‘ମୁଁ ବିଜେବିରେ ପଢିବାବେଳେ ଯାହାକୁ ଏକ ତରଫା ଭଲ ପାଉଥିଲି, ସେ ଖୁବ ଭଲ ପାଠ ପଢୁଥିଲେ ; ତାଙ୍କ ସମକକ୍ଷ ହେବାପାଇଁ ମୋତେ ବି ଖୁବ ପଢିବାକୁ ପଡୁଥିଲା’ : ଆଇପିଏସ ବସନ୍ତ ରଥ

Published By : Prameya-News7 Bureau | January 07, 2019 IST

ଭୁବନେଶ୍ବର ୭|୧: ବସନ୍ତକୁମାର ରଥ। ଓଡିଆ ଯୁବକ । ଜମ୍ମୁ କାଶ୍ମୀର କ୍ୟାଡରର ଆଇପିଏସ ଅଧିକାରୀ । ଏବେ ସେ ସେଠାର ଟ୍ରାଫିକ ଦାୟିତ୍ବରେ ଥିଲେ । ହେଲେ ତାଙ୍କ କାମ କରିବା ତରିକା କିନ୍ତୁ ଭିନ୍ନ ଥିଲା । ତାଙ୍କ ଦବଙ୍ଗ ଓ ସିଂଘମ ଷ୍ଟାଇଲକୁ ନେଇସମଗ୍ର ଦେଶରେ ବେଶ ଚର୍ଚ୍ଚା । ଚର୍ଚ୍ଚା ଯାହା ହେଉନା କାହିଁକି ତାଙ୍କ ଶୈଳୀ ଯୋଗୁଁ ଆସିଛି ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି । ଲୋକେ ମଧ୍ୟ ତାଙ୍କୁ କରିଛନ୍ତି ବେଶ ପସନ୍ଦ । ସେଲିବ୍ରିଟିଙ୍କ ଭଳି ସୋସିଆଲ ମିଡିଆରେ ବଢିଚାଲିଛି ତାଙ୍କ ଫ୍ୟାନ ଫଲୋୟର । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସେ ଆସିଥିଲେ ଭୁବନେଶ୍ବର । ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଇତିଶ୍ରୀ ନାଏକ ।

  ପ୍ରଶ୍ନ - ରିଲ ଲାଇଫର ହିରୋଙ୍କର ବହୁତ ଫ୍ୟାନ ଫଲୋୟର ଥାଆନ୍ତି, ଆପଣଙ୍କର ଅନେକ ଫ୍ୟାନ, ନିଜକୁ ହିରୋ ଭାବନ୍ତି କି ?

ଉତ୍ତର - ଏମିତି ମାନସିକତା ମୁଁ ପସନ୍ଦ କରେନାହିଁ | ମୋ କାମ ପାଇଁ ମୋତେ ଦରମା ମିଳୁଛି ଏବଂ ମୋର କାମ ହିଁ ଏଇଟା | ମୋର କାମକୁ ମୁଁ ଭାବୁଛି ସୁଚାରୁରୂପେ କରୁଛି |

{"id":71439}

ପ୍ରଶ୍ନ - ଜାମ୍ମୁକାଶ୍ମୀରରେ ଆପଣଙ୍କର କାମ କରିବାର ଯେଉଁ ଷ୍ଟାଇଲ ରହିଛି, ତାକୁ ନେଇ କେବଳ ପ୍ରଶଂସା ପାଇନାହାନ୍ତି | ଖୁବ ସମାଲୋଚିତ ମଧ୍ୟ ହୋଇଛନ୍ତି | ସେଇଟା କଣ ଆପଣ ଜାଣିଶୁଣି କରନ୍ତି ?

ଉତ୍ତର - ମୋ କାମ କରିବାର ଶୈଳୀ ଟିକେ ଅଲଗା ଏବଂ ଏଥିପାଇଁ ଅନ୍ୟମାନେ କାହିଁକି ମୋତେ ଅଲଗା ଭାବେ ବିଚାର କରିବେ | ମୁଁ ଯାହାବି କରେ ଆଇନ ଅନୁଯାୟୀ ହିଁ କରେ |

ପ୍ରଶ୍ନ - ଜାଣିଶୁଣି ଆପଣ କଣ ନିଷ୍ପତ୍ତି ନେଇଥିଲେ, ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ଜଣେ ଅଫିସରକୁ ରାସ୍ତାକୁ ଓହ୍ଲାଇବାକୁ ପଡିବ ?

