ନ୍ୟୁଜ7ର ବଡ଼ ପ୍ରଭାବ : ଶୈରା ନରସିହ୍ମା ରେଡ୍ଡି ଫିଲ୍ମର ମିଛ ତଥ୍ୟରେ କଇଁଚି ମାରିଛନ୍ତି ସେନସର ବୋର୍ଡ, ରହିବନି ପ୍ରଥମ ସ୍ବାଧୀନତା ସଂଗ୍ରାମ ଲେଖା

Published By : Prameya-News7 Bureau | September 30, 2019 IST

ଭୁବନେଶ୍ବର୩୦|୯: ନ୍ୟୁଜ7ର ବଡ଼ ପ୍ରଭାବ | ପାଇକ ସ୍ବାଭିମାନ ଲଢେଇରେ ଓଡ଼ିଶାର ବିଜୟ | ଆନ୍ଧ୍ର ଫିଲ୍ମରୁ ହଟିବ ମିଛ ତଥ୍ୟ | ୧୮୪୬ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦିଆଯାଇଥିବା ତଥ୍ୟକୁ କାଟିବା ଲାଗି ନିର୍ଦ୍ଦେଶ ଦେଇଛି ସେନସର ବୋର୍ଡ ବା ଫିଲ୍ମ ସାର୍ଟିଫିକେସନ ବୋର୍ଡ। ଫିଲ୍ମ ୨ ତାରିଖରେ ରିଲିଜ ହେବାକୁ ଯାଉଛି। ତେଣୁ ବାସ୍ତବରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ହିଁ ଦେଖିବା କଥା। 

{"id":164718}

ଓଡ଼ିଶାର ବିଜୟ | ପାଇକ ବିଦ୍ରୋହ ସମ୍ମାନର ବିଜୟ | ନ୍ୟୁଜ7 ଖବରର ମହାପ୍ରଭାବ | ଆନ୍ଧ୍ର ଫିଲ୍ମ ଶୈରା ନରସିହ୍ମା ରେଡ୍ଡି ଫିଲ୍ମର ମିଛ ତଥ୍ୟରେ କଇଁଚି ମାରିଛନ୍ତି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ବା ସେନସର ବୋର୍ଡ । ପ୍ରଥମ ସ୍ବାଧୀନତା ସଂଗ୍ରାମ ନେଇ ଦିଆଯାଇଥିବା ଶବ୍ଦକୁ କାଟିବା ଲାଗି ସିବିଏଫସି ନିର୍ଦ୍ଦେଶ ଦେଇଛି ।  

{"id":164719}

ଫିଲ୍ମରେ ୧୮୪୬ରେ ନରସିହ୍ମା ରେଡ୍ଡିଙ୍କ ସଂଗ୍ରାମକୁ ପ୍ରଥମ ସଂଗ୍ରାମ ବୋଲି ଟିଜରରେ ଦର୍ଶାଯାଇଥିଲା ।  ଏବେ ଏହାକୁ ସଂଶୋଧିତ କରିବା ଲାଗି କୁହାଯାଇଛି । ୧୮୧୭ ଓଡ଼ିଶାର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ । ଏହାକୁ କେନ୍ଦ୍ର ସରକାର ମଧ୍ୟ ସ୍ବୀକାର କରିଥିଲେ ସୁଦ୍ଧା ଏହି ଫିଲ୍ମରେ ୧୮୪୬ ସଂଗ୍ରାମକୁ ପ୍ରଥମ ସଂଗ୍ରାମ ବୋଲି କୁହାଯାଇଥିଲା। ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲା ନ୍ୟୁଜ୭, ପ୍ରଶ୍ନ ଉଠାଇଥିଲେ ଓଡ଼ିଶାର ବୁଦ୍ଧିଜୀବୀ  ।  

{"id":164720}

ଏହି ନିଷ୍ପତ୍ତି ପରେ ବି ସନ୍ତୁଷ୍ଟ ହୋଇନି କଳିଙ୍ଗ ସେନା । ଭୁବନେଶ୍ବର ଶ୍ରୀୟା ହଲ୍ ସାମ୍ନାରେ ଫିଲ୍ମର ପୋଷ୍ଟର ପୋଡ଼ାଯାଇଛି । ଅକ୍ଟୋବର ୨ରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ, ଏହା ପୂର୍ବରୁ ସଂଶୋଧନ ହେବା ଦରକାର ବୋଲି କଳିଙ୍ଗ ସେନା ଦାବି କରିଛି ।

{"id":164721}

CBFCଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହୋଇ ଯଦି ଫିଲ୍ମ ରିଲିଜ ହେଲା ତା ହେଲେ ରାଜ୍ୟର କୌଣସି ହଲରେ ବି ଏହାକୁ ପ୍ରଦର୍ଶନ ହେବାକୁ ଦିଆଯିବ ନାହିଁ ଦଳ ସିଧା ଚେତାବନୀ ଦେଇଛି ।

{"id":164722}

ଗାନ୍ଧି ଜୟନ୍ତୀରେ ସାଏରା ନରସିଂହା ରେଡ୍ଡି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମରେ ରିଲିଜ ହେବ । ମଝିରେ ଆଉ ଗୋଟିଏ ଦିନ ଥିବାରୁ ସଂଶୋଧନ କାର୍ଯ୍ୟକୁ ଏହା ପୂର୍ବରୁ କରାଯାଉଛି ନା ରିଲିଜ ତାରିଖ ଘୁଞ୍ଚୁଛି ତାହା ହିଁ ଦେଖିବାର କଥା ।

{"id":164723}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.