ନ୍ୟୁଜ-7ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଜିଲ୍ଲାପାଳ କଲେ ଜାଗା ଚିହ୍ନଟ
10/12/2019 at 8:03 PM

କେନ୍ଦ୍ରପଡ଼ା୧୦/୧୨: ନ୍ୟୁଜ-7ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କେନ୍ଦ୍ରାପଡା ପୌରାଞ୍ଚଳର ମନକରପୁର ଭୋଇସାହିରେ ଆଦୌ ଶୌଚାଳୟ ନ ଥିବା ନେଇ ଗତ ୭ ତାରିଖରେ ଏକ ଖବର ପ୍ରସାରଣ ହୋଇଥିଲା । ଆଜି ଜିଲ୍ଲାପାଳ ଭୋଇସାହିରେ ପହଞ୍ଚି ଲୋକମାନଙ୍କ ସମସ୍ୟାକୁ ନିଜେ ଅନୁଭବ କରିଥିଲେ । ତେବେ ସାହିରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ଜିଲ୍ଲାପାଳ ଜାଗା ଚିହ୍ନଟ କରିବା ସହିତ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦଶେ ଦେଇଛନ୍ତି ।
କେନ୍ଦ୍ରାପଡା ପୌରାଞ୍ଚଳର ଭୋଇସାହିର ସମସ୍ୟା ସଂପର୍କରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା । ସାହିରେ ପ୍ରାୟ ୪୦ ପରିବାରର ୨୦୦ ରୁ ଅଧିକ ସଦସ୍ୟ ରହୁଛନ୍ତି । କିନ୍ତୁ ଏମାନଙ୍କ ପାଇଁ ଗୋଟିଏ ହଲେ ବି ଶୌଚାଳୟ ନାହିଁ । ବିଶେଷ କରି ସାହିର ମହିଳାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖୋଲାରେ ଏବଂ ରାସ୍ତା କଡରେ ଶୌଚ କରିବା ପାଇଁ ବାଧ୍ୟ ହେଉଛନ୍ତି ସମସ୍ତେ । ଏ ନେଇ ଖବର ପ୍ରସାରଣ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସକାଳୁ ସକାଳୁ ଭୋଇସାହିରେ ପହଞ୍ଚିଥିଲେ। ସାହି ଭିତରେ ଏକ ଗୋଷ୍ଠୀ ଶୌଚଳାୟ ନିର୍ମ।ଣ କରିବା ପାଇଁ ଜାଗା ଚିହ୍ନଟ କରିବା ସହିତ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ।
ଭୋଇସାହିରେ ଶୌଚାଳୟ ନିର୍ମ।ଣ ଦାୟିତ୍ବ କେନ୍ଦ୍ରାପଡା ପୌରସଂସ୍ଥାକୁ ପ୍ରଦାନ କରାଯାଇଛି। ଶୌଚାଳୟ ସହିତ ଗାଧୁଆ ଘର ମଧ୍ୟ ନିର୍ମାଣ କରିବ ମ୍ୟୁନିସିପାଲିଟି। କେବଳ ସେତିକି ନୁହେଁ ସାହିରେ ନିଜସ୍ବ ଜାଗା ଥିବା ଲୋକମାନଙ୍କୁ ବ୍ୟକ୍ତିଗତ ଶୌଚାଳୟ ନିର୍ମ।ଣ ପାଇଁ ସ୍ବଛ ଭାରତ ଅଭିଯାନ ଅଧିନରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ।