Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର

5/03/2021 at 8:31 AM

ଭୁବନେଶ୍ୱର, ୦୫/୦୩: ନୂଆ ପ୍ରତିଭା, ସୃଜନଶୀଳତା ଓ ନୂତନ ଚିନ୍ତାଧାରା ସହ ସମାଜ ପାଇଁ ଏକ ନିଆରା ଶୈଳୀରେ ସଚେତନତାର ବାର୍ତ୍ତା ଦେବାର ପ୍ରୟାସକୁ ଆଗକୁ ନେବାର ଉଦ୍ୟମ କରି ଆସିଛି ନ୍ୟୁଜ୍‌ ସେଭେନ୍‌ । ସୁମା ରିଅଲ୍‌ ମିଡିଆ ଅଧିନରେ ଥିବା ରାଜ୍ୟର ଅଗ୍ରଣୀ ନ୍ୟୁଜ୍‌ ଚ୍ୟାନେଲ୍‌ ନ୍ୟୁଜ୍‌ ସେଭେନ୍‌ ଏହି ଧାରାରେ ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛି । ତାହା ହେଲା ସର୍ଟଫିଲ୍ମ ବା କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରୋତ୍ସାହନ । ନ୍ୟୁଜ୍‌ ସେଭେନ୍‌ ପକ୍ଷରୁ ଏହି ପ୍ରୟାସର ପ୍ରଥମ ସଂସ୍କରଣ ନ୍ୟୁଜ୍‌ ସେଭେନ୍‌ ସର୍ଟଫିଲ୍ମ କଣ୍ଟେଷ୍ଟ ସୋ-କେଶ୍‌ ୨୦୨୦ । ଏହି ସଂସ୍କରଣର ପୁରସ୍କାର ପ୍ରଦାନ ଉତ୍ସବ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ ।

ସୋ-କେଶ୍‌ ୨୦୨୦ରେ ମୋଟ ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ୍‌ ହୋଇଥିଲେ । କିଛି ନିର୍ଦ୍ଧିଷ୍ଟ ନିୟମ, ବିଷୟ ବସ୍ତୁ ଭିତ୍ତିରେ ଏହି ପ୍ରତିଯୋଗିତାରେ ସାମିଲ୍‌ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକ ଏକ ମିନିଟ୍‌ରୁ ୧୨ ମିନିଟ୍‌ ସମୟ ଅବଧି ବିଶିଷ୍ଟ । ବିଶେଷ ଯୋଗ୍ୟତା, ପ୍ରିତିଷ୍ଠା ଓ ଅଭିଜ୍ଞତା ସଂପନ୍ନ ସିନେ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁବାଷ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଏବଂ ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନେଇ ଗଠିତ ୩ ଜଣିଆ ବିଚାରକ ମଣ୍ଡଳୀ ଏହି ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଭିନ୍ନ ଦିଗରୁ ତର୍ଜମା କରି ବିଚାର କରି ୩୭ଟି ଚଳଚ୍ଚିତ୍ରକୁ ନ୍ୟୁଜ୍‌ ସେଭେନ୍‌ରେ ପ୍ରସାରଣ ପାଇଁ ମନୋନୀତ କରିଥିଲେ । ସେହି ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ୧୨ଟି ବର୍ଗରେ କିଛି ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ପୁରସ୍କୃତ କ୍ଷୁଦ୍ର ସିନେମା ଏବଂ କଳକାରଙ୍କୁ ପୁରସ୍କୃତ କରିବା ଲାଗି ଆସନ୍ତା ୫ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଛି । ସୁମାରିଅଲ୍‌ ମିଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଅଭିନେତା, ଅଭିନେତ୍ରୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।   

   Related Posts