ନ୍ୟୁଜ୍ ସେଭେନ ପ୍ରାୟୋଜିତ “ ସର୍ଟଫିଲ୍ମ ସୋ କେସ୍ ୨୦୨୦” ଟ୍ରଫି ଉନ୍ମୋଚିତ

Published By : Prameya-News7 Bureau | February 18, 2020 IST

ଭୁବନେଶ୍ବର ୧୮।୦୨- ଗଣମାଧ୍ୟମ ଜଗତରେ ପରିଚିତି ସହ ସୁଦୃଢ  ସ୍ଥିତି ଜାହିର କରିଥିବା ଦୁଇ ପ୍ରମୂଖ ଗଣମାଧ୍ୟମ  ପ୍ରମେୟ ଏବଂ ନ୍ୟୁଜ୍‌ ସେଭେନର ପୃଷ୍ଠପୋଷକ ସୁମା ରିଅଲ ମିଡିଆ  ମନୋରଞ୍ଜନ  କ୍ଷେତ୍ରରେ ଏକ ନୂତନ ତଥା ଅନନ୍ୟ ଅଧ୍ୟାୟର ଶୁଭାରମ୍ଭ କରିଛି । ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ଯୁବ ଏବଂ ଉତ୍ସାହୀ ସୃଜନଶୀଳତାକୁ  ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏକ ନୂଆ ପ୍ରୟାସ “ ସୋ କେଶ୍ ୨୦୨୦ “ ର ଭିତ୍ତି ସ୍ଥାପନ କରାଯାଇଛି । ଏହା ଏକ କ୍ଷୁଦ୍ର ଫିଲ୍ମ ପ୍ରତିଯୋଗୀତା ଯାହା କି ଯୁବ ସୃଜନଶୀଳ ତଥା ଉତ୍ସାହୀ  ଫିଲ୍ମ ନିର୍ମାତା, ଲେଖକ ତଥା ସେଥି ସହ ଜଡିତ ଯୁବ ପୀଢିଙ୍କ ଲାଗି ଉଦ୍ଦିଷ୍ଟ । ମଙ୍ଗଳବାର ନ୍ୟୁଜ୍‌ ସେଭେନ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ  “ସୋ କେଶ୍ ୨୦୨୦ “ର ଟ୍ରଫି ଉନ୍ମୋଚିତ ହୋଇଛି ।

{"id":226048,"sizeSlug":"large"}

ସୁମା ରିଅଲ ମିଡିଆ ପ୍ରାୟୋଜୀତ  “ସୋ କେଶ୍ ୨୦୨୦ “ ଏକ କ୍ଷୁଦ୍ର ଫିଲ୍ମ ପ୍ରତିଯୋଗିତା । ଏଥିରେ କିଛି ନିର୍ଦ୍ଦିଷ୍ଟ ନୀତି, ନିୟମ ଏବଂ ଯୋଗ୍ୟତା ମାନଦଣ୍ଡରେ କ୍ଷୁଦ୍ର ସିନେମାକୁ ସ୍ଥାନ ଦିଆଯିବ । ସେହି ନିୟମାନୁସାରେ ଫିଲ୍ମ ଗୁଡିକର ସମୟ ଅବଧି ସର୍ବାଧିକ ୧୨ ମିନିଟ ବା ତାଠାରୁ କମ୍ ହୋଇଥିବା ଆବଶ୍ୟକ । ସିନେମାଟି ନିର୍ମାତାଙ୍କ ମୌଳିକ କାହାଣୀ ହୋଇଥିବ, ତାହା ହିଂସା , ବିଭେଦ ବା ସାମାଜିକ ଭେଦଭାବକୁ ପ୍ରୋତ୍ସାହୀତ କରୁଥିବା ବିଷୟବସ୍ତୁ ହୋଇନଥିବ । ତାହା ପୂର୍ବରୁ କୌଣସି ସାମାଜିକ ଗଣମାଧ୍ୟମ ବା ସେଭଳି କୌଣସି ପ୍ଲାଟଫର୍ମ ବା ସିନେ ଶିଳ୍ପ ସହ ଜଡିତ କୌଣସି ମାଧ୍ୟମରେ ପ୍ରଦର୍ଶୀତ ହୋଇନଥିବ। ନିର୍ମାତା ବା ପ୍ରତିଯୋଗୀଙ୍କ ବୟସ ୧୫ ବର୍ଷରୁ ୪୦ ବର୍ଷ ବର୍ଗରେ ହୋଇଥିବା ଆବଶ୍ୟକ ।

{"id":226049,"sizeSlug":"large"}

ସର୍ଟ ଫିଲ୍ମ ମେକରଙ୍କ ସହିତ, ଭିଡିଓ ଗ୍ରାଫର, ଏଡିଟିଂ ସହ ଜଡିତ ଯୁବ ପ୍ରତିଭା ମଧ୍ୟ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ । ଏହାସହ  ଯୁବ ପ୍ରତିଭାଙ୍କ ଭଲ କନସେପ୍ଟ, ସ୍କ୍ରିନ୍ ପ୍ଲେ କୁ ମଧ୍ୟ ଏହି ପ୍ରତିଯୋଗୀତାରେ ପ୍ରୋତ୍ସାହୀତ କରାଯିବ । ଓଡ଼ିଆ ସହ ଅନ୍ୟ ଭାଷାର ସର୍ଟ ଫିଲ୍ମକୁ ମଧ୍ୟ ଏହି ପ୍ରତିଯୋଗୀତାରେ ସ୍ଥାନ ଦିଆଯିବ, ତେବେ ତାହା ଓଡ଼ିଆ ସବ୍‌ଟାଇଟେଲ ସହ ଆସିଥିବା ଦରକାର ।ମନୋନୀତ ସମସ୍ତ ଫିଲ୍ମକୁ ନ୍ୟୁଜ୍‌ ସେଭେନ ଟେଲିଭିଜନ ଏବଂ ସୁମା ରିଅଲ ମିଡିଆ ପରିଚାଳିତ ସମସ୍ତ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ଓ ପ୍ରଦର୍ଶୀତ କରାଯିବ ।

{"id":226050,"sizeSlug":"large"}

 ସବୁଠାରୁ ବଡ଼ କଥାଟି ହେଲା ଏହି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ତିନିଟି ଶ୍ରେଷ୍ଠ ଚଳଚ୍ଚିତ୍ର ସହ ବିଭିନ୍ନ ବର୍ଗରେ କୃତି ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ତେବେ ତାହା ଦର୍ଶକଙ୍କ ପସନ୍ଦ ବା ବିଚାର ଭିତ୍ତିରେ ହିଁ ମନୋନୀତ କରାଯିବ । “ସୋ କେଶ୍ ୨୦୨୦ “ ରେ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ରକୁ ୫୦ ହଜାର ଟଙ୍କା, ଦ୍ବିତୀୟକୁ ୩୦ ହଜାର ଏବଂ ତୃତୀୟ ଚଳଚ୍ଚିତ୍ରକୁ ୨୦ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ।ଏହା ବ୍ୟତୀତ ବିଭିନ୍ନ ବର୍ଗରେ  ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।

{"id":226051,"sizeSlug":"large"}

  ଏହି ଉପଲକ୍ଷେ ନ୍ୟୁଜ୍‌ସେଭେନ ଷ୍ଟୁଡିଓରେ ଅନୁଷ୍ଠିତ ଉତ୍ସବରେ “ସୋ କେଶ୍ ୨୦୨୦ “ର ଟ୍ରଫି ଉନ୍ମୋଚିତ ହୋଇଛି । ସୁମା ରିଅଲ ମିଡିଆ ନିର୍ଦ୍ଦେଶିକା ଶାଶ୍ବତି  ଦାସ ଟ୍ରଫି ଉନ୍ମୋଚନ କରିଥିବା ବେଳେ ବିଶେଷ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର,  ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ । ବରିଷ୍ଠ ସିନେ ନିର୍ମାତା, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର  ପ୍ରମେୟ, ନ୍ୟୁଜ୍‌ ସେଭେନ୍‌ର ଏହି ପଦକ୍ଷେପକୁ ଅନନ୍ୟ ଏବଂ ଏକ ପ୍ରଶଂସନୀୟ ବୋଲି କହିବା ସହ ସଫଳତା କାମନା କରିଥିଲେ ।  ଅଭିନେତା ସିଦ୍ଧାନ୍ତ ମହାପାତ୍ର ସର୍ଟଫିଲ୍ମର ଚାହିଦା, ପ୍ରଭାବଓ ଲୋକପ୍ରିୟତା କହିବା ସହ ଏଭଳି କାର୍ଯ୍ୟକ୍ରମ ବ୍ୟବସାୟିକ ଏବଂ କଳାତ୍ମକ ଚଳଚ୍ଚିତ୍ରକୁ ମଧ୍ୟ ପ୍ରଭାବିତ କରିବ ବୋଲି କହିଥିଲେ। ସେଥିଲାଗି ସର୍ଟ ଫିଲ୍ମ ର ମାନ ଉନ୍ନତ କରିବାକୁ ସେ ଗୁରୁତ୍ବ ଦେଇଥିଲେ ।ସୁ ମା ରିଅଲ ମିଡିଆ ନିର୍ଦ୍ଦେଶିକା ଶାଶ୍ବତି ଦାସ ଅତିଥି ମାନଙ୍କ ମତକୁ ଗ୍ରହଣ କରି କହିଥିଲେ ଯେ, ପ୍ରମେୟ ଓ ନ୍ୟୁଜ୍‌ ସେଭେନ ଉନ୍ନତ ମାନ ଉପରେ ବିଶ୍ବାସ କରେ ଏବଂ ସେହି ଧାରାରେ ଚାଲିଆସିଛି । ସେହି ଧାରାକୁ କ୍ଷୁଦ୍ର ସିନେମା ଏବଂ “ସୋ କେଶ୍ ୨୦୨୦ “ ରେ ଗୁରୁତ୍ବ  ଦିଆଯିବ ବୋଲି ସେ ପ୍ରତିଶ୍ରୁତି ରଖିଥିଲେ ।ଏହି କାର୍ଯ୍ୟକ୍ରମରେ   ନ୍ୟୁଜ୍‌ ସେଭେନ ସିଇଓ ସୁନୀଲ ଦାସ. ପ୍ରମେୟ ନ୍ୟୁଜ୍‌ସେଭେନ୍‌ ଭାଇସପ୍ରେସିଡେଣ୍ଟ ସେଲ୍ସ ଲିଙ୍ଗରାଜ ଲେଙ୍କା, ନ୍ୟୁଜ୍‌ ସେଭେନ୍ର କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ ପ୍ରମୂଖ ମଧ୍ୟ ଉପସ୍ଥିତ ଥିଲେ ।

{"id":226052,"width":564,"height":1349,"sizeSlug":"large"}

( ନ୍ୟୁଜସେଭେନର “ସୋ କେଶ୍ ୨୦୨୦ “  ସଂପର୍କରେ ସବିଶେଷ ସୂଚନା ତଥା ବିବରଣୀ ପାଇଁ  www.prameyanews7.com/showcase 2020 ଦେଖନ୍ତୁ )  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.