Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରତିଭା ପଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ପୁରସ୍କାର

6/03/2021 at 2:19 PM

ଭୁବନେଶ୍ୱର, ୦୬/୦୩ : ଆରମ୍ଭ ହେଲା ନୂଆ ଅଧ୍ୟାୟ । ସର୍ଟଫିଲ୍ମରେ ଶ୍ରେଷ୍ଠତା ପାଇଁ ମିଳିଲା ସ୍ୱୀକୃତି, ସମ୍ମାନ ଓ ପୁରସ୍କାର । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳିତ ଲୋକଙ୍କ ନଜରରେ ନମ୍ବର ଓ୍ୱାନ ଟିଭି ଚ୍ୟାନେଲ ନ୍ୟୁଜ ୭ର ସର୍ଟଫିଲ୍ମ କଣ୍ଟେଷ୍ଟ୍ ସୋ-କେଶ୍ ୨୦୨୦ର ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ୫ ତାରିଖ ସନ୍ଧ୍ୟାରେ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡିଆ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରମୁଖ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗଦେଇ ନ୍ୟୁଜ ୭ ସର୍ଟ ଫିଲ୍ମ କଣ୍ଟେଷ୍ଟ ସୋ-କେଶ୍ ୨୦୨୦ର ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ସର୍ଟଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କୁ ଏପରି ଭାବେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ସୋ-କେଶ୍ ୨୦୨୦ରେ ମୋଟ୍ ୮୭ଟି ସର୍ଟଫିଲ୍ମ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୧୨ଟି ବର୍ଗରେ ପ୍ରତିଭା ଓ କଳାକାରଙ୍କୁ ପୁରସ୍କୃତ କରିଛି ରାଜ୍ୟର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ ମିଡିଆ । ଏହି ସର୍ଟଫିଲ୍ମ ପ୍ରତିଯୋଗିତାରେ  ପ୍ରଥମ ଶ୍ରେଷ୍ଠ ସିନେମା ବିବେଚିତ ହୋଇଛି ପ୍ରଯୋଜକ କାଳିନ୍ଦୀ ଚରଣସାହୁଙ୍କ ‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ୍’ । ଏ ବାବଦରେ ପ୍ରଯୋଜକଙ୍କୁ ୫୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଛି ‘ଗୁଡିଆ’ । ଏହାର ପ୍ରଯୋଜକ ସତ୍ୟପ୍ରକାଶ ସାହୁଙ୍କୁ ୩୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିଭଳି ଦର୍ଶକଙ୍କ ପସନ୍ଦ ଭିତ୍ତିରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଦୁହିତା’। ଏହାର ପ୍ରଯୋଜକ ସବିତା ନାୟକଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।

ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ପାଇଁ ଅଭିଷେକ ସ୍ୱାଇଁଙ୍କୁ ମିଳିଥିବା ବେଳେ,  ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ‘ଗୁଡିଆ’ର ଅଭିନୟ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।  ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ପ୍ରତିଭା ପଣ୍ଡା । ତାଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନେତ୍ରୀ’ ପାଇଁ ଏହି ପୁରସ୍କାର ମିଳିଛି ।  ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ଆର୍ଯ୍ୟ ଅଭିପ୍ସା ଖୁଣ୍ଟିଆଙ୍କୁ ମିଳିଛି । ସେ ‘ଗୁଡିଆ’ ସିନେମାରେ ଟାଇଟଲ୍ ରୋଲରେ ଥିଲେ । ସେହିଭଳି ‘ଦୁହିତା’ରେ ଉତ୍କୃଷ୍ଟ ଅଭିନୟ ପାଇଁ ମହମ୍ମଦ ବବଲୁଙ୍କୁ ଶ୍ରେଷ୍ଠ ସହଯୋଗୀ ଅଭିନେତା ପୁରସ୍କାର ମିଳିଛି   । କ୍ଷୁଦ୍ର ସିନେମା ‘ଭଙ୍ଗାସିଲଟ’ରେ ମନଛୁଆଁ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଭାବେ କନକ ଚୌଧୁରୀ ଦଣ୍ଡସେନାଙ୍କୁ ପୁରସ୍କୃତ କରାଯାଇଛି । ଏହି ସମସ୍ତ ପୁରସ୍କୃତ ନିର୍ଦ୍ଦେଶକ ଓ କଳାକାରଙ୍କୁ ନଗଦ ୧୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ଅତିଥି।

