Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ଲାଗୁ ହେଲା ନୂଆ ଟ୍ରାଫିକ ନିୟମ, ୧୦ ଗୁଣା ଜୋରିମାନା

1/09/2019 at 4:12 PM

ନୂଆଦିଲ୍ଲୀ- ସେପ୍ଟେମ୍ବର ଏକ ତାରିଖ ଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ିବ ।

 ଦ୍ରୁତ ଗତିରେ ଗାଡି ଚଳାଇଲେ ୪ଶହ ବଦଳରେ ଏଣିକି ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଯାତ୍ରୀବାହୀ ଗାଡି ଦ୍ରୁତ ଗତିରେ ଚଳାଇଲେ ଜରିମାନା ୪ ହଜାର ଟଙ୍କା । ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ଜରିମାନା ୧୦ ହଜାର ଟଙ୍କା । ଟ୍ରାଫିକ ସିଗ୍ନାଲ ନମାନିଲେ ଜରିମାନା ୧୦ ହଜାର ଟଙ୍କା । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ନୋ ଓଭରଟେକିଂ ଜୋନରେ ଓଭରଟେକିଂ କଲେ ଜରିମାନା ୧୦ ହଜାର ଟଙ୍କା, କାରରେ ସିଟ୍ ବେଲ୍ଟ ନବାନ୍ଧିଲେ ୧ଜହାର ଟଙ୍କାର ଜରିମାନ ଲାଗିବ ।

୧୪ ବର୍ଷରୁ ସାନ ପିଲାଙ୍କୁ ସେଫଟି ବେଲ୍ଟ ନବାନ୍ଧି ନେଲେ ହଜାରେ ଟଙ୍କା ଫାଇନ ଗଣିବେ ।  ବାଇକରେ ୨ରୁ ଅଧିକ ଲୋକ ବସିଲେ, ବାଇକ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ୍ ନପିନ୍ଧିଲେ ହଜାରେ ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ପଡିବ । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡିକୁ ସାଇଡ୍ ନଦେଲେ ୧୦ ହଜାର ଟଙ୍କା ଏବଂ ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ।

   Related Posts