଅଷ୍ଟ୍ରେଲିଆ ୧୧୬ ରେଟିଂ ଅଙ୍କ ସହ ଦୁଇ ନମ୍ବରରେ ରହିଛି । ଏବେସୁଦ୍ଧା ଟେଷ୍ଟ ରାଙ୍କିଂରେ ଅଷ୍ଚ୍ରେଲିଆ ଶୀର୍ଷରେ ଥିଲା ।

wp:html /wp:html

ବୁଧବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ପାକ୍ ଦ୍ୱିତୀୟ ଇନିଂସରେ ୧୮୬ ରନରେ ଅଲଆଉଟ୍ ହୋଇଯାଇଥିଲା । କିଓ୍ୱି ବୋଲର କାଇଲ ଜେମିସନ ୪୮ ରନ୍ ଦେଇ ୬ ଓ୍ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ଜେମିସନ୍ ୫ଟି ଓ୍ୱିକେଟ୍ ନେଇଥିଲେ । ଏପରି ଭାବେ ସେ ଏହି ଟେଷ୍ଟରେ ୧୧ଟି ଓ୍ୱିକେଟ୍ ନେଇଛନ୍ତି ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୬ ଓ୍ୱିକେଟ୍ ହରାଇ ୬୫୯ ରନ୍ କରି ପାକ୍ ବିପକ୍ଷରେ ୩୬୨ ରନରେ ଆଗୁଆ ରହିଥିଲା । ଦ୍ୱିତୀୟ ଇନିଂସରେ ପାକ୍ ୨୯୭ ରନରେ ଅଲଆଉଟ୍ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.