ନିଉଜ୍ ସେଭେନ୍‌ର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବ: ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ନିଉଜ୍ ସେଭେନ୍‌କୁ ସ୍ୱତନ୍ତ୍ର ପରିଚୟ ଦେଇଛି

Published By : Prameya-News7 Bureau | December 16, 2020 IST

ଭୁବନେଶ୍ୱର ୧୬/୧୨ : ସତ୍ୟ, ନିର୍ଭିକ, ନିରପେକ୍ଷ। ଲୋକଙ୍କ ସହ ରହିଛି ଅପହଞ୍ଚ ଇଲାକାର ଖବର ଲୋକଲୋଚନାକୁ ଆଣିଛି। ଯେଉଁଠି କେହି ନଥାନ୍ତି ସେଠାରେ ପହଂଚିଥାଏ ନିଉଜ ସେଭେନ। ସେଥିପାଇଁ ଲୋକଙ୍କ ନଜରରେ ନିଉଜ ସେଭେନ ନମ୍ବର-୧। ରାଜ୍ୟର ଅନ୍ୟତମ ଅଗ୍ରଣୀ ନିଉଜ ଚାନେଲ ନିଉଜ ସେଭେନ ଟିଭିର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବରେ ଏହି ମତ ରଖିଛନ୍ତି ପ୍ରମେୟ ନିଉଜ ସେଭେନର ଗ୍ରୁପ ଏଡିଟର୍ ତଥା କାର୍ଯ୍ୟକାରୀ ସମ୍ପାଦକ ଏବଂ ଅନ୍ୟ ଅତିଥିମାନେ। ଭୁବନେଶ୍ୱର ସ୍ଥିତ ନିଉଜ ସେଭେନର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବରେ ଅତିଥି ପ୍ରମେୟ ନିଉଜ ସେଭେନ ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ, କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠି ଆନୁଷ୍ଠାନିକ ଭାବେ କେକ କାଟି ଅନୁଷ୍ଠାନର ଏହି ୬ ବର୍ଷ ଯାତ୍ରାର ସ୍ମୃତି ଚାରଣ କରିଥିଲେ। କୋଭିଡ ଜନିତ ଅସାଧାରଣ ପରିସ୍ଥିତି କାରଣରୁ ନିଉଜ ସେଭେନ ମୁଖ୍ୟାଳୟରେ ନିରାଡମ୍ବର ଭାବେ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।

{"id":378224,"sizeSlug":"large","linkDestination":"none"}

ସପ୍ତମ ବର୍ଷରେ ପଦାର୍ପଣ କରିଥିବା ନିଉଜ ସେଭେନ ନିଚ୍ଛକ ଏବଂ ନିରପେକ୍ଷ ଖବର ପ୍ରସାରଣ ସହ ସମାଜର ଅସହାୟ ଓ ଅବହେଳିତଙ୍କ ଅବସ୍ଥାକୁ ଖବର ଭାବେ ଲୋକଲୋଚନକୁ ଆଣିବାରେ ଜାରି ରଖିଥିବା ପ୍ରୟାସକୁ ଲୋକଙ୍କ ସ୍ୱୀକୃତି ମିଳିଛି। ଖବର ସହ ଅସହାୟଙ୍କ ପାଖରେ ସହାୟତାର ସୁଯୋଗ ପହଞ୍ଚାଇ ନିଉଜ ସେଭେନ ଏକ ଉତ୍ତରଦାୟୀ ଗଣମାଧ୍ୟମ ଭାବେ ତାର ଭୂମିକା ନିଭାଇଛି। ଯାହାକି ତାକୁ କେବଳ ଲୋକପ୍ରିୟତା ଦେଇନି ବରଂ ଲୋକଙ୍କ ନଜରରେ ନମ୍ବର-୧ କରିଛି। ବିଶେଷକରି ଲୋକଙ୍କ ପାଇଁ-ଲୋକଙ୍କ ପସନ୍ଦକୁ ଗୁରୁତ୍ତ୍ଵ, ଆଭିମୁଖ୍ୟ ନିଉଜ ସେଭେନକୁ ଆଗରେ ରଖିଛି ବୋଲି କହିଥିଲେ ଗ୍ରୁପ ଏଡିଟର୍। ଲୋକଙ୍କ ସମସ୍ୟା ଏବଂ ଅସୁବିଧାର ଖବର ଆମକୁ ଅଧିକ ପସନ୍ଦ ଏବଂ ଆଦୃତି ଦେଇଛି ବୋଲି କାର୍ଯ୍ୟକାରୀ ସମ୍ପାଦକ କହିଥିଲେ। 

{"id":378227,"sizeSlug":"large","linkDestination":"none"}

ଏକ ଅଭିନବ ତଥା ଗ୍ରହଣୀୟ ଢଙ୍ଗରେ ଖବର ପ୍ରସାରଣ କରି ଦର୍ଶକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାର କରିପାରିଥିବା ନିଉଜ ସେଭେନର ୬ ବର୍ଷ ଯାତ୍ରା, ସଂଘର୍ଷ ଓ ସଫଳତା ଦେଇଛି। ଏକ ପରିବାର ଭାବେ ନିଉଜ ସେଭେନର ପ୍ରତିଟି ବିଭାଗ ନିଜ ନିଜ ଭୂମିକା ତୁଲାଇଥିବାରୁ ଏହି ଅବସରରେ ଫିଲ୍ଡ ଏବଂ ଇନହାଉସର ସମସ୍ତ ସଦସ୍ୟଙ୍କୁ ତଥା କର୍ମଚାରୀଙ୍କୁ ସିଇଓ ସୁନୀଲ ଦାସ ଧନ୍ୟବାଦ ଦେଇଥିଲେ ଏବଂ ଆଗକୁ ଏହି ନିଷ୍ଠା ଓ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ନିଉଜର କନ୍ସଲଟିଙ୍ଗ ଏଡିଟର(ଡିଜିଟାଲ) ସୁବ୍ରତ ଦାସ, ପ୍ରମେୟ ଏବଂ ନିଉଜ ସେଭେନ ପୋର୍ଟାଲ ହେଡ଼ ଅମରେଶ ଦାସ, ନିଉଜ ସେଭେନ ବ୍ୟୁରୋ ହେଡ଼ ସୁକାନ୍ତ ରାଉତରାୟ, ଏଚଆର ମ୍ୟାନେଜର ପିନାକୀ ରାୟ, ସେଲ୍ସ ହେଡ଼ ସିଦ୍ଧାର୍ଥ ରାୟ ଏବଂ ନିଉଜ ସେଭେନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.