ଉତ୍ତର - ନିଜେ ଆପଣ ଯେତେବେଳେ ବ୍ୟବସ୍ଥା ଭିତରେ ନପଶିବେ, ନିଜେ ଆଖିରେ ନଦେଖିବେ କଣ ଚାଲିଛି, ତାହେଲେ ଆପଣଙ୍କ ପଛ ପାଖରେ କଣ ଚାଲୁଛି, କେମିତି ଜାଣିବେ- ଏଥିପାଇଁ ମୁଁ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରେ | ମୁଁ ଯଦି ୟୁନିଫର୍ମ, ଅଫିସ ଗାଡି, ମୋ ଚାମ୍ବର ଭିତରେ ରହିଁବିନି, ତେବେ ଲୋକଙ୍କ ସମସ୍ୟା କଥା କେମିତି ଜାଣିବି ?

{"id":71440}

ପ୍ରଶ୍ନ - ଏଇଟା କଣ ଗୋଟେ କାରଣ ଯେଉଁଥିପାଇଁ ଆପଣଙ୍କୁ କେବେ ବି ୟୁନିଫର୍ମରେ ଦେଖିବାକୁ ମିଳେନି ?

ଉତ୍ତର - ଆପଣ ଯଦି ସବୁବେଳେ ୟୁନିଫର୍ମରେ ଥିବେ ତେବେ ଅନେକ କିଛି ଆପଣ କରି ପାରିବେନି | ମୋ କାମର ଶୈଳୀ ଓ ମୋ ୟୁନିଫର୍ମ ଏକା ସାଙ୍ଗରେ ଯାଇପାରିବନାହିଁ |

ପ୍ରଶ୍ନ - ଆପଣଙ୍କ ନାଁରେ ଅଭିଯୋଗ ବି ବହୁତ ରହିଛି | ରାସ୍ତାରେ କାହାକୁ ଚାପୁଡ଼ା ମରିଲେଣି ତ ଗରିବ ଗୁରୁବାଙ୍କ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ବି ? ଏହା ବହୁତ ଦ୍ଵନ୍ଦ୍ବ ଆପଣଙ୍କ ଭିତରେ ଥିବାର ସୂଚାଉଛି କି ?

ଉତ୍ତର - ମୁଁ ଖୁବ ଗରିବ ପରିବାରରୁ ଆସିଛି | ଯଦି ମୁଁ ଗରିବୀ କଣ ବୁଝିନି ତେବେ ତ କେହି ବି ବୁଝି ପାରିବନି | କିନ୍ତୁ ତାର ଅର୍ଥ ନୁହେଁ ଯେ ଆପଣ କିଛି ବି କହି ପାରିବେ | ମୋର ବି ଭୁଲ ହୋଇଛି | କିଛି କ୍ଷେତ୍ରରେ କିନ୍ତୁ ମୁଁ କାମ କରି ଦେଖାଇଛି |

{"id":71441}

ପ୍ରଶ୍ନ - ବସନ୍ତ ରଥଙ୍କର ବି ଭୁଲ ହୁଏ, ମାନନ୍ତି ତ ?

ଉତ୍ତର - ନିଶ୍ଚୟ ମୋର ଭୁଲ ହୋଇଛି ଏବଂ ମୁଁ ମାନୁଛି |

ପ୍ରଶ୍ନ - ୟା ଭିତରେ ପରିପକ୍ଵ ହୋଇ ଯାଇଛନ୍ତି ?

ଉତ୍ତର - ମୋ ଚାକିରୀ, ମୋ କାମ ମୋତେ ଭଲ ମଣିଷ କରିଦେଇଛି |

ପ୍ରଶ୍ନ - ଶ୍ରୀନଗରରେ ଆପଣଙ୍କ ଭଲ କାମ ବଦଳରେ ଆପଣଙ୍କୁ ବଦଳି କରିଦିଆଯାଇଛି, ଦଣ୍ଡ ମିଳିଛି ?

{"id":71442}

ଉତ୍ତର - ବଦଳି ମୋ ପାଇଁ ଦଣ୍ଡ ନୁହେଁ | ମୁଁ ଯେଉଁଠି କାମ କଲେବି ଲୋକଙ୍କ ସହ ରହିବି |

ପ୍ରଶ୍ନ - କାମରେ ବଦଳି କେତେବେଳେ ବାଧା ଆଣିବ କି ? ଉତ୍ସାହରେ କେବେ ଭଟ୍ଟା ପକାଇବ କି ?

ଉତ୍ତର - ମୋ ଚମ ଖୁବ ମୋଟା | ମୋତେ ଏଗୁଡ଼ାକିଛି ଫରକ ପଡ଼େନି |

{"id":71443}

ପ୍ରଶ୍ନ - ଆପଣ ସବୁବେଳେ କୁହନ୍ତି ସ୍ତ୍ରୀଲୋକମାନେ ସାଧାରଣ ପରିବହନରେ ଅସୁବିଧା ନ ଭୋଗନ୍ତୁ | ଲିଙ୍ଗଗତ ସମାନତାକୁ ଆପଣ ଗ୍ରହଣ କରନ୍ତି କି ?

ଉତ୍ତର - ଯଦି ଆପଣ ଲୋକ ସଂଖ୍ୟାର ଅଧା ଥିବା ମହିଳାମାନଙ୍କ ପାଇଁ ଆମ ସାଧାରଣ ପରିବହନ ସୁରକ୍ଷିତ ନୁହେଁ ତେବେ କେମିତି ଭାବିବା ଆମ ଦେଶରେ ସେମାନେ ସୁରକ୍ଷିତ |

ପ୍ରଶ୍ନ - ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ କେମିତି ଦେଖୁଛନ୍ତି ?

{"id":71444}

ଉତ୍ତର - ବହୁତ କିଛି ଭଲ କରିହେବ | ସେଥିପାଇଁ ସବୁଠୁ ଅଧିକ ଇଛା ଶକ୍ତି ପ୍ରଶାସନିକ ସ୍ଥରରେ ଦରକାର |

ପ୍ରଶ୍ନ - ସିଂହମ କୁହାଗଲେ ଆପଣ ଖୁସି କି ?

ଉତ୍ତର - ମୋ ବୋଉ ମୋ ନାଁ ବସନ୍ତ ରଖିଥିଲେ | ମୋ ନାଁ ମୋତେ ଖୁବ ପସନ୍ଦ | ସିଂହମ ନାଁ ଆକ୍ରମଣାତ୍ମକ ଦର୍ଶାଉଛି | ଆଉ ମୁଁ ବିଲକୁଲ ତା ନୁହେଁ | ସେଥିପାଇଁ ଲୋକେ ମୋତେ ଭଲପାଆନ୍ତି |

ପ୍ରଶ୍ନ - ଆପଣ ଖୁବ ଲୋକପ୍ରିୟ, ତେବେ ରାଜନୀତି କି ଆସିବେ କି ?

ଉତ୍ତର - ମୁଁ ଏକଥା ମାନେନି | କିଛି କରିବାକୁ ହେଲେ କେବଳ ରାଜନୀତି ଦ୍ୱାରା ହିଁ କରିହେବ |

ପ୍ରଶ୍ନ - ରାଜନୀତିକୁ ଘୃଣା କରନ୍ତିନି କିନ୍ତୁ ରାଜନେତାଙ୍କୁ କରନ୍ତି, କାହଁକି ?

{"id":71445}

ଉତ୍ତର - ବିଲକୁଲ ନୁହେଁ | ମୁଁ ଆଜି ଯାହାକିଛି ବି କରିପାରଛି ତା କେବଳ କିଛି ରାଜନେତାଙ୍କ ପାଇଁ ହିଁ ସମ୍ଭବ ହୋଇଛି | ଉମର ଅବଦୁଲ୍ଲା ମୋତେ ଆଖି ବୁଜି ବିଶ୍ୱାସ କରନ୍ତି |

ପ୍ରଶ୍ନ - ୧୦, ୨୦ ବର୍ଷ ପରେ ଆମେ ଆପଣଙ୍କୁ କେମିତି ଦେଖିବୁ ?

