Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବନ୍ଦ ହେବାକୁ ଯାଉଛି Yes Bankର ୫୦ ଶାଖା, କମିପାରେ ଏଟିଏମ୍‌ ସଂଖ୍ୟା

27/10/2020 at 10:19 AM

ନୂଆଦିଲ୍ଲୀ ୨୭/୧୦: ୟେସ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ବପୂଣ୍ଣ କଥା। ବ୍ୟାଙ୍କ ଖର୍ଚ କମ୍ କରିବା ନେଇ ପ୍ରସ୍ତୁତ ଚଳାଇଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ତା’ର କିଛି ଶାଖାକୁ ବନ୍ଦ କରିବାକୁ ଯାଉଛି। ଏହା ସହ କିଛି ଏଟିଏମ ମଧ୍ୟ ବନ୍ଦ ହେବ। ବ୍ୟାଙ୍କ ତା ପରିଚାଳନା ଖର୍ଚରେ ୨୦ ପ୍ରତିଶତ କମ୍ କରିବା ପ୍ରସ୍ତୁତି ଚଳାଇଛି।

ଏବେ ୟେସ ବ୍ୟାଙ୍କ ତାର ୫୦ଟି ବ୍ରାଞ୍ଚ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଛି। ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୦-୨୧ରେ ଅପସନାଲ ଖର୍ଚକୁ କମ୍ କରିବା ଉଦ୍ଦେଶ୍ୟରେ ୫୦ ଶାଖାକୁ ବନ୍ଦ କରିବାର ପ୍ରସ୍ତୁତି ଚଳାଇଛି।

ବ୍ୟାଙ୍କ ତାର ୫୦ ଶାଖା ବନ୍ଦ କରିବା ସହ କିଛି ଏଟିଏମ ସଂଖ୍ୟାକୁ ସୁସଙ୍ଗତ କରିବା ଚିନ୍ତା କରୁଛି। ୟେସ ବ୍ୟାଙ୍କର ନୂଆ ସିଇଓ ପ୍ରଶାନ୍ତ କୁମାର କହିଛନ୍ତି ବ୍ୟାଙ୍କ ଖର୍ଚରେ କୌଣସି ନିୟନ୍ତ୍ରଣ ନାହିଁ। ବ୍ୟାଙ୍କ ତାର ପରିଚାଳନା ଖର୍ଚ କମ୍ କରିବା ପାଇଁ କ୍ରମାଗତ ଚେଷ୍ଟା ଚଳାଇଛି। ବ୍ୟାଙ୍କର ବଡ଼ ବଡ଼ ଋଣଦାତା କୋର୍ଟର ଦ୍ବାରସ୍ଥ ହେଉଛନ୍ତି। ଯେଉଁଥିପାଇଁ ବ୍ୟାଙ୍କକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ବ୍ୟାଙ୍କର ୧୦୦ ଶାଖା ଭଡ଼ାରେ ରହିଛି। ଯାହାର ଭଡ଼ାକୁ ନେଇ ଏବେ ବିଚାର ବିମର୍ଶ ଚାଲିଛି। ଏହା ସହ ​‌ୟେସ୍‌ ବ୍ୟାଙ୍କର ଏଟିଏମ ସଂଖ୍ୟାକୁ ସୁସଙ୍ଗତ କରାଯାଉଛି। ବ୍ୟାଙ୍କ ପରିଚାଳନା ଶୁକ୍ଳ କମ୍ କରିବା ପାଇଁ କର୍ମଚାରୀଙ୍କୁ ଆବଶ୍ୟକତା ଅନୁସାରେ ନୂଆ କାମରେ ନିଯୁକ୍ତ କରାଯାଉଛି।

   Related Posts