ସେହିଭଳି  ଶ୍ରେଷ୍ଠ ସାମାଜିକ ବାର୍ତ୍ତା ପାଇଁ କ୍ଷୁଦ୍ର ସିନେମା ‘ଦି ବୁକ୍‌’କୁ ସ୍ପେଶାଲ ଜୁରି  ପୁରସ୍କାର ମିଳିଛି ।   ସୂର୍ଯ୍ୟୋଦୟ ଲାଇବ୍ରେରୀ ଦ୍ୱାରା ନିର୍ମିତ ଏହି ସିନେମା ପାଇଁ ସୂର୍ଯ୍ୟୋଦୟ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ବାବଦରେ ୧୦୦୦୦ ଟଙ୍କା, ଟ୍ରଫି ଓ ମାନପତ୍ର ଦିଆଯାଇଛି । ସେହିଭଳି ସ୍ପେଶାଲ ଜୁରି କଳାକାର ପୁରସ୍କାର ସ୍ୱାତୀ ଦିବ୍ୟଦର୍ଶିନୀ ଷଡଙ୍ଗୀଙ୍କୁ ମିଳିଛି । କ୍ଷୁଦ୍ର ଚଳଚ୍ଚିତ୍ର ‘ଅପଦାର୍ଥ’ରେ ଅଭିନୟ ପାଇଁ ଏହି ପୁରସ୍କାର ବାବଦରେ ସେ ୧୦୦୦୦ ଟଙ୍କା, ଟ୍ରଫି ଓ ମାନପତ୍ର ପାଇଛନ୍ତି । ଏହି ବର୍ଗରେ ସ୍ପେଶାଲ ଜୁରି କନସେପ୍ଟ ପୁରସ୍କାର କ୍ଷୁଦ୍ର ଚଳଚ୍ଚିତ୍ର ‘ମଦର ନେଚର’ର ପ୍ରଯୋଜକ ସନ୍ଦୀପ ରାଏଙ୍କୁ ମିଳିଛି । ତାଙ୍କୁ ୧୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ମିଳିଛି ।

ସୁମା ରିଅଲ ମିଡିଆ ସିଇଓ ସୁନିଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରଦୀପ ପ୍ରଜ୍ୱଳନରୁ ଆରମ୍ଭ ହୋଇଥିଲା । ଏଥିରେ ପ୍ରମେୟ-ନ୍ୟୁଜ୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟନ୍ୟୁଜ.କମ୍‌ର କନସଲଟିଂ ଏଡିଟର୍ ସୁବ୍ରତ ଦାସ, ପ୍ରମେୟ-ନ୍ୟୁଜ୭ ମାର୍କେଟିଂ ଡିରେକ୍ଟର ହିମାଂଶୁ ହୋତା ବିଶେଷ ଅତିଥି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସିନେ ନିର୍ମାତା-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ଆକାଶ ଦାସ ନାୟକ, ଅଭିନେତା ତଥା ସାଂସଦ ମୁନା ଖାଁ ସାମିଲ ହୋଇଥିଲେ । ଏହାସହ ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସୁବାସ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟୋଦୟ, ଗାୟିକା ଲୋପିତା ମିଶ୍ର ଏବଂ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରୁପ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର  ନ୍ୟୁଜ୭ ସର୍ଟଫିଲ୍ମ କଣ୍ଟେଷ୍ଟ ସୋ-କେଶ୍ ୨୦୨୦ର ଆରମ୍ଭ ଏବଂ ଲକ୍ଷ୍ୟ ନେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ସିଇଓ ସୁନିଲ ଦାସ କହିଥିଲେ, କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିବା ପ୍ରମେୟ ଏବଂ ନ୍ୟୁଜ ୭ ସର୍ଟଫିଲ୍ମ କଣ୍ଟେଷ୍ଟକୁ ଜାରି ରଖିବା ସହ ପ୍ରତିଭା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଚାଲିବ ।

ଅତିଥି ମାନେ ସୁମା ରିଅଲ ମିଡିଆର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସର୍ଟଫିଲ୍ମର ଗୁରୁତ୍ୱ ଓ ସ୍ୱୀକୃତି ସମ୍ପର୍କରେ ମତ ରଖିଥିଲେ । ଏଣ୍ଟରଟେନମେଣ୍ଟର ଏହି ଧାରାରେ ପ୍ରତିଭାଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ନିହାତି ଆବଶ୍ୟକ ଥିବା ବେଳେ ସୁମା ରିଅଲ ମିଡିଆ ଏଥିରେ ଏକ ଉଦାହରଣ ବୋଲି ଅତିଥିମାନେ ମତ ରଖିଥିଲେ । ସମସ୍ତେ ସୁମା ରିଅଲ ମିଡିଆକୁ ଏଥିପାଇଁ ଧନ୍ୟବାଦ ଦେବା ସହ ରାଜ୍ୟର ପ୍ରତିଭା ଓ କଳାକାରଙ୍କୁ ସେମାନଙ୍କ ସୃଜନଶୀଳତା ପରିପ୍ରକାଶ କରୁଥିବା ଏହି ପ୍ଲାଟଫର୍ମର ସୁଯୋଗ ନେବାକୁ ଆହ୍ୱାନ କରିଥିଲେ ।ଶେଷରେ ନ୍ୟୁଜ ୭ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ । ସୋନାଲି ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ବେଳେ ନ୍ୟୁଜ ୭ର ପୋଷ୍ଟ ପ୍ରଡକ୍ସନ ହେଡ୍ ଅମରେନ୍ଦ୍ର ମହାପାତ୍ର,  ପ୍ରଶାନ୍ତ ପାଇକରାୟ, ସୁଜିତ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।    

   Related Posts