ଉତ୍ତର - ମୁଁ ବହୁତ ଲେଖୁଥିବି ଆଉ ଲୋକପ୍ରିୟ ଲେଖକ ହୋଇଯାଇଥିବି |

ପ୍ରଶ୍ନ - ଆପଣ ଖୁବ ସେଣ୍ଟିମେଣ୍ଟାଲ ?

ଉତ୍ତର - ହଁ ଖୁବ | ମୁଁ ବିଜେବିରେ ପଢିବାବେଳେ ଯାହାକୁ ଏକା ତରଫା ଭାବେ ଭଲ ପାଉଥିଲି, ସେ ଖୁବ ଭଲ ପାଠ ପଢୁଥିଲେ | ତେଣୁ ତାଙ୍କ ସମକକ୍ଷ ହେବାପାଇଁ ମୋତେ ବି ଖୁବ ପଢିବାକୁ ପଡୁଥିଲା |

ପ୍ରଶ୍ନ - ସାନ ବେଳୁ ସବୁଠୁ ବେଶୀ କଣ ଚାହୁଁଥିଲେ ?

ଉତ୍ତର - ସବୁବେଳେ ଚାହୁଁଥିଲି ମୋ ମା ମୋତେ ଯେମିତି ଦେଖିବାକୁ ଚାହୁଁଛନ୍ତି,, ସେମିତି ହେବାକୁ |

ପ୍ରଶ୍ନ - ଜନ୍ମ ଭୂମି ପାଇଁ ଆପଣଙ୍କର କିଛି ଉତ୍ତର ଦାୟିତ୍ୱ ଅଛି ବୋଲି ମାନନ୍ତି କି ?

ଉତ୍ତର - ଓଡିଶାର ପୁଅ ହୋଇ ଜାମ୍ମୁକାଶ୍ମୀର ମାଟିରେ କିଛି କରିପାରୁଛି | ସେୟା ବଡ କଥା |

{"id":71446}

ପ୍ରଶ୍ନ - କେବେ ଭୟ କରନ୍ତି କି ?

ଉତ୍ତର - କରେ, ଇଞ୍ଜେକ୍ସନକୁ, ସିରିଂଜକୁ, ସ୍ପିଡ଼ ଡ୍ରାଇଭିଙ୍ଗ କୁ ଭୟ କରେ |

ପ୍ରଶ୍ନ - ମୃତ୍ୟୁ ପର୍ଯ୍ୟନ୍ତ କଣ ମନେ ରହିବ ?

ମୋ ମା ଭୋକିଲା ରୁହନ୍ତି, ଆମକୁ ଖାଇବାକୁ ଦେବା ପାଇଁ | ଏକଥା ସେସାଯାଏଁ ମନେ ରହିବ |

ପ୍ରଶ୍ନ - ଯେତେବେଳେ ଏକୁଟିଆ ଲାଗେ କଣ କରନ୍ତି ?

ମୁଁ ବହୁତ ପଢେ ଆଉ ଲେଖେ ମଧ୍ୟ | ଯେତେବେଳେ ଏକୁଟିଆ ଲାଗିବ ସେତେବେଳେ କାଶ୍ମୀରବାସୀଙ୍କ ପାଇଁ କିଛି କରିବାକୁ ଚାହିଁବି |

{"id":71447}

ପ୍ରଶ୍ନ - ମା'ଙ୍କୁ ସମ୍ମାନ ଦିଅନ୍ତି, ଭଲ ପାଆନ୍ତି, କିନ୍ତୁ ଓଡ଼ିଆରେ କହୁନାହାନ୍ତି ?

ଉତ୍ତର - ମୁଁ ଓଡ଼ିଆରେ ଏତେ ଭଲ ମୁହେଁ | ମୋ ପାଟି ଲାଗେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.