ଜେଲ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀର 'ହାପି ଦଶହରା' ଶୁଭେଚ୍ଛା- ନ୍ୟୁଜ7ର ମହାପ୍ରଭାବ, ଚୌଦ୍ବାର ଜେଲରୁ ଅପରାଧୀଙ୍କ ଫଟୋ ଭାଇରାଲ ଘଟଣାର ହେବ ତଦନ୍ତ

Published By : Prameya-News7 Bureau | October 13, 2019 IST

କଟକ - ନ୍ୟୁଜ ସେଭେନର ମହାପ୍ରଭାବ । ଚୌଦ୍ବାର ଜେଲରୁ ଅପରାଧୀଙ୍କ ଫଟୋ ଭାଇରାଲ ଘଟଣାର ହେବ ତଦନ୍ତ । ସୋସିଆଲ ମିଡିଆରେ ଚୌଦ୍ବାର ଜେଲ୍ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀ ଦଶହରା ଶୁଭେଚ୍ଛା ଦେବାର ଖବର ନ୍ୟୁଜ୍ ସେଭେନରେ ପ୍ରସାରଣ ହେବା ପରେ ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ସତ୍ୟଜିତ ମହାନ୍ତି । ପୂଜା ପୂର୍ବରୁ କଟକ ଜିଲ୍ଲାପାଳ, ପୋଲିସ କମିଶନର ଓ ଡିସିପି ଜେଲ୍ ପରିଦର୍ଶନ କରିବା ସତ୍ତ୍ବେ, ଅପରାଧୀ କିଭଳି ଭାବେ ଜେଲ୍ ଭିତରେ ଖୁଲମଖୁଲା ଆଣ୍ଡ୍ରଏଡ୍ ଫୋନ ବ୍ୟବହାର କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।…

{"id":169714}

ହାପି ଦଶହରା । ଜେଲ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀର ଦଶହରା ଶୁଭେଚ୍ଛା ।ତାହା ପୁଣି ସୋସିଆଲ ମିଡିଆରେ । ଗତ ଦଶହରା ଦିନ ଦୁର୍ଦ୍ଦାନ୍ତ ଅପରାଧୀ କଟକର ରାଜା ବସ୍ତିଆ, ଡିକ୍ ରାହୁଲ ନାମକ ଫେସ ବୁକ ଆକାଉଣ୍ଟରେ ଏହି ଶୁଭେଚ୍ଛା ଜଣାଇଛି। ଏହାସହ ୧୨ଟି ଫଟୋ ମଧ୍ୟ ଅପଲୋଡ୍ କରିଛି ।ଏହି ଫଟୋରେ ରାଜା ସହ ରହିଛି ବୋମା ମାଡ କରି ଲାଲବାଗ ଥାନା ପୋଲିସ ଦ୍ବାରା ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରା ।

{"id":169715}

ଗତ ଜୁଲାଇ ମାସରୁ ଫେଜଟୁ ଥାନା ପୋଲିସ ଦ୍ବାରା ଗିରଫ ହୋଇ ରାଜା ବସ୍ତିଆ ଜେଲରେ ରହିଥିବା ବେଳେ ଅଗଷ୍ଟ ମାସରେ ହାଡିଆ ଗିରଫ ହୋଇ ଜେଲରେ ରହିଛି। ଜେଲ୍ ଭିତରୁ ଫେସବୁକରେ ଅପରାଧୀ ଏଭଳି ଶୁଭେଚ୍ଛା ଜଣାଇବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ଜେଲ୍ ଭିତରେ ଚାଲିଛି କଣ ।  ଅପରାଧୀଙ୍କ ହାତକୁ ଆଣ୍ଡ୍ରଏଡ ମୋବାଇଲ ଆସିଲା କେମିତି ।

{"id":169716}

ଅପରାଧୀ-ଜେଲ୍ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ନେଇ ପୂର୍ବରୁ ମଧ୍ୟ ଅନେକ ଥର ପ୍ରଶ୍ନ ଉଠିଛି । ତେବେ ଜେଲ୍ ଅଧୀକ୍ଷକଙ୍କ କହିବା ଦଶହରା ସମୟରେ ପୂଜା ଚାଲିଥିବାରୁ କୌଣସି ଷ୍ଟାଫ୍ ଫଟୋ ଉଠାଇଥାଇ ପାରନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜେଲ୍ ଡିଜି।…  

{"id":169717}

ପୂଜା ପୂର୍ବରୁ କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି ଜେଲ୍ ପରିଦର୍ଶନ କରିଥିଲେ । ହେଲେ ଜେଲ୍ ଭିତରେ ଅପରାଧୀ ଯେଭଳି ବେଧଡକ ଭାବେ ବେଆଇନ କାର୍ଯ୍ୟ ଚଳାଇଛନ୍ତି ତାକୁ ଦେଖିବା ପରେ ଲାଗୁଛି ତାର ପ୍ରଭାବ ଅପରାଧୀ ଏବଂ ଜେଲ କର୍ମଚାରୀଙ୍କ ଉପରେ ଆଦୌ ପଡ଼ିନି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.