Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବଳତ୍କାର ଅଭିଯୋଗରେ ଗିରଫ ହେଲେ ନାଗିନ୍ ୩ ଫେମ୍ ପର୍ଲ ଭି ପୁରୀ

5/06/2021 at 11:17 AM

ମୁମ୍ବାଇ ୦୫/୦୬: ଗତ କିଛି ଦିନ ହେବ ଟିଭି ଇଣ୍ଡଷ୍ଟ୍ରିରେ ଅଶାନ୍ତି ଦେଖାଦେଇଛି । ପ୍ରଥମେ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ କରନ ମେହେରାଙ୍କ ଉପରେ ତାଙ୍କ ପତ୍ନୀ ନିଶା ରାୱଲ ମାରପିଟର ଅଭିଯୋଗ ଲଗାଇଥିଲେ । ବର୍ତ୍ତମାନ ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ସମସ୍ୟା ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି । ପର୍ଲ ଭି ପୁରୀଙ୍କୁ ପୋଲିସ ଗିରଫ କରିଛି । ଅଭିନେତା ବେପନହା ପ୍ୟାର, ବ୍ରହ୍ମରାକ୍ଷାସ ୨ ଏବଂ ନାଗିନ୍ ୩ ଭଳି ଅନେକ ସିରିଏଲରେ ଅଭିନୟ କରିଛନ୍ତି ।

Pearl V Puri: Pearl V. Puri: Used to stand outside coaching class to nab  eveteasers - Times of India

ବଳାତ୍କାର ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଏହି ଅଭିନେତାଙ୍କ ଉପରେ ଜଣେ ମହିଳା ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି । ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଛି । ପର୍ଲ ଭି ପୁରୀ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି । ତେବେ ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ପର୍ଲ ଭି ୨୦୧୩ ରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୧୩ ରେ ସେ ଟିଭି ସିରିଏଲ ‘ଦିଲ କି ନଜର ସେ ଖୁବ୍ ସୁରତ୍’ ରୁ ଡେବ୍ୟୁ କରିଥିଲେ । ତେବେ ସେ ‘ଫିର ଭି ନା ମାନେ ବଦତମିଜ ଦିଲ’ ରେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ । ଏହା ପରେ ତାଙ୍କୁ ନାଗାର୍ଜୁନ ଏକ ଯୋଦ୍ଧା’, ‘ବେପନହା ପ୍ୟାର’, ‘ନାଗିନ୍’ ଏବଂ ‘ ବ୍ରହ୍ମରାକ୍ଷାସ ୨ ‘ଭଳି ଅନେକ ସିରିଏଲରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ପର୍ଲ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି ।

   Related Posts